ଏରଡ଼ା-ପହଙ୍ଗା କେନାଲ ରାସ୍ତା କାମରେ ବିଳମ୍ବ

ଜଗତ୍‌ସିଂହପୁର, ୧୬ା୧୧(ପ୍ରମୋଦ କୁମାର ନାୟକ)ଜଳ ସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ପକ୍ଷରୁ କଟକ ଜିଲା ପହଙ୍ଗା ନିକଟରୁ ଜଗତ୍‌ସିଂହପୁର ଜିଲା ଏରଡ଼ା (ବାଲିସାହି) ପର୍ଯ୍ୟନ୍ତ କେନାଲ ରାସ୍ତା ନବୀକରଣ ପାଇଁ ଟେଣ୍ଡର ହୋଇଛି। ପାଖାପାଖି ୩.୫ କିଲୋମିଟର କେନାଲ ରାସ୍ତା ସହ ଅନ୍ୟ ଏକ ରାସ୍ତା ପାଇଁ ୪.୩୫ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି। ଯୋଜନା ଅନୁଯାୟୀ ପହଙ୍ଗା-ଏରଡ଼ା କେନାଲ ରାସ୍ତା କାମ ଗତ ବର୍ଷାଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ରାସ୍ତା ଓସାରିଆ ସହ ଆବଶ୍ୟକସ୍ଥଳେ ମାଟି ପୂରଣ ପରେ ଅଧିକାଂଶ ରାସ୍ତା ସମତୁଲ କରାଯାଇଥିଲା। ଏପରି କି କେତେକ ସ୍ଥାନରେ ବାଲି, ମୋହରମ ହାଲକା ଭାବେ ବିଛା ଯାଇଥିଲା। ଏହି କାମ ଆରମ୍ଭ ପରେ ଜଗତ୍‌ସିଂହପୁର ଓ କଟକ ଜିଲାର ଏକାଧିକ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ। ଠିକାଦାର ମଧ୍ୟ ମେଟାଲ ଓ ମୋହରମ ଏରଡ଼ା ବାଲିଘାଟ ନିକଟରେ ଗଚ୍ଛିତ ରଖିଥିଲେ। କିନ୍ତୁ ଦୁଃଖର କଥା ହେଲା ନିକଟରେ ଠିକାଦାର ରାତାରାତି ଗଚ୍ଛିତ ମେଟାଲ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଛନ୍ତି। କାମ ହେବା ପାଇଁ ଥିବା ମେଟାଲ କାହିଁକି ଏବଂ କେଉଁ ଲକ୍ଷ୍ୟ ରଖି ଠିକାଦାର ସ୍ଥାନାନ୍ତର କଲେ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏପରି କି ଏହି କାମକୁ ଗୌଣ କରି ଠିକାଦାର ଅନ୍ୟତ୍ର କାମ କରିବା ପାଇଁ ଉଦ୍ୟମ କରୁଥିବା ଶୁଣାଯିବା ପରେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାସ୍ତବରେ ଠିକାଦାର ନିଜ ଇଚ୍ଛାରେ ଏଭଳି ନିଷ୍ପତ୍ତି ନେଇଛନ୍ତି କି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ନିର୍ଦ୍ଦେଶ ରହିଛି ତାହା ସନ୍ଦେହ ଭିତରେ ରହିଛି। ଏ ପରିସ୍ଥିତିରେ ଏରଡ଼ା ଗ୍ରାମର ୩ ପଡ଼ା ସମେତ ଗଳଧାରୀ, ଜୁଆଙ୍ଗ, ସୁନ୍ଦରଦା ଆଦିର ଲୋକେ ଠିକାଦାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ୫ଟି ଅଧ୍ୟକ୍ଷ, ଜଳସମ୍ପଦ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ଓ ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଏ ସମ୍ପର୍କରେ ନିର୍ମଳ ଚନ୍ଦ୍ର ବିଶ୍ୱାଳ, ଭରତ ଚନ୍ଦ୍ର ବସ୍ତିଆ, ରଶ୍ମି ରଞ୍ଜନ ଲେଙ୍କା, କୃଷ୍ଣଚନ୍ଦ୍ର ଲେଙ୍କା, ଭରତ ନାୟକ, ସନ୍ତୋଷ କୁମାର ରାଉତ, ପ୍ରକାଶ ବିଶ୍ୱାଳ, ବିଭୁତି ନାୟକ, ପିତବାସ ଜେନା, ସରୋଜ କୁମାର ନାୟକ, ଅଶୋକ ବିଶ୍ୱାଳ ଓ କୁମୁଦ କୁମାର ମହାନ୍ତି ପ୍ରମୁଖ କହିଛନ୍ତି, ପହଙ୍ଗାଠାରୁ ଏରଡ଼ା ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଦେଇ ପ୍ରତ୍ୟହ ପାଖାପାଖି ୧୦ ହଜାରରୁ ଅଧିକ ଲୋକ ଯାତାୟାତ କରନ୍ତି। ପ୍ରାଚୀ ଡିଭିଜନ ଅଧୀନ ୬ କିଲୋମିଟର ଏହି ରାସ୍ତାର ଉନ୍ନତିକରଣ ପାଇଁ ୨୦୨୨ରେ ୫.୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନୁରୂପ ଭାବେ ନଦୀ ବନ୍ଧ ପାର୍ଶ୍ୱ କେନାଲ ରାସ୍ତାର ନବୀକରଣ ପାଇଁ ୪.୩୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଅଭିଳାସ ବିଶ୍ୱାଳ ଠିକା ନେବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିମଧ୍ୟରେ ମାଟି କାମ ଆପାତତଃ ସରିଥିବା ବେଳେ ଅନ୍ୟ କାମ ବାକି ରହିଛି। କିନ୍ତୁ ଏରଡ଼ାଠାରେ ରାସ୍ତା କାର୍ଯ୍ୟ ପାଇଁ ଗଚ୍ଛିତ ମେଣ୍ଟାଲ, ମୋହରମ ଅନ୍ୟତ୍ର ସ୍ଥାନାନ୍ତର ହେଉଛି। ଯାହାକି ଲୋକଙ୍କ ଭାବାବେଗ ସହ କୁଠାରାଘାତ କରୁଛି। ତେଣୁ ଏହା ଉପରେ ତଦନ୍ତ ହୋଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କେନାଲ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କଟକ ଜିଲା ବିଭାଗୀୟ ପହଙ୍ଗାସ୍ଥିତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡାଙ୍କୁ ପଚାରିବାରୁ ବାସ୍ତବରେ ମାଟି କାମ କିଛି ବାକି ଅଛି। ଏବେ ଚାଷ ସମୟ ହୋଇଥିବାରୁ ମାଟି ମିଳିବାରେ ବିଳମ୍ବ ହେଉଛି। ତେଣୁ ଠିକାଦାର ଗଚ୍ଛିତ ରଖିଥିବା ମେଟାଲ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ସୂଚନା ଦେଇଛନ୍ତି। ତଥାପି ଏବେ ମାଟି କିଣା ପାଇଁ ଉଦ୍ୟମ ହେଉଛି। ନଚେତ ଧାନ ଅମଳ ପରେ ମାଟି ମିଳିଲେ କାମ ହେବ। ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ସୁଧାକର ମଲ୍ଲିକଙ୍କୁ ପଚାରିବାରୁ ବାସ୍ତବରେ କାମ ବନ୍ଦ ହେଉନାହିଁ। ପ୍ରଥମେ ମାଟି କାମ ଓ ତା’ ପରେ ଅନ୍ୟ କାମ ହେବା କଥା। ଯେହେତୁ ଖୁବ୍‌ କମ ଦୂର ମାଟି କାମ ବାକି ଅଛି ତେଣୁ ଏହା କିପରି ସରିବ ଚିନ୍ତା କରାଯାଉଛି। ବିଳମ୍ବ ହେଲେ ଅନ୍ୟ କାମ ଚାଲୁ ରହିବ। ଅର୍ଥାତ୍‌ ବାଲି, ମୋହରମ ବିଛାଯିବ। ତା’ର କିଛିଦିନ ପରେ ମେଟାଲିଂ, କଂକ୍ରିଟ୍‌ କାମ ହେବ। ଶେଷରେ ପିଚୁ କରାଯିବ। ଏତେ କାମ ବାକି ଥିବାରୁ ଠିକାଦାରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସତ୍ୟ ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ବାଇଁଙ୍କ ସହ ଅନ୍ୟ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି କାମ ଆସନ୍ତା ମାସ ଭିତରେ ସାରିବାକୁ ଅଧୀକ୍ଷଣ ଯନ୍ତ୍ରୀ ଠିକାଦାରଙ୍କ ନିର୍ଦ୍ଦେଶ ଦେବା ପରେ ଏରଡା ଗ୍ରାମବାସୀ ଅଶ୍ୱସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବାଧ ନିର୍ବାଚନ ପାଇଁ ପ୍ରଶାସନର ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୋଲିସ ସକ୍ରିୟ ହୋଇ ଉଠିଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଫ୍ଲାଗ୍‌ମାର୍ଚ୍ଚ...

ସୋମବାର ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଛତ୍ରପୁର,୧୨ା୫(ଦିଲ୍ଲୀପ ସାମଲ): ସାଧାରଣ ନିର୍ବାଚନ ମହାପର୍ବ ଲାଗି ବୁଥ୍‌ ମୁହାଁ ହୋଇଛନ୍ତି କର୍ମଚାରୀ। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖ ସୋମବାର ନିର୍ବାଚନ ଲାଗି...

ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିଂ

ଚିତ୍ରକୋଣ୍ଡା,୧୨ା୫(କ୍ଷୀରୋଦ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀମାନଙ୍କର ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସକାଳେ ମାଲକାନଗିରି...

ବିରୋଧୀମାନେ ମିଛ କଥା କହୁଛନ୍ତି, ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର/ବଲାଙ୍ଗୀର,୧୨ା୫: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରାଟ ସଭାରେ ରବିବାର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ସଭାରେ ସମ୍ବୋଧିତ କରିବା ସହ...

ଘାଟିରେ ଓଲଟିଲା ଅଟୋ, ୧୮ ଆହତ

ଝରିଗାଁ,୧୨ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

କେନାଲ ହିଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ

ଦିଗପହଣ୍ଡି/ଚିକିଟି,୧୨ା୫(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମ ନିକଟ ରାସ୍ତା କଡ଼ କେନାଲ ହିଡ଼ରୁ ଜଣେ...

କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ଭବାନୀପାଟଣା,୧୨ା୫(ଉତ୍ତମ କୁମାର ଦାଶ): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ଲୋକ ସଭା କ୍ଷେତ୍ର ରହିଛି। ଶନିବାର...

ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଆଜି ଦୁଇ ଲୋକ ସଭା ଆସନରେ ମାଗିବେ ଭୋଟ

ଭୁବନେଶ୍ୱର,୧୨।୫: ପ୍ରଚାର ପାଇଁ ବଲାଙ୍ଗିର ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଥମେ କଳାହାଣ୍ଡି ଜିଲା ଉତ୍କେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri