ଟ୍ରେଡ୍‌ ଡିଲ୍‌କୁ ନେଇ ଭାରତ ପାଇଁ ହୋଇପାରେ ସକାରାତ୍ମକ ସ୍ଥିତି

ଭୁବନେଶ୍ୱର,୫ା୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରିପ୍ଲବିକାନ୍‌ ପାର୍ଟି ତୁଳନାରେ ଡେମୋକ୍ରାଟ୍‌ ଦଳକୁ ଅଧିକ ସଫଳତା ମିଳିବା ପରେ ଏବେ ଆମେରିକୀୟ କଂଗ୍ରେସର ଉଭୟ ସଦନରେ ଟ୍ରମ୍ପ୍‌ଙ୍କ ଦବ୍‌ଦବା ରହିବ ନାହିଁ। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଟ୍ରମ୍ପ୍‌ ଏକଚାଟିଆ ଭାବେ ବିଭିନ୍ନ ଦେଶ ଉପରେ ଟାରିଫ୍‌ ଜାରି କରିଆସିଥିଲାବେଳେ ଆଗାମୀ ଦିନରେ ବିଭିନ୍ନ ଦେଶ ସହ ଆମେରିକାର ବାଣିଜ୍ୟ ବୁଝାମଣା ଦିଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ ଆରମ୍ଭ ହୋଇଗଲାଣି। ଏହି କ୍ରମରେ ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌କୁ ନେଇ ମଧ୍ୟ ଭାରତ ପାଇଁ ସକାରାତ୍ମକ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି। ଟ୍ରମ୍ପ୍‌ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହାରିବା ପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଭାରତ ସହ ଯଥାଶୀଘ୍ର ବାଣିଜ୍ୟ ବୁଝାମଣା ଚୂଡ଼ାନ୍ତ କରିବାକୁ ଚାହିଁବେ। କିନ୍ତୁ ଏହାର ସୁଯୋଗ ନେଇ ଭାରତୀୟ ପ୍ରତିନିଧିମାନେ ପ୍ରତିକୂଳରହିତ ସର୍ତ୍ତଗୁଡ଼ିକୁ ବାଦ୍‌ ଦେବାକୁ ଚାପ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି। ଏହି ନିର୍ବାଚନ ଫଳାଫଳର ଅର୍ଥ ହେଉଛି, ଟ୍ରମ୍ପ୍‌ଙ୍କ ନୀତି ଉପରେ ଅଧିକ ନଜର ରଖାଯିବ ଏବଂ ଏକପାଖିଆ ଭାବେ ପାରସ୍ପରିକ ଶୁଳ୍କ ଲାଗୁକରିବା ପାଇଁ ରାଷ୍ଟ୍ରପତିଙ୍କ କ୍ଷମତା ଉପରେ କଟକଣା ଲାଗିବ। କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଏବଂ ଭାରତ ଭଳି ଦେଶଗୁଡ଼ିକ ପାଇଁ ସକାରାତ୍ମକ ରହିବ।
ପରାଜୟର ସାମ୍ନା କରିଥିବା ଟ୍ରମ୍ପ୍‌ ବାଣିଜ୍ୟ ଚୁକ୍ତି ଉପରେ ଚାଲିଥିବା ଆଲୋଚନାରେ ଭାରତକୁ କିଛିଟା ଆଶ୍ୱସ୍ତି ଦେବେ, ଫଳରେ ଭାରତ ପାଇଁ ପ୍ରତିକୂଳ ଥିବା ସର୍ତ୍ତଗୁଡ଼ିକୁ ଗ୍ରହଣ କରିବାକୁ ଥିବା ଚାପ କମିଯିବ ବୋଲି ସମ୍ପୃକ୍ତ ଅଧିକାରୀମାନେ ପ୍ରକାଶ କରିଛନ୍ତି।
ତେବେ ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରଣାଳୟର ମତାମତ ଲୋଡ଼ାଯାଇଥିଲେ ମଧ୍ୟ ତୁରନ୍ତ କୌଣସି ପ୍ରତିକ୍ରିୟା ଦେବାକୁ ମନ୍ତ୍ରଣାଳୟ ମନା କରିଦେଇଛି।
ଗତ ବର୍ଷ ବିଭିନ୍ନ କାରଣକୁ ନେଇ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଉଭୟ ପକ୍ଷର ପ୍ରତିନିଧି ମଣ୍ଡଳ ମାସ ମାସ ଧରି ଆଲୋଚନା କରିଆସିଛନ୍ତି। କିନ୍ତୁ ଏବେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବା ସହ ବାଣିଜ୍ୟ ଚୁକ୍ତି ବୁଝାମଣା ଚୂଡ଼ାନ୍ତ ହେବାକୁ ବାଟ ଖୋଲିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ପ୍ରଥମ ବ୍ୟାଟ୍‌ର ମୂଲ୍ୟ କେତେ ଜାଣନ୍ତି, ଯାହା ସ୍ବପ୍ନ ଦେଖଥିଲେ ଗୋଟି ଗୋଟି ହେଲା ସତ, ଜାଣନ୍ତୁ ତାଙ୍କ ବିଷୟରେ ୩୮ ରୋଚକ କଥା

