୧୨ ହଜାର ବର୍ଷ ପୂର୍ବେ ବି ମଣିଷ ବ୍ୟବହାର କରୁଥିଲା ତମାଖୁ…

ଓ୍ବାଶିଂଟନ,୧୨।୧୦: ମଣିଷ ସହିତ ତମାଖୁର ସମ୍ପର୍କ ଏବେକାର ନୁହେଁ। ୧୨ ହଜାର ୩୦୦ ବର୍ଷ ପୂର୍ବେ ମଧ୍ୟ ମଣିଷ ତମାଖୁ ବ୍ୟବହାର କରୁଥିଲା। ଏନେଇ ଉତ୍ତର ଆମେରିକାର ଉଟାହରୁ ପ୍ରମାଣ ମିଳିଛି। ପ୍ରତ୍ନତତ୍ତ୍ୱ ବିଭାଗ ଦଳଙ୍କୁ ଗ୍ରେଟ୍‌ ସଲ୍ଟ ଲେକ୍‌ ମରୁଭୂମିରେ ୪ଟି ତମାଖୁ ମଞ୍ଜି ମିଳିଛି। ତେବେ ସେତେବେଳେ ତମାଖୁକୁ କିଭଳି ଭାବେ ବ୍ୟବହାର କରାଯାଉଥିଲା ସେ ନେଇ ଅଧିକ ଗବେଷଣା ଜାରି ରହିଛି।

ତମାଖୁର ବ୍ୟବହାର ପୁରାତନ ଚିକିତ୍ସା ବିଜ୍ଞାନରେ ଔଷଧ ଭାବେ ବ୍ୟବହାର କରାଯାଉଥିଲା। ସେହିପରି ପ୍ରାଚୀନ ଆମେରିକା ଔପନିବେଶ ଶାସକ ତମାଖୁ ଚାଷ ଅର୍ଥନୀତିର ବିକାଶ ଲାଗି କରୁଥିଲେ। ସେହିପରି ପ୍ରାଚୀନ ମାୟା ସଭ୍ୟତାରେ ଏହାର ଉପଯୋଗ ଏନେମା ପାଇଁ କରାଯାଉଥିଲା। ୧୮ ଶତାବ୍ଦୀରେ ବ୍ରିଟେନ୍‌ରେ ଡାକ୍ତରମାନେ ଏହାର ବ୍ୟବହାର ପାଣିରେ ବୁଡ଼ିଥିବା ଲୋକଙ୍କ ଜୀବନ ବଞ୍ଚାଇବା ଲାଗି କରୁଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧୂମପାନ କରାଯାଉଥିଲା।

ଏହା ପୂର୍ବରୁ ୩୩୦୦ ବର୍ଷ ତଳେ ମଣିଷ ତମାଖୁ ବ୍ୟବହାର କରୁଥିବାର ପ୍ରମାଣ ଆଲବାମାରୁ ମିଳିଥିବା ଏକ ସ୍ମୋକିଂ ପାଇପ୍‌ର କାର୍ବନ ଡାଟିଂରୁ ମିଳିଥିଲା। ୨୦୧୮ରେ ଏନେଇ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ: ରିପୋର୍ଟରେ ପ୍ରକାଶିତ ହୋଇଥିଲା।

ତେବେ ଏବେ ମିଳିଥିବା ପ୍ରମାଣ ତମାଖୁ ସହିତ ମଣିଷ ସଭ୍ୟତାର ସମ୍ପର୍କ ଅତି ପୁରାତନ ବୋଲି ଜଣାପଡ଼ିଛି। ଡେରା ଡ୍ୟୁକ୍‌ଙ୍କ ନେତୃତ୍ୱରେ ପ୍ରତ୍ନତତ୍ତ୍ୱ ବିଭାଗ ଦଳଙ୍କୁ ଏହି ବଡ଼ ସଫଳତା ମିଳିଛି। କାର୍ବନ ଡାଟିଂରୁ ତମାଖୁ ମଞ୍ଜି ୧୨ ହଜାର ୩୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri