ଏପିଲେପ୍‌ସି ବୃତ୍ତାନ୍ତ

ଅପସ୍ମାର ବା ଏପିଲେପ୍‌ସି ଏକପ୍ରକାର ମସ୍ତିଷ୍କ ରୋଗ। ଏହାକୁ ‘ମୃଗୀ ରୋଗ’ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ସାଧାରଣତଃ ବାରମ୍ବାର ହଠାତ୍‌ ବାତ ମାରିଥାଏ। ରୋଗୀଠାରେ ମାଂସପେଶୀଗୁଡ଼ିକରେ ଘନଘନ ଆକସ୍ମିକ ସଂକୋଚନ ହେବା ସଙ୍ଗେ ସଙ୍ଗେ ସେ ମୂର୍ଚ୍ଛା ଯାଇପାରେ। ମସ୍ତିଷ୍କସ୍ଥ ସ୍ନାୟୁକୋଷର କାର୍ଯ୍ୟଧାରାରେ ବିଶୃଙ୍ଖଳା ସୃଷ୍ଟି ହିଁ ଏଭଳି ଲକ୍ଷଣ ପ୍ରକାଶ ପାଇବାର କାରଣ। ରୋଗୀ ଓ ଜନସାଧାରଣଙ୍କଠାରେ ଏପିଲେପ୍‌ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ମାସ ଦ୍ୱିତୀୟ ସୋମବାର ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ ଏପିଲେପ୍‌ସି ଡେ’।
ଏହି ରୋଗ ସମ୍ପର୍କରେ ବହୁ ପୂର୍ବରୁ ଜଣା। ଏପରି କି ୨୦୦ରୁ ଅଧିକ ବର୍ଷ ପୂର୍ବେ ଗ୍ରୀକ୍‌ ଚିକିତ୍ସକ ହିପୋକ୍ରାଟିସ୍‌ ମଧ୍ୟ ଏହି ରୋଗ ବିଷୟରେ ଉଲ୍ଲେଖ କରି ‘ପବିତ୍ର ବ୍ୟାଧି’ ନାମକ ଏକ ପୁସ୍ତକ ରଚନା କରିଥିଲେ। ସେ ହିଁ ସର୍ବପ୍ରଥମେ ସୂଚନା ଦେଇଥିଲେ ଯେ ଏପିଲେପ୍‌ସି ହେଉଛି ମସ୍ତିଷ୍କ ବ୍ୟାଧି। ତେବେ ଶହ ଶହ ବର୍ଷର ଅନ୍ଧବିଶ୍ୱାସ ଓ କୁସଂସ୍କାର ତଥା ଅଜ୍ଞତା ଯୋଗୁ ବ୍ୟାଧିଟିର ବୈଜ୍ଞାନିକ ଅନୁସନ୍ଧାନ ହୋଇପାରିଲାନି। ଏପିଲେପ୍‌ସି ଶବ୍ଦଟି ଆସିଛି ଗ୍ରୀକ୍‌ ଶବ୍ଦ ‘ଏପିଲେପ୍‌ସିଆ’ରୁ। ଏପିଲେପ୍‌ସିଆର ଅର୍ଥ ହଠାତ୍‌ କବଳିତ କରି ପକାଇବା। ପୃଥିବୀରେ ରହିଛନ୍ତି ପାଖାପାଖି ୫ କୋଟି ଏପିଲେପ୍‌ସି ରୋଗୀ। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବାସିନ୍ଦା। ଆମ ଭାରତରେ ଏପିଲେପ୍‌ସିରେ ଆକ୍ରାନ୍ତ ୭୫ ପ୍ରତିଶତ ରୋଗୀ ଦରିଦ୍ର ଏବଂ ଚିକିତ୍ସା ସୁବିଧାରୁ ବଞ୍ଚିତ।
ଏପିଲେପ୍‌ସି କ’ଣ : ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି, ଯାହା ଡାକ୍ତରୀ ଭାଷାରେ ‘ସିଜର୍‌’ କିମ୍ବା ‘କନ୍‌ଭଲ୍‌ସନ୍‌’ ଭାବରେ ପରିଚିତ। ସାଧାରଣ ଭାବରେ ଦେଖିଲେ ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେମାନେ ସେକେଣ୍ଡକୁ ଅନ୍ତତଃ ୮୦ ଥର ସ୍ନାୟୁ ସଙ୍କେତ ପ୍ରେରଣ କରିଥାନ୍ତି। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଙ୍କେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍‌ସି ଥାଏ, ସେମାନଙ୍କ କ୍ଷେତ୍ରରେ ଏହି ସଙ୍କେତ ପ୍ରେରଣ ସେକେଣ୍ଡ ପ୍ରତି ୮୦ ଥର ସୀମିତ ନ ରହି ହଠାତ୍‌ ୫୦୦ କିମ୍ବା ତତୋଧିକ ସ୍ତରକୁ ଉଠିଯାଏ। ସଙ୍କେତ ପ୍ରେରଣରେ ଅତି ସକ୍ରିୟତାର ଏପରି ସ୍ଥିତି ଉପୁଜିଲେ ପ୍ରକାଶ ପାଇଥାଏ ବାତ ମାରିବା ଲକ୍ଷଣ। ମସ୍ତିଷ୍କର କେଉଁ ଅଂଶରେ ଏହି ଅସ୍ବାଭାବିକତା ଜାତ ହୋଇଛି ତା’ ଉପରେ ନିର୍ଭର କରି ସୃଷ୍ଟି ହୋଇପାରେ ଅଲଗା ଅଲଗା ଲକ୍ଷଣ।
ଲକ୍ଷଣ : ଅଧାଅଧି ରୋଗୀଙ୍କ କ୍ଷେତ୍ରରେ ରୋଗର କୌଣସି କାରଣ ଠଉରେଇ ହୁଏ ନାହିଁ। ଅବଶିଷ୍ଟ କ୍ଷେତ୍ରରେ ମସ୍ତିଷ୍କର କୋମଳ ବିଦ୍ୟୁତ୍‌ ରାସାୟନିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼େ। ଯେପରି କି ମୁଣ୍ଡରେ ଜୋର୍‌ରେ ମାଡ଼ ବାଜିଲେ, ଶିଶୁ ଜନ୍ମ ସମୟରେ ତା’ପାଇଁ ଅମ୍ଳଜାନର ଅଭାବ ହେଲେ, ମସ୍ତିଷ୍କରେ ପ୍ରଦାହ ହେଲେ କି ମସ୍ତିଷ୍କରେ ଟ୍ୟୁମର୍‌ ହୋଇଥିଲେ ଏପିଲେପ୍‌ସିର ଲକ୍ଷଣମାନ ପ୍ରକାଶ ପାଇଥାଏ। ଏପିଲେପ୍‌ସିର ମଧ୍ୟ ରହିଛି ବଂଶଗତ ପ୍ରଭାବ। ଏପିଲେପ୍‌ସି ରହିଥିବା ଦୁଇଟି ପରିବାର ବିବାହ ସମ୍ପର୍କରେ ଜଡ଼ିତ ହୋଇପଡ଼ିଲେ ସନ୍ତାନମାନଙ୍କୁ ଏପିଲେପ୍‌ସି ହେବାର ଆଶଙ୍କା ଅଧିକ। ତେବେ ଯେ କୌଣସି ବ୍ୟକ୍ତି ଜୀବନରେ ଯେ କୌଣସି ସମୟରେ ଏହି ରୋଗର ଶିକାର ହୋଇପାରନ୍ତି। ଏପିଲେପ୍‌ସିର ପ୍ରକାରକୁ ଚାହିଁ ଲକ୍ଷଣ ଭିନ୍ନ ଭିନ୍ନ ହେବା ସ୍ବାଭାବିକ। ମାତ୍ର ଏଠାରେ କେବଳ ସାଧାରଣ ଲକ୍ଷଣଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିନ୍ତୁ ବାତ ମାରିବା ଲକ୍ଷଣଟି ହିଁ ପ୍ରଧାନ ଓ ଏହା ଅନେକ ରୋଗୀଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ।
ବାତ ମାରିବା ଆରମ୍ଭ ହେବା ପୂର୍ବରୁ ଯେଉଁ ସବୁ ସୂଚନା ପ୍ରକାଶ ପାଇପାରେ, ତାକୁ ଡାକ୍ତରୀ ଭାଷାରେ ‘ଅରା’ ବୋଲି କୁହନ୍ତି। ଗନ୍ଧ ଛାଡ଼ିବାର କିଛି କୁଆଡ଼େ ସୂଚନା ନ ଥାଇ ହଠାତ୍‌ ଗନ୍ଧ ବାରିବାର ଅନୁଭବ ହେବା, କୌଣସି ସୋର୍‌ଶବ୍ଦ ନ ଥାଇ ହଠାତ୍‌ ଶବ୍ଦ ଶୁଣିବାର ଅନୁଭବ ହେବା, ପାଟି ଭିତରେ କିଛି ନ ଥାଇ ଆକସ୍ମିକ ଭାବରେ ସ୍ବାଦ ଅନୁଭବ କରିବା, କୌଣସି ଅସ୍ବସ୍ତି ନ ଥାଇ ପେଟରେ ହଠାତ୍‌ ଅସ୍ବସ୍ତି ଅନୁଭବ କରିବା, ଆଖି ସାମ୍ନାରେ ହଠାତ୍‌ ଆଲୁଅ ଚକ୍‌ମକ୍‌ କରିବା ଇତ୍ୟାଦି ହେଉଛି ‘ଅରା’ର କେତୋଟି ଉଦାହରଣ। ଅତ୍ୟଧିକ ମାନସିକ ଚାପ, କ୍ରୋଧ, ନୈରାଶ୍ୟ, ବିରକ୍ତି ଏବଂ ଟେଲିଭିଜନ୍‌ ପରଦାରେ ଦୃଶ୍ୟ ପରିବର୍ତ୍ତନ ଭଳି କାରକ ମସ୍ତିଷ୍କସ୍ଥ ସ୍ନାୟୁକୋଷଗୁଡ଼ିକରେ କିପରି ମାତ୍ରାଧିକ ବିଦ୍ୟୁତ୍‌ ଆବେଗ ଜାତ କରିଥାଏ, ତାହା ଏଯାବତ୍‌ ଜଣା ନାହିଁ।
ଚିକିତ୍ସା: ଏପିଲେପ୍‌ସିର ପ୍ରକାର ବିବିଧ। ଏହାର ଚିକିତ୍ସା ପାଇଁ ଏକାଧିକ ଔଷଧ ଉପଲବ୍ଧ। ତେଣୁ ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସିତ ହେବା ବିଜ୍ଞତାର କାର୍ଯ୍ୟ । ଚିକିତ୍ସା କରିବା ନିମନ୍ତେ ବିଶେଷଜ୍ଞ ଡାକ୍ତର ରୋଗୀର ବୟସ, ଲିଙ୍ଗ, ବୃତ୍ତି, ଆନୁଷଙ୍ଗିକ ବ୍ୟାଧି ଓ ଲକ୍ଷଣଗୁଡ଼ିକ ବିଚାରକୁ ନେଇଥାନ୍ତି। ଔଷଧ ଚାଲୁ ରଖିବା କି ବନ୍ଦ କରିଦେବା ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ପିଲାବେଳେ ବାତ ମାରିବା ଲକ୍ଷଣ ପ୍ରକାଶ ପାଇଥିଲେ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ବାତ ମାରିବା ଧୀରେ ଧୀରେ କମି ପୂରାପୂରି ବନ୍ଦ ହୋଇଯିବା କିଛି ଅସମ୍ଭବ ନୁହେଁ। ତେବେ ନିୟମିତ ଚିକିତ୍ସା ସତ୍ତ୍ୱେ ଅନ୍ତତଃ ଏକ ଚତୁର୍ଥାଂଶ ରୋଗୀଙ୍କ କ୍ଷେତ୍ରରେ ଯେତେ ଯାହା ଔଷଧ ଦେଲେ ବି ଚିକିତ୍ସା ବିଶେଷ ଫଳବତୀ ହୋଇ ନ ଥାଏ। ସୀମିତ କ୍ଷେତ୍ରରେ ଅପରେଶନ ଚିକିତ୍ସାର ମଧ୍ୟ ସାହାଯ୍ୟ ନିଆଯାଇପାରେ।
ସାବଧାନତା
ରଖିବା କଥା ଯେ ରୋଗୀଠାରେ ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ତେଣୁ ସେହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ।
ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ତା’ର ଦେହ ଓ ମୁଣ୍ଡ ନିକଟରେ ରହିଥିବା କୌଣସି କଠିନ ପଦାର୍ଥରେ ହଠାତ୍‌ ବାଡ଼େଇ ହୋଇଯାଇପାରେ। ତେଣୁ ରୋଗୀକୁ ବାତ ମାରିଲା ବେଳେ ତା’ ପାଖରୁ ଚେୟାର୍‌, ଟେବୁଲ୍‌ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ମୁଣ୍ଡ ଯେପରି ଚଟାଣରେ ବାଡ଼େଇ ନ ହେବ, ସେଥିପାଇଁ ମୁଣ୍ଡ ତଳେ ନରମ ପତଳା ତକିଆ ରଖିବା ନିରାପଦ।
ମାରିବା ବନ୍ଦ କରିବା ପାଇଁ ରୋଗୀକୁ ମାଡ଼ି ବସି ଧରିବା ନିରାପଦ ନୁହେଁ। ରୋଗୀକୁ କଡ଼ମାଡ଼ି ଶୁଆଇ ଦେଲେ ତା’ର ଶ୍ୱାସକ୍ରିୟା ସାବଲୀଳ ରୁହେ। ତା’ର ବେକ ଓ ଅଣ୍ଟା ପାଖରୁ ବୋତାମ କି ଗଣ୍ଠି ଫିଟେଇ ହୁଗୁଳା କରିଦେବା ଆବଶ୍ୟକ।
ପାଟିରେ କୌଣସି କାଠି କି ଚାମଚ ରଖିବା ବାଞ୍ଛନୀୟ ନୁହେଁ କି ତା’ ପାଟି ଭିତରକୁ ନିଜର ଆଙ୍ଗୁଠି ଭର୍ତ୍ତି କରିବା ନିରାପଦ ନୁହେଁ।
ଶାନ୍ତ ରୁହନ୍ତୁ। ଅନ୍ୟମାନେ ଶାନ୍ତ ରହିବା ପାଇଁ ପରାମର୍ଶ ଦିଅନ୍ତୁ। ରୋଗୀର ବାତ ମାରିବା ବନ୍ଦ ହୋଇ ଚେତା ଫେରି ଆସିଲେ ତା’କୁ ସାନ୍ତ୍ୱନା ଦିଅନ୍ତୁ। ବ୍ୟସ୍ତ ନ ହେବା ପାଇଁ ବୁଝାନ୍ତୁ।
ବାତ ମାରିବା ବନ୍ଦ ନ ହେଲେ, ବାରମ୍ବାର ବାତ ମାରିଲେ କିମ୍ବା ଚେତା ନ ଫେରିଲେ ଆମ୍ବୁଲାନ୍ସ ଡକାଇ ରୋଗୀକୁ ତୁରନ୍ତ ହସ୍ପିଟାଲ୍‌ ନେଇଯାଆନ୍ତୁ।
ଥର ବାତ ମାରିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଅପରିହାର୍ଯ୍ୟ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?