Posted inଫୁରସତ

ସ୍ବର୍ଗରେ ବି ରୋଗ ଆତଙ୍କ

ଶେଷରେ ଏ ମର୍ତ୍ତ୍ୟମାନବଙ୍କ ରୋଗ କ’ଣ ସ୍ବର୍ଗମୁହାଁ ହେଲା କି ଆଉ ! କିମ୍ପାଇଁ ଏମନ୍ତ ନନ୍‌ଷ୍ଟପ୍‌ ଷ୍ଟ୍ରାଇକ୍‌ ସ୍ବର୍ଗପୁରରେ କରିବାକୁ ଦୁର୍ଗାମାତାଙ୍କ ପ୍ରସ୍ତାବ ଉପରେ ଘନଘନ କରତାଳି ବର୍ଷାହେଉଛି ଦେବଗଣଙ୍କର ! ଏମିତିଆ ସପନ ଦେଖି ମୋ ଛାତି ଖାଲି ଥରୁ ନ ଥିଲା ବରଂ ପିନ୍ଧା ବସ୍ତ୍ର ମୋର ଭିଜୁଥିଲା ା

ଘଟଣାଟା ହେଲା, ଏବେ ଦେବଗଣ କୁଆଡ଼େ ବ୍ରହ୍ମାଙ୍କୁ ଦାବିପତ୍ର ଦେବେ ା ଦାବି ପୂରଣ ନ ହେଲେ ଲଙ୍ଗ୍‌ଟାଇମ୍‌ ପାଇଁ ହଙ୍ଗରଷ୍ଟ୍ରାଇକ୍‌ କରିବେ ା ସେମାନେ ସ୍ବର୍ଗରୁ ମର୍ତ୍ତ୍ୟଲୋକ ଆଗମନ କରିବେନି, କି ଏତେ ଦହଗଞ୍ଜ ହେବେନି ା ବ୍ରହ୍ମଦେବ ବିଚାର କରି ଦେବଗଣଙ୍କର ମର୍ତ୍ତ୍ୟ ଟୁର୍‌ ଷ୍ଟାଣ୍ଡିଂ ଅର୍ଡର କ୍ୟାନ୍‌ସଲ୍‌ କରନ୍ତୁ ା ମାନବଙ୍କର ପୂଜା ପର୍ବାଣି ବନ୍ଦ ହେଉ ା ତାଙ୍କଠି ଚେତା ପଶୁ ା ଛାଡ଼ନ୍ତୁ ପଶୁବୁଦ୍ଧି ା ବୁଝନ୍ତୁ ଦେବଗଣଙ୍କୁ ହନ୍ତସନ୍ତ କରି ପୂଜା ନାଁରେ ଭଣ୍ଡାମି କଲେ ଫଳ କ’ଣ ହୁଏ ା
ହୟୋ ମର୍ତ୍ତ୍ୟ ମାନବଗଣ ! ଆଗରୁ ତ ଯୋଉ ଭାବ ଭକତିରେ ଆମକୁ ପୂଜା କରୁଥିଲ ତେମେ ଭଲ କି ଜାଣ ା ବର୍ଷକୁ ଯେତେ ଦେବଗଣଙ୍କର ପୂଜା ପଡ଼େ, ତାଙ୍କରି ନାଁରେ ଲୋକଙ୍କୁ ଚନ୍ଦେଇ ଚାନ୍ଦାକରି ଯେତେ ଧନ୍ଦା କର ତାହା ନ କହିଲେ ଭଲ ା ଆମ ପାଇଁ ଗୁଡ଼ ଉଖୁଡ଼ାକୁ ଚିନି ଉଖୁଡ଼ା, ତମ ଭୋଜି ପାଇଁ ଛେଳି କୁକୁଡ଼ା ! ତା’ଛଡ଼ା ଅଲଜ୍ଜା ନାଚ କରେଇ ଯାହା ତ ଆମ ସମ୍ମାନ ହାନି କର, ପୂଜା ପରେ ରାତିରେ ଆମକୁ ମଣ୍ଡପରେ କୁକୁର ଜଗନ୍ତି, ସେଥିରେ ପୁଣି ବିସର୍ଜନ ବେଳେ ମାତାଲିଆ ହୋଇ ଦେବତାଙ୍କ ଶୁଣ୍ଢ ମୁଣ୍ଡ ମୋଡ଼ି, ଲୁଗା ଶାଢ଼ି ଭିଡ଼ି, ନଈନାଳରେ କଚାଡ଼ି ଫିଙ୍ଗୁଥିଲ ା ହେଲେ ଏବେ ଆଉ ସେମିତି ବେପାର ଚଳିବନି ା କେତେବେଳେ ପାଣି ନ ଥିବା ଶୁଖିଲା ତତଲା ବାଲିରେ ପଡ଼ିପଡ଼ି ଶୁଖୁଆ ହେଉଛୁ ତ କେତେବେଳେ ଅଳିଆ ଆବର୍ଜନା ଦୁର୍ଗନ୍ଧ ନର୍ଦ୍ଦମା ପାଣିରେ ପଡ଼ି ସ୍ବର୍ଗରେ ଆସି ଏମିତି ରାମ୍ପିରୁମ୍ପି ହେଉଛୁ ଯେ, ଦେବଗଣ ତାଙ୍କ ଦେବୀଙ୍କ ପାଖରେ ଆଉ ଦେବୀଗଣ ଦେବତାଙ୍କ ପାଖରେ ଢେର୍‌ ଲଜ୍ଜିତ ହେଉଛୁ ା ଗଲାଥର ଶ୍ରୀଗଣେଶଙ୍କର ଅବିଶ୍ରାନ୍ତ କୁଣ୍ଡେଇ ହବା ଦେଖି, ତାଙ୍କ ପତ୍ନୀ ବୁଦ୍ଧି ସିଦ୍ଧି କହିଲେ, ”ହଇଏ !

ତମେ ଥାନ ଅଥାନ ନ ମାନି କାହିଁକି ରାମ୍ପିହେଇ ନଖ ମୁଣ୍ଡା କରୁଛ ? ଯାଉନା ଅଶ୍ୱିନୀ କୁମାର ସ୍ବର୍ଗବୈଦ୍ୟଙ୍କ ପାଖକୁ!“ ବିଚରା ଗଣେଶ କହିଲେ, ମର୍ତ୍ତ୍ୟମାନବଙ୍କ ଦ୍ୱାରା ପ୍ରଦୂଷଣଯୁକ୍ତ ନଦୀରେ ଆମ୍ଭେ ହୋଇଥିବା ବିସର୍ଜନର ଏ କରାମତି, ତେବେ ଆଠମାସ ଔଷଧ ସେବନାନ୍ତେ ରମ୍ପା ବ୍ୟାଧିରୁ ମୁକ୍ତ ହେଲେ ା

ଆଗରୁ ତ ”ଭକ୍ତିବିହୀନ ପୂଜା’ହଉଥିଲା, ଏବେ ଚାଇନା ଛୁଆ ‘କରୋନା’ର ଆର୍ଯ୍ୟଭୂମି ଭାରତରେ ପ୍ରବେଶ ପରଠୁ ଚାଲିଛି ‘ଭକ୍ତବିହୀନ ପୂଜା’ ଦୁଆର କୀଳା ପୂଜା ା ଏମିତି କି ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଦୁଇବର୍ଷ ରଥଯାତ୍ରା ା ଆହା ! କ’ଣ ନ ଦେଖିଲା ଏ ନେତ୍ର !

ତେବେ ଏବେ କରୋନା କଟକଣା ଅଧିକାଂଶ ନ ମାନି ସଭାସମିତି, ନାଚଗୀତ, ଭୋଜିଭାତରେ ମାତି କରୋନା ମହାମାରୀକୁ ପାଳିପୋଷି ରଖିଛନ୍ତି ା ହେ ବ୍ରହ୍ମଦେବ ! ମର୍ତ୍ତ୍ୟରୁ ସେ ମହାମାରୀ ଆମ୍ଭ ଦ୍ୱାରା ଯେମିତି ସ୍ବର୍ଗରେ ନ ମାଡୁ ା ତା’ ଛଡ଼ା ଦୁର୍ଗାପୂଜା, କାଳୀପୂଜାରେ ନଗଦରେ ଯେତେ ମୂର୍ତ୍ତି ବିସର୍ଜନ ହେଲେ, ସେଥିରେ ନଈ ନାଳ ଅବସ୍ଥା ଯାହା ହୋଇଛି, ପୁଣି କାର୍ତ୍ତିକ ପୂନେଇ ପରମ୍ପରାରେ ଡଙ୍ଗାଭସା ହଉ କି କାର୍ତ୍ତିକେଶ୍ୱର ମୂର୍ତ୍ତି ବିସର୍ଜନ ହେଉ, ପ୍ରଦୂଷଣ ଚିନ୍ତାକରି କେତେଜଣ ପର୍ବପାଳନ କରନ୍ତି ? ବରଂ କାଗଜ ଜାତ ଡଙ୍ଗା ଭସା ହୁଅନ୍ତା ହେଲେ ା ତା’ଛଡ଼ା ମାନବଦ୍ୱାରା, ପାଣି ପବନଠାରୁ ଆମଠି ଲାଗୁଥିବା ଫଳ, ଘୃତ, ମିଷ୍ଟାନ୍ନାଦି ସବୁ ତ ବିଷଯୁକ୍ତ ା

ହେ ବ୍ରହ୍ମନ୍‌ ! ଆମେ ଅମରଲଡୁ ଖାଇଛୁ ବୋଲି କ’ଣ ଆପଣଙ୍କ ଆଦେଶ ମାନି, ମର୍ତ୍ତ୍ୟକୁ ଯାଇ ବିଷାକ୍ତ ପାଣି, ପବନ, ଖାଦ୍ୟ ଖାଇ କଲବଲ ହେବୁ ? ଏପରି ବିଷମୟ ଦ୍ରବ୍ୟ ସେବନ କରି ତାଙ୍କୁ କେଉଁ ଆଶୀର୍ବାଦ ଦେବୁ ? ବରଂ ପୂଜାନାମରେ ଯେଉଁଦିନ ନିୟମ ନିଷ୍ଠା ପାଳନ କରି ଅସଲ ଭକ୍ତି ବିଶ୍ୱାସରେ ଆମର ଆବାହନ ହେବ, ସେତେବେଳେ ଯିବୁ ା ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମର ମର୍ତ୍ତ୍ୟଗମନ ବନ୍ଦ ରହୁ ା ଟୁର୍‌ ଅର୍ଡର କ୍ୟାନ୍‌ସଲ ହେଉ ା

ଯେଉଁ ମଣିଷ ଦେଶୀ ଗୋବଂଶ ପଦାକରି ସିମେଣ୍ଟ ଷଣ୍ଢ ପୂଜିବାରେ ବ୍ୟସ୍ତ, ସେ ପରିବେଶ ପ୍ରଦୂଷଣର ମହତ୍ତ୍ୱ କ’ଣ ବୁଝିପାରିବ ? ଅର୍ଥ ପାଗଳ, ପରମାର୍ଥଙ୍କ ଆରାଧନା ଠିକ୍‌ରେ କରିପାରିବ ତ ?

ପଡ଼ିଶା ଘର ସାହୁବାବୁଙ୍କ ପୋଷା ଦଶଟା ହଂସର ସକାଳ କଳରବରେ ମୋ ନିଦ ଭାଙ୍ଗିଗଲା ା ଏଇ ହଂସମାନଙ୍କୁ ଦେଖି ଭାବୁଥିଲି, ଅନେକ ପଶୁପକ୍ଷୀ ମାରି ଖାଉଥିବା ମଣିଷର ଜଙ୍ଗଲ ଆଇନ ଅନୁସାରେ କୋଉଦିନ ହୁଏତ ତାଙ୍କ ପଶୁପକ୍ଷୀ ବାହନରେ ମର୍ତ୍ତ୍ୟ ଆଗମନ ବେଳେ ଏ ମଣିଷ ସେମାନଙ୍କୁ ଆଉ ହାଜତ୍‌ ଭିତରେ ପୂରେଇ ଦବନି ତ?

ଶ୍ରୀମାନ୍‌ ସର୍ବଗିଳା

-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?