Posted inଜାତୀୟ

ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଭୋପାଳ, ୧୫।୧ : ଏକ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ,ପ୍ରତ୍ୟେକ ଭାରତୀୟ ବାଳିକାଙ୍କର ଶାନ୍ତିରେ ବଞ୍ଚିବାର ଅଧିକାର ରହିଛି। ଏଥିରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ବିଚାରପତି ଜି.ଏସ୍‌. ଅଲୁଓ୍ବାଲିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିବା ସହିତ ଜଣେ ୧୭ ବର୍ଷ ବୟସ୍କା ବାଳିକାଙ୍କ ପିଛା କରୁଥିବା ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିବାକୁ ମନା କରିଛନ୍ତି। ବ୍ୟକ୍ତି ଜଣକ ଗତ ୨ ବର୍ଷ ଧରି ଏକଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ବାଳିକାଙ୍କ ପିଛା କରୁଥିଲେ।

ଇତିମଧ୍ୟରେ ବାଳିକା ଜଣକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ତେବେ ଦୀପାବଳି ଅବସରରେ ଘରକୁ ଆସିଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସର୍ବସମ୍ମୁଖରେ ବାଳିକାଙ୍କର ହାତକୁ ଧରି ନେଇଥିଲେ। ଏନେଇ ବାଳିକାଙ୍କ ମାତାପିତାଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହା ବାଳିକାଙ୍କର ଗାରିମାପୂର୍ଣ୍ଣ ଜୀବନ ବଞ୍ଚିବା ପ୍ରତି ବାଧା ବୋଲି ଖଣ୍ଡପୀଠ କହିଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ଧାରା ୩୫୪, ୩୫୪-ଡି, ୫୦୬, ୭/୮ ଏବଂ ୧୧/୧୨ରେ ମାମଲା ରୁଜୁ କରାଯାଇଥିଲା। ପରେ ବ୍ୟକ୍ତି ଜଣକ ବୁଝାମଣା ପାଇଁ ଆବେଦନ କରିଥିଲେ। ତେବେ ଏହାକୁ କୋର୍ଟଙ୍କ ପକ୍ଷରୁ ରଦ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନୁ ଜୋଶେଫଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍‌ ମେମ୍ବରଙ୍କୁ...

ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…

ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮...

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଯିବ ପଞ୍ଜାବ

ଚଣ୍ଡିଗଡ଼,୧୭ା୧(ପି.ଟି.)-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପଞ୍ଜାବ ବିଧାନସଭାରେ ଶୁକ୍ରବାର ସଂକଳ୍ପ ଗୃହୀତ ହୋଇଛି। ଏଭଳି ସଂକଳ୍ପ ଗୃହୀତ କରାଇବାରେ କେରଳ ପରେ ପଞ୍ଜାବ ଦ୍ୱିତୀୟ...

ପୁଅ ବାହାଘରରେ ଉଡ଼ାଗଲା ୯୦ ଲକ୍ଷ ଟଙ୍କାର ନୋଟ୍‌

ଜାମନଗର,୧।୧୨: ଗୁଜରାଟ ଜାମନଗରରେ ପୁଅ ବାହାଘରରେ ୯୦ ଲକ୍ଷ ଟଙ୍କାର ନୋଟ୍‌ ଉଡ଼ାଯାଇଛି। ସ୍ଥାନୀୟ କୁନଡ ଗାଁରେ ଜାଡ଼େଜା ପରିବାର ପକ୍ଷରୁ ଏଭଳି କରାଯାଇଛି। ବର...

ଭୋଟରଙ୍କୁ ସାଧାରଣ ବୋଲି ଭାବିବା ଭୁଲ: ଇନ୍ଦିରା, ଅଟଳ ବି ହାର ମାନିଥିଲେ

ମୁମ୍ବାଇ,୧୧।୭: ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ରାଜନେତାମାନେ ଭୋଟରଙ୍କୁ ସାଧାରଣ ଭାବିବା ଭୁଲ୍‌। ଶକ୍ତିଶାଳୀ...

କୋଭିଡ୍‌ ନିୟମ ଭାଙ୍ଗିଲେ ଲାଗିବ ହତ୍ୟା ଉଦ୍ୟମ ଦଫା

ଗୁଆହାଟି, ୧୨ା୫ : ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ସରକାର ବୁଧବାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାକୁ...

ଚର୍ଚ୍ଚରେ ଭାଙ୍ଗିଦେଲେ ଯୀଶୁଙ୍କ ପ୍ରତିମୂର୍ତ୍ତି

ଅମ୍ବାଲା(ହରିୟାଣା),୨୬।୧୨: ହରିୟାଣା ଅମ୍ବାଲାର ଏକ ଚର୍ଚ୍ଚରେ ଯୀଶୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨୪ା୭: ଚଳିତ ବର୍ଷର ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଅପରାହ୍ନ ୩ଟାରେ  ପରୀକ୍ଷା ଫଳ...

Advertisement


Archives

Model This Week