Posted inଜାତୀୟ

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ବୈଷୟିକ ଭାବେ ଉନ୍ନତମାନର ଜାଳେଣି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସଂସଦରେ ସ୍ପଷ୍ଟ କରିଛନ୍ତି। ସରକାର ପୁଣିଥରେ E0(ବିନା ଇଥାନଲ୍‌ ପେଟ୍ରୋଲ୍) କିମ୍ବା E10 ପେଟ୍ରୋଲ୍ ବ୍ୟବସ୍ଥାକୁ ଫେରିବାର କୌଣସି ଯୋଜନା ରଖି ନାହାନ୍ତି ଏବଂ ସରକାରୀ ନୀତି କୌଣସି ନମ୍ବର ମାନକକୁ ଖସାଇବା ପରିବର୍ତ୍ତେ ଏକ ଉନ୍ନତ ଓ ଶ୍ରେଷ୍ଠ ବୈଷୟିକ ଜ୍ଞାନକୌଶଳ ଆଡ଼କୁ ଆଗେଇବା ପାଇଁ ଉଦ୍ଦିଷ୍ଟ ବୋଲି ସେ ମତ ଦେଇଛନ୍ତି।

ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତ ନିଜର ନିର୍ଦ୍ଧାରିତ ସମୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ହାସଲ କରିଛି। ବର୍ଷ ୨୦୨୨-୨୩ରେ ଇଥାନଲ୍ ମିଶ୍ରଣ ହାରାହାରି ୧୨% ଥିବାବେଳେ, ୨୦୨୩-୨୪ରେ ୧୪.୬%, ୨୦୨୪-୨୫ରେ ୧୯.୨% ଏବଂ ୨୦୨୫-୨୬ ମଧ୍ୟରେ ଏହା ୨୦%ରେ ପହଞ୍ଚିଛି। ବର୍ତ୍ତମାନ ପାଇଁ ୨୦%ରୁ ଅଧିକ ମିଶ୍ରଣ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଫ୍ଲେକ୍ସ-ଫୁଏଲ୍ ଯାନଗୁଡ଼ିକ ପାଇଁ ଅଣାଯାଇଥିବା E85 ଜାଳେଣି କେବଳ ସେହି ବର୍ଗର ଗାଡ଼ିଗୁଡ଼ିକ ପାଇଁ ପ୍ରମାଣିତ ହୋଇଥିବାବେଳେ ଏହା ସାଧାରଣ ପେଟ୍ରୋଲ୍ ଯାବତୀୟ ବଣ୍ଟନରେ ସାମିଲ ନାହିଁ।

ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଇଞ୍ଜିନ ନଷ୍ଟ ହେବା କିମ୍ବା ମାଇଲେଜ୍ କମିବା ନେଇ ଆସୁଥିବା ଖବରକୁ ସରକାର ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ନୀତି ଆୟୋଗ, ଆଇଓସିଏଲ୍, ଏଆରଏଆଇ, ଆଇଆଇପି ଏବଂ ଏସଆଇଏଏମ ଦ୍ୱାରା ପରିଚାଳିତ ବ୍ୟାପକ ପରୀକ୍ଷାଗାର ପରୀକ୍ଷଣ ଏବଂ ପ୍ରକୃତ ବ୍ୟବହାରର ତଥ୍ୟରୁ ଏହା ପ୍ରମାଣିତ ହୋଇଛି ଯେ E20 ଜାଳେଣି ଦ୍ୱାରା ଯାନବାହନ କିମ୍ବା ଇଞ୍ଜିନର କୌଣସି ଅସ୍ୱାଭାବିକ କ୍ଷତି ହୁଏ ନାହିଁ। ଦେଶର ଜଣେ ପ୍ରମୁଖ ଯାନ ନିର୍ମାତା ୨୦୨୫-୨୬ ଆର୍ଥିକ ବର୍ଷରେ ୨.୮୪ କୋଟି ଗାଡ଼ିର ସର୍ଭିସିଂ କରିଛନ୍ତି, ଯେଉଁଥିରେ ପ୍ରାୟ ୧.୫ କୋଟି ପୁରୁଣା ଗାଡ଼ି ମଧ୍ୟ ସାମିଲ ଥିଲା, କିନ୍ତୁ ଏଥାନଲ୍ କାରଣରୁ ଇଞ୍ଜିନ ଖରାବ ହେବାର କୌଣସି ଅଭିଯୋଗ ଆସିନାହିଁ। ବର୍ତ୍ତମାନ ଦେଶରେ ୨୦ କୋଟିରୁ ଅଧିକ ଦୁଇଚକିଆ ଏବଂ ୩ କୋଟିରୁ ଅଧିକ ପେଟ୍ରୋଲ୍ କାର୍ କୌଣସି ବଡ଼ ସମସ୍ୟା ବିନା E15+ ଏବଂ E20 ବ୍ଲେଣ୍ଡରେ ଚାଲୁଛି।

ମାଇଲେଜ୍ ସମ୍ପର୍କରେ ସ୍ପଷ୍ଟ କରାଯାଇଛି ଯେ ଇନ୍ଧନ ଦକ୍ଷତା ଡ୍ରାଇଭିଂ ଅଭ୍ୟାସ, ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ସ୍ଥାନୀୟ ରାସ୍ତା ପରିସ୍ଥିତି ଭଳି ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ। ପୁରୁଣା E10 ଡିଜାଇନ୍ ଯୁକ୍ତ ଯାନଗୁଡ଼ିକରେ E20 ବ୍ୟବହାର ହେଲେ ମାଇଲେଜ୍‌ରେ ସର୍ବାଧିକ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ସାମାନ୍ୟ ହ୍ରାସ ଘଟିପାରେ, ମାତ୍ର E20 ଜାଳେଣିର ଅକ୍ଟେନ୍ ନମ୍ବର ଅଧିକ ଥିବାରୁ ଗାଡ଼ିର ପିକ-ଅପ୍, ରାଇଡ୍ କ୍ୱାଲିଟି ଏବଂ ଇଞ୍ଜିନର କାର୍ଯ୍ୟଦକ୍ଷତା ବେଶ୍ ଭଲ ରହିଥାଏ।

ଏହି ନୀତି ଦ୍ୱାରା ଦେଶକୁ ବଡ଼ ଆର୍ଥିକ ଲାଭ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୧.୯୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇଛି, ପ୍ରାୟ ୩୧୬ ଲକ୍ଷ ମେଟ୍ରିକ୍ ଟନ୍ କ୍ରୁଡ୍ ଅଏଲ୍ ଆମଦାନୀ କମିଛି ଏବଂ ପ୍ରାୟ ୯୫୨ ଲକ୍ଷ ମେଟ୍ରିକ୍ ଟନ୍ CO2 ନିର୍ଗମନ ହ୍ରାସ ପାଇବା ସହ ଦେଶର ଚାଷୀମାନଙ୍କୁ ୧.୬୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୈଠ କରାଯାଇଛି। ସର୍ବସାଧାରଣ ତେଲ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ E20 ଜାଳେଣି ସମ୍ପର୍କିତ ଅଭିଯୋଗ ଓ ପରାମର୍ଶର ସମାଧାନ ପାଇଁ ଏକ ଦୃଢ଼ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ପେଟ୍ରୋଲ୍ ପମ୍ପରେ ଥିବା ଅଭିଯୋଗ ପୁସ୍ତିକା, ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର, କମ୍ପାନୀର ୱେବସାଇଟ୍, ମୋବାଇଲ୍ ଆପ୍ ଏବଂ CPGRAMS ପୋର୍ଟାଲ୍ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରି ନିର୍ଦ୍ଧାରିତ ସମୟସୀମା ଭୀତରେ ସମାଧାନ ପାଇପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri