Posted inଫୁରସତ

ଅସ୍ତ୍ରୋପଚାର ପରେ ବି ମହିଳାଙ୍କୁ ମିଳିଲାନି ଶାନ୍ତି, ଆଉ ଥରେ ଚେକ୍‌ଅପ୍‌ କରାଇବାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଘଟଣା

ଦୁନିଆରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବେଳେବେଳେ ଏମିତି ହୋଇଥାଏ କି,ଲୋକେ ମୃତ୍ୟୁକୁ ପରାସ୍ତ କରି ଫେରିଥାନ୍ତି। ସେଥିପାଇଁ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ଆଉ ବେଳେବେଳେ ଏମିତି ହୋଇଥାଏ, ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀଙ୍କ ଜୀବନ ବି ଚାଲିଯାଇଥାଏ। ଏବେ ସେମିତି ଏକ ଅବହେଳାପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।

ବ୍ରିଟେନରେ ଜଣେ ମହିଳାଙ୍କର ପେଟ ଜନିତ ସମସ୍ୟା ହେତୁ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ପରେ ତାଙ୍କର ସମସ୍ୟା ବଢ଼ିବାରେ ଲାଗିଲା । ଏହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଲେ। ତାଙ୍କର ପେଟ ଦରଜ ହେଲା। ତେଣୁ ସେ ପୁଣି ଚେକ୍‌ଅପ୍‌ କରାଇଲେ। ରିପୋର୍ଟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।

୪୯ ବର୍ଷୀୟା ମହିଳାଙ୍କ ଓଭାରିରେ ସମସ୍ୟା ଦେଖା ଦେବାରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଅସ୍ତ୍ରୋପଚାରର କିଛି ଦିନ ପରେ ତାଙ୍କ ପେଟରେ ପୁଣି ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଲା। ସେ ଏହାର କାରଣ ବୁଝିପାରିଲେ ନାହିଁ। ପୁଣିଥରେ ଡାକ୍ତରମାନେ ସମସ୍ୟାର କାରଣ ଜାଣିବା ପାଇଁ ଚେକ୍‌ଅପ୍‌ କରାଇଥିଲେ। କିନ୍ତୁ ରିପୋର୍ଟ ଆସିବା ପରେ ମହିଳାଙ୍କ ସହ ଡାକ୍ତରଙ୍କ ପାଦ ମଧ୍ୟ ଭୂମିତଳୁ ଖସି ଯାଇଥିଲା। ତାଙ୍କ ପେଟରେ ଏକ ବ୍ଲେଡ୍‌ ରହିଯାଇଥିଲା।

ଡାକ୍ତରଙ୍କ ଅବହେଳା ଯୋଗୁ ମହିଳାଙ୍କୁ ପୁନର୍ବାର ଅସ୍ତ୍ରୋପଚାର କରିବାକୁ ପଡ଼ିଲା। ସେହି ବ୍ଲେଡ ଖଣ୍ଡଟି ଗତ ପାଞ୍ଚ ଦିନ ଧରି ମହିଳାଙ୍କୁ କ୍ରମାଗତ ଭାବରେ ଅସୁବିଧାରେ ପକାଉଥିଲା। ଯନ୍ତ୍ରଣା କମିବା ପରିବର୍ତ୍ତେ ଫଳରେ ତାଙ୍କୁ ନିର୍ଦ୍ଧାରିତ ସମୟ ଅପେକ୍ଷା ଡାକ୍ତରଖାନାରେ ଦୁଇ ସପ୍ତାହ ଅଧିକ  ରହିବାକୁ ପଡ଼ିଲା। ପୁନର୍ବାର ଅସ୍ତ୍ରୋପଚାର ପରେ ସେ ଯନ୍ତ୍ରଣାରୁ ମୁକ୍ତି ପାଇଲେ। କିନ୍ତୁ ଏହାପୂର୍ବରୁ ମହିଳା ଜଣକ କହିଥିଲେ ଯେ, ସେ ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ। କାରଣ ବହୁ ରକ୍ତ ପ୍ରବାହିତ ହୋଇଥିଲା ଏବଂ ଅସହ୍ୟ ଯନ୍ତ୍ରଣା ହେଉଥିଲା।

ଏକ ରିପୋର୍ଟ ଅନୁଯାୟୀ, କେବଳ ବ୍ରିଟେନରେ ୨୦୨୧ରୁ ୨୦୨୨ ମଧ୍ୟରେ ଡାକ୍ତରଙ୍କ ଅବହେଳା ହେତୁ ପ୍ରାୟ ୨୯୧ଟି ଘଟଣା ଘଟିଛି। ଏଭଳି ପରିସ୍ଥିତିରେ ଡାକ୍ତରମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିବା କିପରି ସମ୍ଭବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?