ଏରଡ଼ା-ପହଙ୍ଗା କେନାଲ ରାସ୍ତା କାମରେ ବିଳମ୍ବ

ଜଗତ୍‌ସିଂହପୁର, ୧୬ା୧୧(ପ୍ରମୋଦ କୁମାର ନାୟକ)ଜଳ ସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ପକ୍ଷରୁ କଟକ ଜିଲା ପହଙ୍ଗା ନିକଟରୁ ଜଗତ୍‌ସିଂହପୁର ଜିଲା ଏରଡ଼ା (ବାଲିସାହି) ପର୍ଯ୍ୟନ୍ତ କେନାଲ ରାସ୍ତା ନବୀକରଣ ପାଇଁ ଟେଣ୍ଡର ହୋଇଛି। ପାଖାପାଖି ୩.୫ କିଲୋମିଟର କେନାଲ ରାସ୍ତା ସହ ଅନ୍ୟ ଏକ ରାସ୍ତା ପାଇଁ ୪.୩୫ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି। ଯୋଜନା ଅନୁଯାୟୀ ପହଙ୍ଗା-ଏରଡ଼ା କେନାଲ ରାସ୍ତା କାମ ଗତ ବର୍ଷାଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ରାସ୍ତା ଓସାରିଆ ସହ ଆବଶ୍ୟକସ୍ଥଳେ ମାଟି ପୂରଣ ପରେ ଅଧିକାଂଶ ରାସ୍ତା ସମତୁଲ କରାଯାଇଥିଲା। ଏପରି କି କେତେକ ସ୍ଥାନରେ ବାଲି, ମୋହରମ ହାଲକା ଭାବେ ବିଛା ଯାଇଥିଲା। ଏହି କାମ ଆରମ୍ଭ ପରେ ଜଗତ୍‌ସିଂହପୁର ଓ କଟକ ଜିଲାର ଏକାଧିକ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ। ଠିକାଦାର ମଧ୍ୟ ମେଟାଲ ଓ ମୋହରମ ଏରଡ଼ା ବାଲିଘାଟ ନିକଟରେ ଗଚ୍ଛିତ ରଖିଥିଲେ। କିନ୍ତୁ ଦୁଃଖର କଥା ହେଲା ନିକଟରେ ଠିକାଦାର ରାତାରାତି ଗଚ୍ଛିତ ମେଟାଲ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଛନ୍ତି। କାମ ହେବା ପାଇଁ ଥିବା ମେଟାଲ କାହିଁକି ଏବଂ କେଉଁ ଲକ୍ଷ୍ୟ ରଖି ଠିକାଦାର ସ୍ଥାନାନ୍ତର କଲେ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏପରି କି ଏହି କାମକୁ ଗୌଣ କରି ଠିକାଦାର ଅନ୍ୟତ୍ର କାମ କରିବା ପାଇଁ ଉଦ୍ୟମ କରୁଥିବା ଶୁଣାଯିବା ପରେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାସ୍ତବରେ ଠିକାଦାର ନିଜ ଇଚ୍ଛାରେ ଏଭଳି ନିଷ୍ପତ୍ତି ନେଇଛନ୍ତି କି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ନିର୍ଦ୍ଦେଶ ରହିଛି ତାହା ସନ୍ଦେହ ଭିତରେ ରହିଛି। ଏ ପରିସ୍ଥିତିରେ ଏରଡ଼ା ଗ୍ରାମର ୩ ପଡ଼ା ସମେତ ଗଳଧାରୀ, ଜୁଆଙ୍ଗ, ସୁନ୍ଦରଦା ଆଦିର ଲୋକେ ଠିକାଦାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ୫ଟି ଅଧ୍ୟକ୍ଷ, ଜଳସମ୍ପଦ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ଓ ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଏ ସମ୍ପର୍କରେ ନିର୍ମଳ ଚନ୍ଦ୍ର ବିଶ୍ୱାଳ, ଭରତ ଚନ୍ଦ୍ର ବସ୍ତିଆ, ରଶ୍ମି ରଞ୍ଜନ ଲେଙ୍କା, କୃଷ୍ଣଚନ୍ଦ୍ର ଲେଙ୍କା, ଭରତ ନାୟକ, ସନ୍ତୋଷ କୁମାର ରାଉତ, ପ୍ରକାଶ ବିଶ୍ୱାଳ, ବିଭୁତି ନାୟକ, ପିତବାସ ଜେନା, ସରୋଜ କୁମାର ନାୟକ, ଅଶୋକ ବିଶ୍ୱାଳ ଓ କୁମୁଦ କୁମାର ମହାନ୍ତି ପ୍ରମୁଖ କହିଛନ୍ତି, ପହଙ୍ଗାଠାରୁ ଏରଡ଼ା ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଦେଇ ପ୍ରତ୍ୟହ ପାଖାପାଖି ୧୦ ହଜାରରୁ ଅଧିକ ଲୋକ ଯାତାୟାତ କରନ୍ତି। ପ୍ରାଚୀ ଡିଭିଜନ ଅଧୀନ ୬ କିଲୋମିଟର ଏହି ରାସ୍ତାର ଉନ୍ନତିକରଣ ପାଇଁ ୨୦୨୨ରେ ୫.୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନୁରୂପ ଭାବେ ନଦୀ ବନ୍ଧ ପାର୍ଶ୍ୱ କେନାଲ ରାସ୍ତାର ନବୀକରଣ ପାଇଁ ୪.୩୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଅଭିଳାସ ବିଶ୍ୱାଳ ଠିକା ନେବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିମଧ୍ୟରେ ମାଟି କାମ ଆପାତତଃ ସରିଥିବା ବେଳେ ଅନ୍ୟ କାମ ବାକି ରହିଛି। କିନ୍ତୁ ଏରଡ଼ାଠାରେ ରାସ୍ତା କାର୍ଯ୍ୟ ପାଇଁ ଗଚ୍ଛିତ ମେଣ୍ଟାଲ, ମୋହରମ ଅନ୍ୟତ୍ର ସ୍ଥାନାନ୍ତର ହେଉଛି। ଯାହାକି ଲୋକଙ୍କ ଭାବାବେଗ ସହ କୁଠାରାଘାତ କରୁଛି। ତେଣୁ ଏହା ଉପରେ ତଦନ୍ତ ହୋଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କେନାଲ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କଟକ ଜିଲା ବିଭାଗୀୟ ପହଙ୍ଗାସ୍ଥିତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡାଙ୍କୁ ପଚାରିବାରୁ ବାସ୍ତବରେ ମାଟି କାମ କିଛି ବାକି ଅଛି। ଏବେ ଚାଷ ସମୟ ହୋଇଥିବାରୁ ମାଟି ମିଳିବାରେ ବିଳମ୍ବ ହେଉଛି। ତେଣୁ ଠିକାଦାର ଗଚ୍ଛିତ ରଖିଥିବା ମେଟାଲ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ସୂଚନା ଦେଇଛନ୍ତି। ତଥାପି ଏବେ ମାଟି କିଣା ପାଇଁ ଉଦ୍ୟମ ହେଉଛି। ନଚେତ ଧାନ ଅମଳ ପରେ ମାଟି ମିଳିଲେ କାମ ହେବ। ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ସୁଧାକର ମଲ୍ଲିକଙ୍କୁ ପଚାରିବାରୁ ବାସ୍ତବରେ କାମ ବନ୍ଦ ହେଉନାହିଁ। ପ୍ରଥମେ ମାଟି କାମ ଓ ତା’ ପରେ ଅନ୍ୟ କାମ ହେବା କଥା। ଯେହେତୁ ଖୁବ୍‌ କମ ଦୂର ମାଟି କାମ ବାକି ଅଛି ତେଣୁ ଏହା କିପରି ସରିବ ଚିନ୍ତା କରାଯାଉଛି। ବିଳମ୍ବ ହେଲେ ଅନ୍ୟ କାମ ଚାଲୁ ରହିବ। ଅର୍ଥାତ୍‌ ବାଲି, ମୋହରମ ବିଛାଯିବ। ତା’ର କିଛିଦିନ ପରେ ମେଟାଲିଂ, କଂକ୍ରିଟ୍‌ କାମ ହେବ। ଶେଷରେ ପିଚୁ କରାଯିବ। ଏତେ କାମ ବାକି ଥିବାରୁ ଠିକାଦାରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସତ୍ୟ ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ବାଇଁଙ୍କ ସହ ଅନ୍ୟ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି କାମ ଆସନ୍ତା ମାସ ଭିତରେ ସାରିବାକୁ ଅଧୀକ୍ଷଣ ଯନ୍ତ୍ରୀ ଠିକାଦାରଙ୍କ ନିର୍ଦ୍ଦେଶ ଦେବା ପରେ ଏରଡା ଗ୍ରାମବାସୀ ଅଶ୍ୱସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?