ନୂଆଦିଲ୍ଲୀ,୫।୧୧:ନଭେମ୍ବର ୫ ଭାରତୀୟ କ୍ରିକେଟ ସମେତ ବିଶ୍ୱ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। କାରଣ ଏହି ଦିନ ଜନ୍ମ ନେଇଥିଲେ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ମହାନ…

ମାତ୍ର ୨ ଉଇକେଟ୍‌ ନେଇ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଲେ ଅଂଶୁଲ କାମ୍ବୋଜ: ଦିନିକିଆରେ ରଚିଲେ ଇତିହାସ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆ ୫ ଉଇକେଟରେ ବିଜୟୀ ହୋଇଛି।…

ଦ୍ୱିତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! ଏହି ଷ୍ଟାର୍‌ ବୋଲରଙ୍କ ହେବ ଏଣ୍ଟ୍ରି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଆରମ୍ଭ ଧମାକାଦାର ରହିଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ଉଇକେଟ୍‌ରେ ବିଜୟ ହାସଲ…

ଅକଲାଣ୍ଡରେ କୋହଲିଙ୍କ ଶେଷ ଦିନିକିଆ ମ୍ୟାଚ! ବ୍ୟାଟ ଉଠାଇ ଫ୍ୟାନ୍ସଙ୍କୁ ଦେଲେ ଏମିତି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୫।୧୧: ବିରାଟ କୋହଲି ୫୧ଟି ବଲରୁ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନର ଚମତ୍କାର ଇନିଂସ ଖେଳି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା କଲେ ସନାତନ: ବାନ୍ଧିଲା ପୋଲିସ

ଦେବଗଡ଼, ୫।୧୧(ଶଶାଙ୍କ ଶେଖର ଝାଙ୍କର):ଫେସବୁକ୍‌ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭିତ କରିବା…

ବିରାଟ ଏତେ ରନ୍‌ କରିକି ବି ବିଜୟ ଶ୍ରେୟ ଦେଲେନି ଗିଲ୍‌, ଜାଣନ୍ତୁ କାହାକୁ ଦେଲେ, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୫।୧୧: ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ପରେ ଟିମର ବୋଲିଂ ଓ ଫିଲ୍ଡିଂକୁ ନେଇ…

ବିରାଟଙ୍କ ବିଶ୍ୱ ରେକର୍ଡ, SENA ଦେଶରେ ଏଭଳି କମାଲ କରିଥିବା ଏକମାତ୍ର କ୍ରିକେଟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୫।୧୧: ଅକଲାଣ୍ଡ ଦିନିକିଆ ମ୍ୟାଚରେ ବିରାଟ କୋହଲି ୭୪ ରନର ଧୂଆଁଧାର ଇନିଂସ ଖେଳି ଟିମ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ଏହା ସହିତ ସେ ନିଜ…

ଯୁକ୍ତ୨ ନାମଲେଖା: ତୃତୀୟ ପର୍ଯ୍ୟାୟରେ ୧୦,୧୫୮ ଛାତ୍ରୀଛାତ୍ର ମନୋନୀତ

ଭୁବନେଶ୍ୱର,୫ା୧୧(ସୁଚିସ୍ମିତା ସାହୁ): ଯୁକ୍ତ୨ ନାମଲେଖାର ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ୧୦,୧୫୮ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦,୫୦୨ଜଣ ଆବେଦନ କରିଥିଲେ। ଚୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?