Posted inଫୁରସତ

ସମାନତା ହିଁ ବିକାଶର ପ୍ରଥମ ପାହାଚ

ମଣିଷ ମଣିଷ ମଧ୍ୟରେ ସମାନତା ରହିଲେ ପୃଥିବୀର ସାମଗ୍ରିକ ବିକାଶ ଧାରା ସହଜ ହୋଇଥାଏ। ସମାନତା ହିଁ ବିକାଶର ପ୍ରଥମ ପାହାଚ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୨ରେ ଅନ୍ତର୍ଜାତୀୟ ଦାସତ୍ୱ ବିଲୋପ ଦିବସ ପାଳନ କରାଯାଇଥାଏ।

ଦାସତ୍ୱର ବିଲୋପ ପାଇଁ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୮୬ଠାରୁ ଏହି ଦିବସ ପାଳିତ ହୋଇଆସୁଛି। ମାନବ ଚୋରା ଚାଲାଣ,ବ୍ୟଭିଚାର ଏବଂ ଶୋଷଣ ବିରୋଧରେ ୧୯୪୯ ଡିସେମ୍ବର ୨ରେ ଜାତିସଂଘର ସାଧାରଣ ସଭାରେ ଏନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଦାସତ୍ୱ ବିରୁଦ୍ଧରେ ସଂଗ୍ରାମ ତଥା ଏହାର ବିଲୋପକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ ଲାଗି ଘୋଷଣା କରାଯାଇଥିଲା ।

ଏହି ଦିବସ ପାଳନ ଅବସରରେ ଯୌନ ଶୋଷଣ, ଶିଶୁ ଶ୍ରମିକ, ଜୋର୍‌ ଜବରଦସ୍ତ ବିବାହ, ଏବଂ ସଶସ୍ତ୍ର ବିବାଦରେ ପିଲାମାନଙ୍କୁ ବାଧ୍ୟତାମୂଳକ ନିଯୁକ୍ତି ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ।
ଅଦ୍ୟାବଧି ବିଶ୍ୱ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରିଛି ତଥାପି ବହୁ ସଂଖ୍ୟକ ଲୋକ ଦାସତ୍ୱର ଶିକାର ହେଉଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ) ଅନୁଯାୟୀ ବିଶ୍ୱର ୪୦ ନିୟୁତରୁ ଅଧିକ ଲୋକ ଆଧୁନିକ ଦାସତ୍ୱର ଶିକାର ହେଉଛନ୍ତି। ସେହିପରି ୧୫୦ ମିଲିୟନରୁ ଅଧିକ ଶିଶୁ ଶ୍ରମିକ ରହିଛନ୍ତି। ବିଶ୍ୱରେ ପ୍ରତି ଦଶ ପିଲାଙ୍କ ମଧ୍ୟରୁ ଜଣେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଏସମସ୍ତ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ ଅବସରରେ ଉଦ୍ୟମ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri