୨ ସନ୍ତାନଙ୍କ ବାପା ହୋଇ ସୁଦ୍ଧା ୧୬ବର୍ଷ ସାନ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ଏମିତି ସର୍ତ୍ତ ଶୁଣି…

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ମମତାଜ ଅନ୍ୟତମ। ଅନେକ ଫିଲ୍ମରେ କାମ କରି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୬୦ ଓ ୭୦ ଦଶକରେ ମମତାଜ ବଲିଉଡରେ ରାଜ କରିଥିଲେ। ଅନ୍ୟପକ୍ଷରେ ଶମି କପୁର ଜଣେ ରୋମାଣ୍ଟିକ ହିରୋ ଭାବରେ ବଲିଉଡରେ ବହୁତ ଲୋକପ୍ରିୟ ଥିଲେ। ସେ ପ୍ରସିଦ୍ଧ ଅଭିନେତ୍ରୀ ଗୀତା ବାଲିଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ତାଙ୍କ ପିତା ପୃଥୀରାଜ କପୁର ଏବଂ ଗୀତାଙ୍କ ପରିବାର ଏହି ବିବାହକୁ ବିରୋଧ କରିଥିଲେ। ଏ ନେଇ ଦୁହେଁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ପରିବାର ଏହି ବିବାହରେ ସହମତ ହୋଇଥିଲେ। ଶମି ଏବଂ ଗୀତାଙ୍କର ଦୁଇଟି ସନ୍ତାନ ଥିଲେ। ସେମାନଙ୍କ ବିବାହର ମାତ୍ର ୧୦ବର୍ଷ ପରେ ଗୀତା ରୋଗରେ ମୃତ୍ୟୁ ବରଣ କଲେ।

ପରେ ତାଙ୍କ ଘର ଲୋକ ଦୁଇ ଛୁଆଙ୍କ ଯତ୍ନ ପାଇଁ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ। ଏହି ସମୟରେ ଫିଲ୍ମ ବ୍ରହ୍ମଚାରି ଶୁଟିଂ ଚାଲିଥିଲା। ଶୁଟିଂ ସେଟ୍‌ରେ ମମତାଜ କହିଥିଲେ, ଶମି ତାଙ୍କ ଉପରେ ଫିଦା। ସେ ତାଙ୍କର ପ୍ରଥମ କ୍ରସ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଦୁହେଁ ବହୁତ ନିକଟତର ହୋଇଥିଲେ। ଦିନେ ଶମିି ମମତାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ସେ ମଧ୍ୟ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ସେ ଫିଲ୍ମରେ କାମ କରିବେ ନାହିଁ, ବରଂ ଘରେ ରହି ନିଜ ପିଲାମାନଙ୍କର ଯତ୍ନ ନେବେ। ମମତାଜ ସେତେବେଳେ ୧୮ ବର୍ଷ ହୋଇଥିଲେ ଏବଂ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଥିଲେ। ଶମିଙ୍କ ଏହି ସର୍ତ୍ତ ଅଫର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ।

ଶମି ତାଙ୍କଠାରୁ ପ୍ରାୟ ୧୬ ବର୍ଷ ବଡ ଥିଲେ। ବୟସର ଏହି ବ୍ୟବଧାନ ଏବଂ ମମତାଜଙ୍କ ସାମ୍ନାରେ ଦୀର୍ଘ କ୍ୟାରିଅର୍‌, ଏହାକୁ ବିଚାର କରିବା ପରେ ମମତାଜ ଶମିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶମିି ହୃଦୟ ଭାଙ୍ଗି ଯାଇଥିଲା। ପରେ ସେ କୌଣସି ନାୟିକାଙ୍କୁ ବିବାହ ନକରିବାକୁ ସ୍ଥିର କଲେ ଏବଂ ନୀଲା ଦେବୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପାଇଁ ଭଉଣୀ ଲେଖିଲେ ଭାବପ୍ରବଣ ବାର୍ତ୍ତା: ଯେଉଁଠି ଅଛ, ଖୁସିରେ ରୁହ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଛି। ଏବେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଦୁନିଆ ଛାଡିବା ପରେ ସେ...

ଚା’ କପ୍‌, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି।...

ଦୁଃଖ ସମୟରେ ମୋ ସ୍ତ୍ରୀ ଏକ ‘ସ୍ତମ୍ଭ’ ଭାବରେ ଠିଆ ହୋଇଛନ୍ତି: କପିଲ

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ‘ଦ କପିଲ ଶର୍ମା ଶୋ’ରେ ଲୋକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। ଏହି ଶୋ’କୁ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ...

ପ୍ରଥମ ଦିନରେ ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଛି ‘କେଜିଏଫ-୨!

ରକିଂ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ...

୫୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ‘ଆର୍‌ଆର୍‌ଆର୍‌’

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ୨୫ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ଼...

ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ‘ ତଡପ’କୁ ନେଇ ଏବେ ସେ ଚର୍ଚ୍ଚାରେ। ସେ ଏହି ଫିଲ୍ମରେ ଅଭିନୟ ପାଇଁ ବହୁତ ଭଲ...

ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ରହିଛି କୌତୁକିଆ ଡାକନାମ

ବଲିଉଡ୍‌ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍‌ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ...

କାରଗିଲ୍‌ ଯୁଦ୍ଧ ଲଢୁଥିବା ବାପାଙ୍କୁ ନିଜ ବୟଫ୍ରେଣ୍ଡ୍‌ କଥା ଶୁଣାଉଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ଅନୁଷ୍କାଙ୍କ ପିଲାଦିନ ଆସାମ ଏବଂ କର୍ନାଟକରେ ଅତିବାହିତ ହୋଇଥିଲା।...

Advertisement
Archives

Model This Week