ତଥ୍ୟ ନ ଥାଇ ସଫଳତା ଆକଳନ

ଭୁବନେଶ୍ୱର, ୧୧।୧ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉପଦ୍ରବ କମିବ, ତା’ ସାଙ୍ଗକୁ ସହରକୁ ‘ରାବିଜ୍‌ ଫ୍ରି’ ସିଟି କରାଯିବ। ସହରବାସୀଙ୍କୁ ଏଭଳି କିଛି ସ୍ବପ୍ନ ଦେଖାଉଛି ବିଏମ୍‌ସି। ସୋମବାର ହାଇକୋର୍ଟ କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଲାଗିଥିବା ରହିତାଦେଶ ହଟାଇବା ପରେ ସପ୍ତାହକ ମଧ୍ୟରେ ବିଏମ୍‌ସି ପୁନର୍ବାର କୁକୁରଙ୍କ ଅସ୍ତ୍ରୋପଚାର କରିବ ବୋଲି କହିଛି। ଏଥିସହ ୨୦୨୫ ସୁଦ୍ଧା ଭୁବନେଶ୍ୱରକୁ ରାବିଜ୍‌ ଫ୍ରି ସହର କରିବା ସହ ଦେଢବର୍ଷ ମଧ୍ୟରେ ସମସ୍ତ କୁକୁରଙ୍କ ବନ୍ଧ୍ୟାକରଣ କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଏହି ସ୍ବପ୍ନ କେତେଦୂର ସାକାର ହୋଇ ପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ସହରରେ କେତେ କୁକୁର ଅଛନ୍ତି ତାହାର ଠିକ୍‌ ହିସାବ ବିଏମ୍‌ସି ପାଖରେ ନାହିଁ। କେବଳ ଉପର ଠାଉରିଆ ଭାବେ କୁକୁରଙ୍କ ସଂଖ୍ୟା ଆକଳନ କରାଯାଉଛି। ବର୍ତ୍ତମାନ ସହରର ଜନସଂଖ୍ୟା ପ୍ରାୟ ୧୫ଲକ୍ଷ ଥିବାବେଳେ ଏହାର ୩ ପ୍ରତିଶତ ଅର୍ଥାତ୍‌ ୪୫ହଜାର କୁକୁର ସହରରେ ଅଛନ୍ତି। ଏହି ଅନୁପାତରେ ଦିନକୁ ୧୦୦ କୁକୁରଙ୍କ ଅସ୍ତ୍ରୋପଚାର କଲେ ଦେଢବର୍ଷ ମଧ୍ୟରେ ସମସ୍ତ କୁକୁରଙ୍କ ଅସ୍ତ୍ରୋପଚାର ସହ ଟୀକାକରଣ ସରିଯିବ ବୋଲି ଅଧିକାରୀମାନେ କହୁଛନ୍ତି। ମାତ୍ର ବାସ୍ତବରେ ଭିତ୍ତିଭୂମି ନ ସଜାଡ଼ି ବିଏମ୍‌ସି କର୍ତ୍ତୃପକ୍ଷ କେବଳ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛନ୍ତି। ଗତ ୫ମାସ ତଳେ ସହରରେ ୫୦ହଜାରରୁ ଊର୍ଦ୍ଧ୍ୱ କୁକୁର ଥିବାବେଳେ ଏବେ ତାହା ବଢି ୬୦ହଜାର ପାଖାପାଖି ହୋଇଥିବା ଏକ ଆକଳନରୁ ଜଣାଯାଇଛି। ମାତ୍ର ବାସ୍ତବ ସଂଖ୍ୟା ଜାଣିବା ପାଇଁ କୁକୁରଙ୍କ ଗଣନା କରିବାକୁ ଦୀର୍ଘଦିନ ତଳୁ ବିଏମ୍‌ସି ଯେଉଁ ଯୋଜନା କରିଥିଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସହରର ପ୍ରତି ୱାର୍ଡ ବୁଲି କେଉଁଠି କେତେ କୁକୁର ଅଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବା ପାଇଁ ଟେଣ୍ଡର ଦ୍ୱାରା ଏକ ସଂସ୍ଥାକୁ ନିଯୁକ୍ତ କରାଯାଇଥାନ୍ତା। ଏହାଦ୍ୱାରା ସହରରେ କେତେ ବୁଲା କୁକୁର ଅଛନ୍ତି ତାହାର ତଥ୍ୟ ବିଏମ୍‌ସି ପାଖରେ ରହିବା ସହ ଏବିସି କାର୍ଯ୍ୟକ୍ରମରେ ସହାୟକ ହୋଇଥାନ୍ତା। ମାତ୍ର ବର୍ଷେ ହେବ ଏହି ଯୋଜନା ବିଏମ୍‌ସିର ନାଲି ଫିତା ତଳେ ଚାପି ହୋଇ ରହିଯାଇଛି। ଏଭଳି କ୍ଷେତ୍ରରେ କୁକୁରଙ୍କ ସଂଖ୍ୟା ନ ଜାଣି ଦେଢବର୍ଷ ମଧ୍ୟରେ ସବୁ ହୋଇଯିବ ବୋଲି ବିଏମ୍‌ସି ଯେଉଁ ସ୍ବପ୍ନ ଦେଖାଉଛି ତାହା ଅନିଶ୍ଚିତତା ଘେରରେ ରହିଛି। ତେବେ କୁକୁର ଖୁବ୍‌ଶୀଘ୍ର ଏଥିପାଇଁ ଟେଣ୍ଡର ପ୍ରକାଶ ପାଇବ ବୋଲି ବିଏମ୍‌ସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେହିପରି ମଞ୍ଚେଶ୍ୱରରେ ତିଆରି ଚାଲିଥିବା କୁକୁର ହସ୍ପିଟାଲ ସପ୍ତାହ ଭିତରେ ଉଦ୍‌ଘାଟନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri