
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। କୁକୁରଟି ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛି। ବ୍ୟକ୍ତି ଜଣଙ୍କ ଏକ ଠେଲା ଗାଡ଼ିରେ କିଛି ଜିନଷ ଟାଣି ନେଉଥିବା ବେଳେ କୁକୁରଟି ଗାଡ଼ିକୁ ପେଲିବାରେ ସାହାଯ୍ୟ କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Where the battle rages, there the loyalty of the soldier is proved.
Martin Luther pic.twitter.com/PV1mXIhFsh
— Susanta Nanda IFS (@susantananda3) July 23, 2021