ଗୋଦାମରେ ଫିମ୍ପି ମାରିଲାଣି ଅତ୍ୟାବଶ୍ୟକ ସାମଗ୍ରୀ: ଚିନ୍ତାରେ ୟୁନିଟ୍‌-୪ ହାଟ ବ୍ୟବସାୟୀ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଅନିଶ୍ଚିତତାରେ ୟୁନିଟ୍‌-୪ ମାର୍କେଟ ବ୍ୟବସାୟୀଙ୍କ ଭବିଷ୍ୟତ। ୧୦ଦିନ ହେବ ହାଟ ସିଲ୍‌ ହୋଇ ରହିଥିବାରୁ ହଜାରେରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଓ ଗୋଦାମ ମାଲିକ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଗୋଟିଏ ପଟେ କରୋନା ଦାଉକୁ ଅନ୍ୟପଟେ ବିଏମ୍‌ସି ଅଧିକାରୀଙ୍କ ଅବହେଳା ଚିନ୍ତା ବଢ଼ାଇଛି। ସମସ୍ତ ବ୍ୟବସାୟୀଙ୍କ କୋଭିଡ୍‌ ଟେଷ୍ଟ୍‌ କରାଯାଉ ନି କି ବଜାର ଖୋଲିବାକୁ ଅନୁମତି ମିଳୁନି। ଫଳରେ ଗୋଦାମ ଓ ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ଫିମ୍ପି ମାରିଲାଣି।
ୟୁନିଟ୍‌-୪ ଭୌମନଗର ହାଟ ସଂଘର ସାଧାରଣ ସମ୍ପାଦକ ବଦ୍ରିନାରାୟଣ ମିଶ୍ର ବ୍ୟବସାୟୀଙ୍କ ବ୍ୟବସାୟିକ ଓ ପାରିବାରିକ ସ୍ଥିତିକୁ ନେଇ ବେଶ୍‌ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ହାଟ ଖୋଲିବା ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ପଚାରିବାରୁ ଦାୟିତ୍ୱ ତାଙ୍କର ନୁହେଁ, ମାର୍କେଟ ବିଭାଗ ଦାୟିତ୍ୱ ତୁଲାଉଥିବା କହୁଛନ୍ତି। ଏପଟେ ମାର୍କେଟ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରୁନି। ୟୁନିଟ୍‌-୧ ହାଟ ଓ ମାର୍କେଟ ବିଲ୍ଡିଂ ପରି ଆମ ହାଟ ପାଇଁ ଏସ୍‌ଓପି ଜାରି କରାଯାଉ। ତାହାକୁ ମାନି ବ୍ୟବସାୟୀମାନେ ଦୋକାନ ଖୋଲିବେ ବୋଲି ମିଶ୍ର ନିବେଦନ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ହାଟର କେବଳ ମାଛ ଗଦିରୁ ପଜିଟିଭ୍‌ ବାହାରିଛନ୍ତି। ମାଛ ମାର୍କେଟ ପାଇଁ ପୂରା ହାଟ ଓ ଆଖପାଖ ଅଞ୍ଚଳରେ ଛୋଟମୋଟ ଦୋକାନ କରି ପେଟପୋଷୁଥିବା ବ୍ୟବସାୟୀଙ୍କ ଦାନାପାଣି ବନ୍ଦ କରିବା ଠିକ୍‌ ନୁହେଁ। ଗୋଦାମରେ ଥିବା ଚାଉଳ, ଡାଲି, ଚୁଡ଼ା, ମୁଢ଼ି ସହ ଅତ୍ୟାବଶ୍ୟକ ଜିନିଷ ନଷ୍ଟ ହେବାକୁ ବସିଲାଣି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ବିଏମ୍‌ସିକୁ ହଜାର ହଜାର ବ୍ୟବସାୟୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ବଜାର କେବେ ଖୋଲିବ ସେନେଇ ବିଏମ୍‌ସି କମିଶନର ଓ ମାର୍କେଟ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି। ସେହିଭଳି ଖୁବ୍‌ଶୀଘ୍ର ଏନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ସୂଚନାଯୋଗ୍ୟ, ୟୁନିଟ୍‌-୪ ହାଟରୁ ଦୁଇ ଦିନରେ ୭ ପଜିଟିଭ୍‌ ଚିହ୍ନଟ ହେବାପରେ ଗତ ୧୭ ତାରିଖରେ ବିଏମ୍‌ସି ତାହାକୁ ସିଲ୍‌ କରିଥିଲା। ଏହାର ୮ ଦିନ ପରେ ହାଟର ମାଛ ଗଦିର ୧୦୦ଜଣ ବ୍ୟବସାୟୀଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ହେଲେ ଅନ୍ୟ ବ୍ୟବସାୟୀଙ୍କର କେବେ ଟେଷ୍ଟ୍‌ ହେବ ଓ ହାଟ ଖୋଲିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri