ଚାଇନାକୁ ଦୁଃଖ ଦେଇଛି ୟାଙ୍ଗ୍‌ଜି

ବେଜିଂ/ଓ୍ବାଶିଂଟନ,୨୭ା୭ :କେନ୍ଦ୍ରୀୟ ଚାଇନାରେ ଦେଶର ଦୀର୍ଘତମ ନଦୀ ‘ୟାଙ୍ଗଜି’ ପ୍ରୟଙ୍କରୀ ବନ୍ୟା ଆଣିଛି। ଜୁନ୍‌ ପହିଲାରୁ ଲଗାଣ ବର୍ଷା ଫଳରେ ନଦୀର ଜଳସ୍ତର ୫୦ ଫୁଟ ବୃଦ୍ଧି ପାଇଛି। ଏଥିରେ ୨୪ଟି ରାଜ୍ୟର ୪୦ ନିୟୁତ ଲୋକ ପ୍ରଭାବିତ ଓ ୨୦୦ରୁ ଊର୍ଦ୍ଧ୍ୱ ମୃତ କିମ୍ବା ନିଖୋଜ ହୋଇଯାଇଛନ୍ତି। ଏହି ବନ୍ୟା କରୋନା ମହାମାରୀ ସହ ଯୁଝୁଥିବା ଚାଇନାର ଅର୍ଥନୀତିକୁ ଦୋହଲାଇ ଦେଇଛି। କାରଣ ବନ୍ୟା ଯୋଗୁ ଚାଇନା ଅର୍ଥନୀତିକୁ ୧୧.୮ ବିଲିୟନ୍‌ ଡଲାର କ୍ଷତି ପହଞ୍ଚତ୍ଛି। ଏହାସହ ୨୮,୦୦୦ ଘର ବଢ଼ିପାଣିରେ ଧୋଇହୋଇ ଯାଇଛି।
ୟାଙ୍ଗଜି ନଦୀ ଏସିଆର ଦୀର୍ଘତମ ତଥା ବିଶ୍ୱର ତୃତୀୟ ବଡ଼ ନଦୀ। ଚାଇନାର ପଶ୍ଚିମରୁ ପୂର୍ବକୁ ପ୍ରବାହିତ ଏହି ନଦୀର ଅବବାହିକା ଚାଇନା କ୍ଷେତ୍ରଫଳର ଏକପଞ୍ଚମାଂଶ, ଯେଉଁ ବିସ୍ତୃତ ଭୂମି ଉପରେ ଦେଶର ଏକତୃତୀୟଂଶ ଲୋକ ବସବାସ କରିଥାନ୍ତି। ପାନୀୟ ଜଳ, ଜଳସେଚନ, ପରିମଳ, ପରିବହନ, ଶିଳ୍ପ, ପରିସୀମା ନିର୍ଦ୍ଧାରଣ ଓ ଯୁଦ୍ଧ କ୍ଷେତ୍ରରେ ୬୩୦୦ କି.ମି. ବିସ୍ତୃତ ଏହି ନଦୀକୁ ବ୍ୟବହାର କରାଯାଏ। ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୟାଙ୍ଗଜି ନଦୀ ତ୍ରିକୋଣ ଭୂଇଁର ଅବଦାନ ୨୦%। ଏହି ନଦୀ ଉପରେ ଥିବା ଥ୍ରି ଗୋର୍ଜେସ ଡ୍ୟାମ୍‌ ହେଉଛି ବିଶ୍ୱର ସର୍ବବୃହତ୍‌ ଜଳବିଦ୍ୟୁତ୍‌ ପାଓ୍ବାର ଷ୍ଟେଶନ। ଚାଇନାର ଇତିହାସ, ସଂସ୍କୃତି ଓ ଅର୍ଥନୀତିକୁ ହଜାର ହଜାର ବର୍ଷ ଧରି ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନେଇଆସିଥିବା ୟାଙ୍ଗଜି ନଦୀ ଦେଶବାସୀଙ୍କୁ କମ୍‌ ଦୁଃଖ ବି ଦେଇନି। ପ୍ରତିବର୍ଷ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଥାନ୍ତି।
ଚଳିତବର୍ଷ ଜୁନ୍‌ ୧ରେ ଏସିଆରେ ମୌସୁମୀ ଋତୁ ଆରମ୍ଭ ହୋଇଥିଲା। ମୌସୁମୀଜନିତ ଲଗାଣ ବର୍ଷା ଯୋଗୁ ଚାଇନାର ଥ୍ରି ଗୋର୍ଜେସ ଡ୍ୟାମ୍‌ରେ ଜଳସ୍ତର ୧୫ ମିଟର ବୃଦ୍ଧି ପାଇ ୧୬୪.୧୮ ମିଟରରେ ପହଞ୍ଚତ୍ଛି। ନଦୀବନ୍ଧ ଯୋଜନାର ମୋଟ ଜଳଧାରଣ କ୍ଷମତା ୧୭୫ ମିଟର ହୋଇଥିବାବେଳେ ୨୦୧୨ ବନ୍ୟା ବେଳେ ଡ୍ୟାମ୍‌ର ଜଳସ୍ତର ୧୬୩.୧୧ ମିଟର ଛୁଇଁଥିଲା। ଫଳରେ ଏହି ଡ୍ୟାମ୍‌ଗୁଡ଼ିକ ଜରିଆରେ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିନାହିଁ। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିବାରୁ ଏହା ଭୁଶୁଡ଼ିଯିବା ଆଶଙ୍କା ଦେଖାଦେଲାଣି। କାରଣ ଚାଇନାରେ ବିଗତ କିଛି ଦଶନ୍ଧି ମଧ୍ୟରେ ଏତେ ପରିମାଣର ବର୍ଷା ହୋଇ ନ ଥିଲା। ସେହିପରି ମୌସୁମୀ ଋତୁ ଶେଷ ହୋଇ ନ ଥିବାରୁ ଆଗକୁ ସଙ୍କଟ ବଢ଼ିବା ଜଳଜଳ ହୋଇ ଦେଖାଯାଉଛି। କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିବା ଉହାନ ସିଟି ସମେତ ଆନ୍‌ହୁଇ, ଜିଆଙ୍ଗଶି ଓ ଝେଜିଆଙ୍ଗ୍‌ରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏସବୁକୁ ଦେଖି ଚାଇନାବାସୀ ଏବେ ୧୯୯୮ ଏବଂ ୧୯୫୪ର ବନ୍ୟା କଥା ମନେପକାଉଛନ୍ତି।

ବନ୍ୟାର ରାଜନୈତିକ ପ୍ରଭାବ

ୟାଙ୍ଗଜି ନଦୀ ହେଉଛି ଚାଇନାର ମାନୁଫାକ୍ଚଚରି ଓ ଶିପିଂ ପାଇଁ ପ୍ରମୁଖ କ୍ଷେତ୍ର। ସାଂଘାଇଠାରେ ପୂର୍ବ ଚାଇନା ସାଗରରେ ମିଶିଥିବା ଏହି ନଦୀରେ ଆସିଥିବା ବନ୍ୟା କେବଳ ଚାଇନାର ଅର୍ଥନୀତିକୁ ପ୍ରଭାବିତ କରିନାହିଁ, ବରଂ ବିଶ୍ୱର ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ଅଶୁଭ ସଙ୍କେତ ଆଣିଦେଇଛି। ଏହାର ରାଜନୈତିକ ପ୍ରଭାବ ୧୯୮୬ ଏପ୍ରିଲ ୨୬ରେ ସୋଭିଏଟ୍‌ ୟୁନିୟନର ଚେର୍ନୋବ୍ଲି ବିପର୍ଯ୍ୟୟ ଭଳି ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)କୁ ଅସ୍ଥିର କରିବା ପାଇଁ ପର୍ଯ୍ୟାପ୍ତ। ସାମ୍ପ୍ରତିକ ସଙ୍କଟ ସିପିସି ଜେନୋରାଲ ସେକ୍ରେଟାରି ତଥା ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ପାଇଁ ଅଡ଼ୁଆ ସାଜିପାରେ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।
ଆମେରିକାରେ ଜର୍ଜ ବୁଶ ରାଷ୍ଟ୍ରପତି ଥିବାବେଳେ କାଟ୍ରିନା ଝଡ଼ ତାଙ୍କ ଛବିକୁ ଯେପରି ମଳିନ କରିଦେଇଥିଲା ଚାଇନାର ବନ୍ୟାକୁ ଜିନ୍‌ପିଙ୍ଗଙ୍କ ସେହିପରି ବିଫଳତା ଭାବେ ଦେଖାଗଲାଣି। ଆମେରିକା, ତାଇଓ୍ବାନ, ଜାପାନ ଓ ଭାରତ ସମେତ ଅନେକ ଦେଶ ସହ ବିବାଦରେ ଛନ୍ଦି ହୋଇଯାଇଥିବା ଚାଇନା ରାଷ୍ଟ୍ରମୁଖ୍ୟ ଜିନ୍‌ପିଙ୍ଗ ଥ୍ରି ଗୋର୍ଜେସ ଡ୍ୟାମ ପରିଦର୍ଶନ କରିନାହାନ୍ତି। କରୋନା ଭାଇରସ୍‌କୁ ନେଇ ଦେଶବାସୀ ଅସନ୍ତୁଷ୍ଟ ଥିବାବେଳେ ବନ୍ୟା ନିୟନ୍ତ୍ରଣରେ ବିଫଳତା ଜନାକ୍ରୋଶକୁ ବହୁଗୁଣିତ କରିବା ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?