୬୫ବର୍ଷ ପରେ ବି ମୌଳିକ ସୁବିଧାରୁ ଦୂରରେ

ଭୁବନେଶ୍ୱର,୨୯।୯ (ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରଥମ ହାଟ ଭାବେ ୧୯୫୮ରେ ଆରମ୍ଭ ହୋଇଥିଲା ୧ନଂ. ହାଟ। ସହର ଏବଂ ଆଖପାଖ ଉପକଣ୍ଠ ଅଞ୍ଚଳର ହଜାର ହଜାର ଲୋକ ଏହା ଉପରେ ନିର୍ଭର କରୁଛନ୍ତି। ୧୯୬୨ରେ ଜିଏ ବିଭାଗ ପ୍ରଥମେ ୯୫୨ଜଣ ବ୍ୟବସାୟୀଙ୍କୁ ଆଲଟ୍‌ମେଣ୍ଟ କରିଥିଲା। ଧିରେ ଧିରେ ବ୍ୟବସାୟୀଙ୍କ ସଂଖ୍ୟା ବଢିବା ସହ ଏବେ ହାଟ ମଧ୍ୟରେ ୨୯୪୦ ବ୍ୟବସାୟୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୪୪୦ଜଣ ବିଭିନ୍ନ ବ୍ୟବସାୟୀ ଥିବାବେଳେ ୧୫ଶହ କଞ୍ଚା ପରିବା ବ୍ୟବସାୟୀ ରହିଛନ୍ତି। ସମ୍ପୃକ୍ତ ଜାଗା ଜିଏ ବିଭାଗର ହୋଇଥିବାବେଳେ ୧୯୮୪ରେ ଜିଏ ବିଭାଗ ଏହାକୁ ବିଏମ୍‌ସିକୁ ହସ୍ତାନ୍ତର କରିଥିଲା। ୨୦୦୮ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ଏହି ହାଟ ଏବେ ୬୫ବର୍ଷରେ ପଦାର୍ପଣ କରିଛି। ମାତ୍ର ସହରର ପୁରାତନ ହାଟ ହୋଇଥିଲେ ବି ଏଠାରେ ଆଜି ବି ମୌଳିକ ସୁବିଧା କୋଶ ଦୂରରେ। ୨୦୧୧-୧୨ରେ ହାଟର ଉନ୍ନତୀକରଣ ପାଇଁ ବିଏମ୍‌ସି ଯୋଜନା କରିଥିଲା। ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୦୧୪ରେ ଜିଏ ବିଭାଗ ମୋଟ୍‌ ୩ଏକର ୮୨୨ ଡିସିମିଲ ଜାଗାକୁ ଅର୍ବାନ ଡିପାର୍ଟମେଣ୍ଟକୁ ପ୍ରଦାନ କରିଥିଲା। ମାତ୍ର ଇତିମଧ୍ୟରେ ୯ବର୍ଷ ବିତିଯାଇଥିଲେ ବି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଇତି ମଧ୍ୟରେ ବିଏମ୍‌ସି କମିଶନର ବଦଳିବା ସହ ମାର୍କେଟ କମ୍ପ୍ଲେକ୍ସର ଡିଜାଇନ୍‌ ଥରକୁ ଥର ବଦଳୁଛି। ଏପରିକି ଚଳିତ ବର୍ଷ ଏନେଇ ବିଏମ୍‌ସି କର୍ପୋରେଶନ୍‌ରେ ପ୍ରସ୍ତାବ ଦିଆଯାଇଥିଲେ ବି ଶେଷ ମୁହୂର୍ତ୍ତରେ ତାହାକୁ ପାସ୍‌ ନ କରି ଅଟକାଇ ଦିଆଯାଇଛି। ସେହିପରି ମାର୍କେଟ ମଧ୍ୟରେ ଥିବା କଞ୍ଚା ପରିବା ବ୍ୟବସାୟୀଙ୍କୁ ଭଗବାନପୁରକୁ ଉଠାଇବା ନେଇ ପ୍ରସ୍ତାବ ରହିଥିଲେ ବି ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ୧୯୮୪ ଜିଏ ବିଭାଗ ଦେଇଥିବା ନିର୍ଦ୍ଦେଶରେ ମାର୍କେଟ ମଧ୍ୟରେ ପନିପରିବା ହୋଲ୍‌ସେଲ୍‌ ବ୍ୟବସାୟ କରାଯାଇ ପାରିବନାହିଁ, ଟ୍ରକ୍‌, ଲରି, ମିନିଟ୍ରକ୍‌ ଭଳି ଭାରିଯାନ ଏହା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ, ମାର୍କେଟର ଉତ୍ତର ଗେଟ୍‌ ବା ରାଜପଥ ଆଡକୁ ଥିବା ଗେଟ୍‌ ଖୋଲା ରହିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ମାତ୍ର ଏଥିମଧ୍ୟରୁ କୌଣସି ନିୟମକୁ ବିଏମ୍‌ସି ପାଳନ କରୁନାହିଁ। ଫଳରେ ହାଟରେ ଉଠାଦୋକାନୀଙ୍କ ଜବରଦଖଲ ବଢି ଚାଲିଛି। ଏହି ସମସ୍ୟା ବାଦ୍‌ ଏତେବଡ ହାଟରେ ପିଇବା ପାଇଁ ପାଣି ବ୍ୟବସ୍ଥା କିମ୍ବା ଶୌଚାଳୟ ନାହିଁ।
ହାଟ ଭିତରକୁ ଯିବା ବାଟରେ ଏକ ଓ୍ବାଟର କିଓସ୍କ ଥିବାବେଳେ ତାହା ଭାଙ୍ଗିରୁଜି ଅଚଳ ହୋଇପଡିଛି। ସେହିପରି ଶୌଚାଳୟ ନ ଥିବାରୁ ପୁରୁଷମାନେ ଖୋଲାମେଲାରେ ଏପରିକି ଗାଡି ପାର୍କିଂ କଡ଼ରେ ପରିସ୍ରା କରୁଛନ୍ତି। ଏଥିଯୋଗୁ ମହିଳାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାଟ ଭିତରେ ଅପରିଷ୍କାର ପାଣି ଜମୁଥିବାବେଳେ ବର୍ଷାଦିନେ କାଦୁଅରେ ଚାଲିକି ଯିବାକୁ ପଡୁଛି। ହାଟ ଭିତରକୁ ଯିବା ପାଇଁ ୨ଟି ବାଟ ଥିବାବେଳେ ସେଗୁଡିକ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଦୋକାନର ଆୟତନ ଯେତିକି ତାର ଦୁଇଗୁଣ ବାହାରକୁ ଜବରଦଖଲ ହୋଇଛି। ସ୍ଥିତି ଏପରି ରହିଛି ଯଦି ନିଆଁ ଲାଗିବା ଭଳି କୌଣସି ଅଘଟଣ ଘଟେ ତେବେ ଭିତରକୁ ଦମକଳ ଗାଡ଼ି ଯାଇପାରିବ ନାହିଁ। ତେଣୁ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ଏତେ ପୁରୁଣା ହାଟ ହୋଇ ମଧ୍ୟ ଏଠାରେ ଗୋଟିଏ ବି ଶୌଚାଳୟ ନାହିଁ। ବିଏମ୍‌ସି ବ୍ୟବସାୟୀଙ୍କଠାରୁ ଟିକସ ନେଉଥିବାବେଳେ ମୌଳିକ ସୁବିଧା ଯୋଗାଇ ପାରୁନାହିଁ। ହାଟ ଭିତରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ୨ଟି ବୋରିଂ କରାଯାଇଥିବାବେଳେ ତାହା ଏତେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ବିଏମ୍‌ସି ଜିଏ ବିଭାଗର କୌଣସି ନିର୍ଦ୍ଦେଶ ମାନୁନାହିଁ।
-ଗୟାଧର ସ୍ବାଇଁ, ସଭାପତି,
ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ
ହାଟ ଭିତରକୁ ବାଟ ନାହିଁ। ଫୁଟ୍‌ପାଥ୍‌ ଉପରେ ବ୍ୟବସାୟୀ ଜବରଦଖଲ କରିଥିବାବେଳେ ଭିତର ଅପରିଷ୍କାର ହୋଇ ରହୁଛି। ବର୍ଷାଦିନେ ପରିବା ହାଟକୁ ପଶିଗଲେ ପଚା ପରିବା ଏବଂ ପରିସ୍ରା ଗନ୍ଧରେ ନାକ ଫାଟିଯାଉଛି। ଏ ଦିଗରେ ବିଏମ୍‌ସି ଦୃଷ୍ଟି ଦେବା ଉଚିତ।
-ଅମିତ କୁମାର ପ୍ରଧାନ, ରାଜଧାନୀବାସୀ
ମହିଳାମାନଙ୍କ ମୌଳିକ ଆବଶ୍ୟକତା ଉପରେ କେହି ଧ୍ୟାନ ଦେଉନାହାନ୍ତି। ମାର୍କେଟରେ ଶୌଚାଳୟ ରହିବା ଏକ ସାଧାରଣ କଥା କିନ୍ତୁ ସ୍ମାର୍ଟସିଟିର ସବୁଠାରୁ ବଡ଼ ମାର୍କେଟରେ ତାହା ନାହିଁ। ହାଟରେ ଥିବା ଖାଲି ସ୍ଥାନ, ଗାଡ଼ି ପାର୍କିଂସ୍ଥଳ ଏଗୁଡିକୁ ଶୌଚାଳୟ ଭାବେ ବ୍ୟବହାର କରାଯାଉଛି।
-ବିଶ୍ୱରୂପା ପଣ୍ଡା, ରାଜଧାନୀବାସୀ
ହାଟ ଭିତରକୁ ଗଲାବେଳକୁ ପାଣି କାଦୁଅରେ ଯିବାକୁ ପଡୁଛି। ଜବରଦଖଲ କାରଣରୁ ଯାତାୟାତରେ ସମସ୍ୟା ହେଉଛି। ଅଘଟଣ ଘଟିଲେ ଆମ୍ବୁଲାନ୍ସ କିମ୍ବା ଦମକଳ ଯିବାପାଇଁ ସୁବିଧା ନାହିଁ। ବିଏମ୍‌ସି ପକ୍ଷରୁ ମଧ୍ୟ ହାଟକୁ ନିୟମିତ ସଫା କରାଯାଉନାହିଁ।
-କବିରାଜ ସ୍ବାଇଁ, ସଭାପତି,
ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?