ତଥ୍ୟ ନ ଥାଇ ସଫଳତା ଆକଳନ

ଭୁବନେଶ୍ୱର, ୧୧।୧ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉପଦ୍ରବ କମିବ, ତା’ ସାଙ୍ଗକୁ ସହରକୁ ‘ରାବିଜ୍‌ ଫ୍ରି’ ସିଟି କରାଯିବ। ସହରବାସୀଙ୍କୁ ଏଭଳି କିଛି ସ୍ବପ୍ନ ଦେଖାଉଛି ବିଏମ୍‌ସି। ସୋମବାର ହାଇକୋର୍ଟ କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଲାଗିଥିବା ରହିତାଦେଶ ହଟାଇବା ପରେ ସପ୍ତାହକ ମଧ୍ୟରେ ବିଏମ୍‌ସି ପୁନର୍ବାର କୁକୁରଙ୍କ ଅସ୍ତ୍ରୋପଚାର କରିବ ବୋଲି କହିଛି। ଏଥିସହ ୨୦୨୫ ସୁଦ୍ଧା ଭୁବନେଶ୍ୱରକୁ ରାବିଜ୍‌ ଫ୍ରି ସହର କରିବା ସହ ଦେଢବର୍ଷ ମଧ୍ୟରେ ସମସ୍ତ କୁକୁରଙ୍କ ବନ୍ଧ୍ୟାକରଣ କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଏହି ସ୍ବପ୍ନ କେତେଦୂର ସାକାର ହୋଇ ପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ସହରରେ କେତେ କୁକୁର ଅଛନ୍ତି ତାହାର ଠିକ୍‌ ହିସାବ ବିଏମ୍‌ସି ପାଖରେ ନାହିଁ। କେବଳ ଉପର ଠାଉରିଆ ଭାବେ କୁକୁରଙ୍କ ସଂଖ୍ୟା ଆକଳନ କରାଯାଉଛି। ବର୍ତ୍ତମାନ ସହରର ଜନସଂଖ୍ୟା ପ୍ରାୟ ୧୫ଲକ୍ଷ ଥିବାବେଳେ ଏହାର ୩ ପ୍ରତିଶତ ଅର୍ଥାତ୍‌ ୪୫ହଜାର କୁକୁର ସହରରେ ଅଛନ୍ତି। ଏହି ଅନୁପାତରେ ଦିନକୁ ୧୦୦ କୁକୁରଙ୍କ ଅସ୍ତ୍ରୋପଚାର କଲେ ଦେଢବର୍ଷ ମଧ୍ୟରେ ସମସ୍ତ କୁକୁରଙ୍କ ଅସ୍ତ୍ରୋପଚାର ସହ ଟୀକାକରଣ ସରିଯିବ ବୋଲି ଅଧିକାରୀମାନେ କହୁଛନ୍ତି। ମାତ୍ର ବାସ୍ତବରେ ଭିତ୍ତିଭୂମି ନ ସଜାଡ଼ି ବିଏମ୍‌ସି କର୍ତ୍ତୃପକ୍ଷ କେବଳ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛନ୍ତି। ଗତ ୫ମାସ ତଳେ ସହରରେ ୫୦ହଜାରରୁ ଊର୍ଦ୍ଧ୍ୱ କୁକୁର ଥିବାବେଳେ ଏବେ ତାହା ବଢି ୬୦ହଜାର ପାଖାପାଖି ହୋଇଥିବା ଏକ ଆକଳନରୁ ଜଣାଯାଇଛି। ମାତ୍ର ବାସ୍ତବ ସଂଖ୍ୟା ଜାଣିବା ପାଇଁ କୁକୁରଙ୍କ ଗଣନା କରିବାକୁ ଦୀର୍ଘଦିନ ତଳୁ ବିଏମ୍‌ସି ଯେଉଁ ଯୋଜନା କରିଥିଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସହରର ପ୍ରତି ୱାର୍ଡ ବୁଲି କେଉଁଠି କେତେ କୁକୁର ଅଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବା ପାଇଁ ଟେଣ୍ଡର ଦ୍ୱାରା ଏକ ସଂସ୍ଥାକୁ ନିଯୁକ୍ତ କରାଯାଇଥାନ୍ତା। ଏହାଦ୍ୱାରା ସହରରେ କେତେ ବୁଲା କୁକୁର ଅଛନ୍ତି ତାହାର ତଥ୍ୟ ବିଏମ୍‌ସି ପାଖରେ ରହିବା ସହ ଏବିସି କାର୍ଯ୍ୟକ୍ରମରେ ସହାୟକ ହୋଇଥାନ୍ତା। ମାତ୍ର ବର୍ଷେ ହେବ ଏହି ଯୋଜନା ବିଏମ୍‌ସିର ନାଲି ଫିତା ତଳେ ଚାପି ହୋଇ ରହିଯାଇଛି। ଏଭଳି କ୍ଷେତ୍ରରେ କୁକୁରଙ୍କ ସଂଖ୍ୟା ନ ଜାଣି ଦେଢବର୍ଷ ମଧ୍ୟରେ ସବୁ ହୋଇଯିବ ବୋଲି ବିଏମ୍‌ସି ଯେଉଁ ସ୍ବପ୍ନ ଦେଖାଉଛି ତାହା ଅନିଶ୍ଚିତତା ଘେରରେ ରହିଛି। ତେବେ କୁକୁର ଖୁବ୍‌ଶୀଘ୍ର ଏଥିପାଇଁ ଟେଣ୍ଡର ପ୍ରକାଶ ପାଇବ ବୋଲି ବିଏମ୍‌ସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେହିପରି ମଞ୍ଚେଶ୍ୱରରେ ତିଆରି ଚାଲିଥିବା କୁକୁର ହସ୍ପିଟାଲ ସପ୍ତାହ ଭିତରେ ଉଦ୍‌ଘାଟନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri