ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବେ ଇପିଏଫ୍‌ ଉପଭୋକ୍ତା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଇପିଏଫ୍‌ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର (ଲାଇଫ୍‌ ସାର୍ଟିଫିକେଟ) ଦାଖଲ କରିପାରିବେ। ଇପିଏଫ୍‌ ଉପଭୋକ୍ତାମାନେ ମାସିକ ପେନସନ ଅବ୍ୟାହତ ରଖିବାକୁ ହେଲେ ପ୍ରତିବର୍ଷ ନଭେମ୍ବର ମାସରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥାନ୍ତି। ଏକ ସମୟରେ ସଂଖ୍ୟାଧିକ ପ୍ରମାଣପତ୍ର ଦାଖଲ କରିବା ଓ ତାହାକୁ ତଦାରଖ କରି କାର୍ଯ୍ୟକାରୀ କରିବାରେ ଉଭୟ ଉପଭୋକ୍ତା ଓ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ନଜରରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ପେନ୍‌ସନ ଉପଭୋକ୍ତା ପ୍ରତି ନଭେମ୍ବର ବଦଳରେ ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଜୀବନ ପ୍ରମାଣପତ୍ର ଦାଖଲ କରିଥିବା ମାସଠାରୁ ବର୍ଷେ ପର୍ଯ୍ୟନ୍ତ ଏହା କ୍ରିୟାଶୀଳ ହୋଇ ରହିବ। ଏନେଇ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନର ସହାୟକ ଭବିଷ୍ୟନିଧି ଆୟୁକ୍ତ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଇପିଏଫ୍‌ ପେନ୍‌ସନ ଉପଭୋକ୍ତାମାନେ ନିଜ ବ୍ୟାଙ୍କ ଶାଖାରେ ବା କମନ ସର୍ଭିସ ସେଣ୍ଟର ବା ‘ଉମଙ୍ଗ’ ଆପ୍‌ ଜରିଆରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ବ୍ୟାଙ୍କ ତରଫରୁ କୌଣସି ପ୍ରକାର ଅସହଯୋଗର ସମ୍ମୁଖୀନ ହେଲେ ସବିଶେଷ ବିବରଣୀ ସହ ଭୁବନେଶ୍ୱରସ୍ଥିତ ଭବିଷ୍ୟନିଧି କର୍ମଚାରୀ ସଙ୍ଗଠନର ଆଞ୍ଚଳିକ କାର୍ଯ୍ୟାଳୟରେ ଜଣାଇବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?