ସମାନ କାମକୁ ସମାନ ଦରମା ଦିଆଯାଉ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ବେଲଗୁଣ୍ଠା ଟାଉନ ହଲଠାରେ ରବିବାର ଓଡ଼ିଶା ଆଉଟସୋର୍ସିଂ ପୌର କର୍ମଚାରୀ ସଂଘର ଜିଲା ସଭାପତି ପ୍ରଶାନ୍ତ ପରିଛାଙ୍କ ସଭାପତିତ୍ୱରେ ସଂଘର ଗଞ୍ଜାମ ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ଜନବିରୋଧୀ ଆଉଟସୋର୍ସିଂ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରିବାକୁ ମତ ପ୍ରକାଶ ପାଇଥିଲା ।

ଆଗାମୀ ଦିନରେ ପ୍ରତିଟି ଜିଲାରେ ସଂଗଠନକୁ ମଜଭୂତ କରି ଆନ୍ଦୋଳନକୁ ଓହ୍ଲାଇବାକୁ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। କାର୍ଯ୍ୟକ୍ରମରେ ଅନୁବନ୍ଧିତ ମହାସଂଘ ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ଏବଂ ସଂଘର ଉପଦେଷ୍ଠା ଭାଲ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ବ୍ୟବସ୍ଥାର ମୁଳୋତ୍ପାଟନ ପାଇଁ ନିରପେକ୍ଷ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା ବୋଲି ବକ୍ତବ୍ୟ ରଖିଥିଲେ I

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ପ୍ରଶାନ୍ତ ପରିଛା, ରାଜ୍ୟ ସମ୍ପାଦକ ଅଗେନ୍ଦ୍ର ନାୟକ, ଜିଲା ସମ୍ପାଦକ ଉତ୍ତମ ନାୟକ, ରାହୁଲ ନାୟକ, ପ୍ରଗତିଶୀଳ ବୁଦ୍ଧିଜୀବୀ ଶ୍ରୀମନ୍ତ ମାହାନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନର ଗବେଷିକା ପ୍ରିୟତମା ମଲ୍ଲିକ, ରାହୁଲ ନାୟକ, ସଂଯୁକ୍ତା ଦାସ, ହିମାଂଶୁ ପଟ୍ଟନାୟକ, ବିଚିତ୍ର ସାହୁ, ନମିତା ନାୟକ, ଏଆଇକେଏମଏସ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସଂଘର ସାଧାରଣ ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଆୟବ୍ୟାୟର ହିସାବ ପ୍ରଦାନ କରିଥିଲେ। ରାଜ୍ୟ ତଥା ଜିଲାର ପୌର ବିଭାଗର ବିଭିନ୍ନ ୟୁଏଲବି(ଅର୍ବାନ ଲୋକାଲ ବଡି)ରେ ସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ବେଳେ ବର୍ତ୍ତମାନ ଅସ୍ଥାୟୀ ଆଉଟସୋର୍ସିଂ କର୍ମଚାରୀଙ୍କ ଦ୍ୱାରା ସଫେଇ କାମ ଜାରି ରହିଛି। ବର୍ତ୍ତମାନ ନିୟମିତ କର୍ମଚାରୀ ଅବସର କାରଣରୁ କେବଳ ଆଉଟସୋର୍ସିଂ କର୍ମଚାରୀ ସର୍ଭିସ ପ୍ରୋଭାଇଡ଼ର ଏଜେନ୍ସି ଅଧୀନରେ କାର୍ଯ୍ୟ କରି ଆସୁଛନ୍ତି। ଝାଡୁଦାର, ଡ୍ରାଇଭର, ହେଲପର, ଟେକନିସିଆନ, ଡାଟାଏଣ୍ଟ୍ରି ଅପରେଟର, ସ୍ବଚ୍ଛସାଥି, ସୁପରଭାଇଜର, ସ୍ବଚ୍ଛ ସାରୀ, ସ୍ବଚ୍ଛ କର୍ମୀଙ୍କ ଭଳି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା କର୍ମଚାରୀ ସହରାଞ୍ଚଳର ପରିମଳ କାର୍ଯ୍ୟଗୁଡିକୁ ସଫଳ ରୂପାୟନ କରିଥାନ୍ତି ।

ଅନ୍ୟପକ୍ଷେ ଜିଏସଟି ବାବଦରେ ସରକାର ନେଉଥିବା ଦରମାର ୧୮% ବନ୍ଦ କରିବା ପାଇଁ ବୈଠକରେ ଦାବି ହୋଇଥିଲା। ଏହାବ୍ୟତୀତ ବଜାର ଦର ଅନୁସାରେ ଦରମା ପ୍ରଦାନ, ସୁପ୍ରିମକୋର୍ଟଙ୍କ ଘୋଷଣା ଅନୁସାରେ ସମାନ କାମକୁ ସମାନ ଦରମା, ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କ ନିଯୁକ୍ତିରେ ଏଜେନ୍ସିକୁ ହଟାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସ୍ଥାୟୀ ନିଯୁକ୍ତିରୁ ବାଦ ପଡ଼ିଥିବା ଏନଏମ୍‌ଆର କର୍ମଚାରୀମାନଙ୍କୁ ସ୍ଥାୟୀ ଘୋଷଣା କରିବା, କାର୍ଯ୍ୟ କ୍ଷେତ୍ରରେ ମହିଳା ସଫେଇ କର୍ମଚାରୀମାନଙ୍କୁ ସୁରକ୍ଷା ତଥା ସେମାନଙ୍କୁ ରାତି କାଳୀନ ଡ୍ୟୁଟି ବଦଳରେ ଦିନ ଡ୍ୟୁଟି ପ୍ରଦାନ ବ୍ୟବସ୍ଥା, ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ମାତୃତ୍ୱ କାଳୀନ ଛୁଟିରୁ ମହିଳା ସଫେଇ କର୍ମଚାରୀ ବାଦ ପଡୁଛନ୍ତି ଫଳରେ ଜଣେ ମହିଳା କର୍ମଚାରୀ ମାତୃତ୍ୱକାଳୀନ ଛୁଟି ନେଲେ ତାହାର ଚାକିରୀ ଚାଲିଯାଉଛି ତେଣୁ ସମସ୍ତ ବର୍ଗର ମହିଳା କର୍ମଚାରୀଙ୍କୁ ମାତୃତ୍ୱକାଳୀନ ଛୁଟି ପ୍ରଦାନ ଦାବି କରାଯାଇଥିଲା। ବୈଠକ ପୂର୍ବରୁ ବେଲଗୁଣ୍ଠା ବ୍ଲକ ଖେଳ ପଡିଆ ପରିସରରୁ କର୍ମଚାରୀମାନଙ୍କ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?