Posted inଖେଳ

ଆର୍ମେନିଆରେ ଟାଇଟଲ ଜିତିଲେ ଏରିଗାସି

ନୂଆଦିଲ୍ଲୀ, ୧୯ା୬(ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାସିଙ୍କଠାରୁ ଆଉ ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆର୍ମେନିଆର ଜର୍ମୁକ୍‌ଠାରେ ମଙ୍ଗଳବାର ଶେଷ ହୋଇଥିବା ଆଭାଜ୍ଞାନ ମେମୋରିଆଲ ଚେସ୍‌ ଟୁର୍ନାମେଣ୍ଟର ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲ ରାଉଣ୍ଡରେ ସେ ସ୍ଥାନୀୟ ଖେଳାଳି ମାନୁଆଲ ପେତ୍ରୋସ୍ୟାନଙ୍କ ବିପକ୍ଷ ଗେମ୍‌ ଡ୍ର ରଖିଛନ୍ତି। ଅର୍ଜୁନ ହେଉଛନ୍ତି ଏଠାରେ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ୧୦ଜଣ ଖେଳାଳିଙ୍କୁ ନେଇ ଏହି ରାଉଣ୍ଡ-ରବିନ ଟୁର୍ନାମେଣ୍ଟରେ ସେ ୬.୫ ପଏଣ୍ଟ ଅର୍ଜନ କରିଛନ୍ତି। ଭାରତୀୟ ଖେଳାଳି ଟୁର୍ନାମେଣ୍ଟରେ ଅପରାଜେୟ ରହିଥିଲେ। ସେ ୪ଟି ଗେମ୍‌ରେ ବିଜୟ ଲାଭ କରିଥିବା ବେଳେ ୫ଟି ଡ୍ର’ ରଖିଥିଲେ। ଫାଇନାଲ ରାଉଣ୍ଡ କେବଳ ଔପଚାରିକତା ଦୃଷ୍ଟିରୁ ଖେଳାଯାଇଥିଲା। କାରଣ ପୂର୍ବ ରାଉଣ୍ଡରେ ଏରିଗାସିଙ୍କ ଟାଇଟଲ ପକ୍କା ହୋଇସାରିଥିଲା। ସେତେବେଳେ ମିଳିତ ଦ୍ୱିତୀୟ ସ୍ଥାନରେ ରହିଥିବା ୩ଜଣ ଖେଳାଳିଙ୍କଠାରୁ ସେ ୧.୫ ବ୍ୟବଧାନରେ ଅଗ୍ରଣୀ ରହିଥିଲେ। ଟୁର୍ନାମେଣ୍ଟରେ ବିଜୟ ଦ୍ୱାରା ର଼୍ୟାଙ୍କିଙ୍ଗ ତାଲିକାରେ ଅର୍ଜୁନ ଉପରକୁ ଉଠିବାରେ ଲାଗିଛନ୍ତି। ବର୍ତ୍ତମାନ ସେ ୨୭୭୮ ଲାଇଭ୍‌ ରେଟିଂ ପଏଣ୍ଟ ସହ ନରଓ୍ବେର ମାଗ୍ନସ କାର୍ଲସେନ ଏବଂ ଆମେରିକାର ଦୁଇ ଜଣ ହିକାରୁ ନାକାମୁରା ଏବଂ ଫିବିଆନୋ କରୁଆନାଙ୍କ ପଛକୁ ବିଶ୍ୱର ୪ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହୋଇପାରିଛନ୍ତି। ଚଳିତବର୍ଷ ପରବର୍ତ୍ତୀ ଭାଗରେ ବିଶ୍ୱ ଚାମ୍ପିୟନଶିପ୍‌ ଚ୍ୟାଲେଞ୍ଜର ଅନୁଷ୍ଠିତ ହେବ। ଡି. ଗୁକେଶ (୨୭୬୩) ବର୍ତ୍ତମାନ ଅର୍ଜୁନଙ୍କଠାରୁ ୧୫ ପଏଣ୍ଟ ପଛରେ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ୭ମ ସ୍ଥାନରେ ରହିଛନ୍ତି। ସେହିପରି ଆର୍‌. ପ୍ରଜ୍ଞାନନ୍ଦ (୨୭୫୭) ୮ମ ସ୍ଥାନରେ ରହିଥିବା ବେଳେ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ (୨୭୫୧) ଏବେ ସୁଦ୍ଧା ଏହି ୩ଜଣ ଯୁବ ଖେଳାଳିଙ୍କ ନିକଟତର ଅର୍ଥାତ ୧୧ଶ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?