Odisha Elections 2024
Posted inଜାତୀୟ

ରାହୁଲଙ୍କ ପରି ମୋଦି-ଶାହାଙ୍କ ହେଲିକପ୍ଟରର ବି ହେଉ ଯାଞ୍ଚ: ଜୟରାମ ରମେଶ

ନୂଆଦିଲ୍ଲୀ,୧୫।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାରରେ ନିୟୋଜିତ ନେତାମାନେ ଏବେ ରାଲି ଉପେର ରାଲି କରୁଛନ୍ତି। ଷ୍ଟାର ପ୍ରଚାରକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲିକପ୍ଟର ବ୍ୟବହାର କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ହେଲିକପ୍ଟରରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ କିନ୍ତୁ ତାମିଲନାଡୁର ନୀଳଗିରିରେ ନିର୍ବାଚନ ଆୟୋଗର ଫ୍ଲାଇଙ୍ଗ ସ୍କ୍ବାଡ ତାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଉ।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମର କୌଣସି ଅସୁବିଧା ନାହିଁ କିନ୍ତୁ ନିର୍ବାଚନ ଆୟୋଗ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରିବା ଉଚିତ। ଏହା ବ୍ୟତୀତ ସେ କଂଗ୍ରେସ ପାର୍ଟିର ଥିମ ସଙ୍ଗ ଏବଂ ୨୧ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଲେଖିଥିବା ଚିଠି ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ସୂଚନାଯୋଗ୍ୟ, ଯଦି ରାହୁଲ ଗାନ୍ଧୀ ପ୍ରଚାର ଗୀତର କେନ୍ଦ୍ରରେ ଅଛନ୍ତି, ତେବେ ରାହୁଲ ଗାନ୍ଧୀଙ୍କ ମୁହଁରେ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି କି ବୋଲି ପ୍ରଶ୍ନ ଆସୁଛି। ଯେତେବେଳେ ଏହି ପ୍ରଶ୍ନ କଂଗ୍ରେସକୁ ପଚରାଗଲା, ଜୟରାମ ରମେଶ କହିଛନ୍ତି ଯେ ଭିଡିଓର ଫୁଟେଜ ଭାରତ ଯୋଡୋ ଯାତ୍ରା ଏବଂ ଭାରତ ଯୋଡୋ ନ୍ୟାୟା ଯାତ୍ରାର ଅଟେ, ତେଣୁ ରାହୁଲ ଗାନ୍ଧୀଙ୍କ ଅଧିକ ଫଟୋ ରହିଛି। ରାହୁଲ ଗାନ୍ଧୀଙ୍କ ସହ ଭାରତର ସାଧାରଣ ଲୋକଙ୍କ ଫଟୋ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

”ଜ୍ୟୋତିଷ ହାତ ଦେଖି କହିଥିଲେ ତୁମେ ପ୍ରଧାନମନ୍ତ୍ରୀ ହେବ”: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଦେଶର ଏବେ ଲୋକ ସଭା ନିର୍ବାଚନର ପରିବେଶ ବେଶ ସରଗରମ ରହିଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହାରି...

POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…

ଝାନ୍‌ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର...

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri