Posted inଜାତୀୟ

ଜୋଷୀମଠରେ ବଡ଼ ଫାଟ: ତୁରନ୍ତ ଘର ଖାଲି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ଅଞ୍ଚଳରେ ମାଟି ଦବିଛି। ଫଳରେ ଶହ ଶହ ଘରେ ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଜୋଷୀମଠରେ ମାଟି ଦବୁଥିବାରୁ ୫୬୦ରୁ ଊର୍ଦ୍ଧ୍ୱ ଘରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ୫୦ ପ୍ରତିଶତ ପରିବାର ରହୁଥିବା ଘରେ ବସବାସ କରିବା ବିପଜ୍ଜନକ ହୋଇପଡ଼ିଛି। ଏହାର ପ୍ରତିବାଦରେ ଜୋଷୀମଠରେ ବିକ୍ଷୋଭ ଜାରି ରହିଛି। ଅନ୍ୟପଟେ ଭୂସ୍ଖଳନ ଯୋଗୁ ଏକ ବିଲ୍ଡିଂ ଢଳିପଡ଼ିଛି। ଫଳରେ ସାରା ସହରରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେଠାରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ହେବାକୁ ଯାଉଥିବା ବେଳେ ପ୍ରଶାସନିକ ଉଦାସୀନତାକୁ ନେଇ ଶୁକ୍ରବାର ସହରରେ ବନ୍ଦ ପାଳନ କରାଯାଇଥିଲା। ପ୍ରଶାସନ କେତେକ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଛନ୍ତି। ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବ ରାସ୍ତା ମଧ୍ୟରେ ରହିଥିବା ମୁଖ୍ୟ ସହର ଜୋଷୀମଠର ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ବୈଠକରେ ଡିଜିପି, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ସଚିବ ଏବଂ ବିପର୍ଯ୍ୟୟ ଅଧିକାରୀ ଉପସ୍ଥିତ ଥିଲେ। ଜୋଷୀମଠରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗଡ଼ଓ୍ବାଲ କମିଶନର ଓ ଜିଲାଅଧିକାରୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ଅନ୍ୟପଟେ ଶନିବାର ଧାମି ଜୋଷୀମଠ ପରିଦର୍ଶନ କରିବେ। ଭାଜପାର ଏକ ଟିମ୍‌ ମଧ୍ୟ ସେଠାକୁ ପଠାଯାଇଛି। ବିଶେଷଜ୍ଞ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri