ପରିବେଶ ସୁରକ୍ଷା ଆଜିର ଆହ୍ବାନ

ଆଜିର ଅତ୍ୟାଧୁନିକ ଯୁଗରେ ମଣିଷ-କୃତ ପ୍ରଦୂଷଣ ପ୍ରଭାବରେ ବାୟୁମଣ୍ଡଳରେ ଅମ୍ଳଜାନ ପରିବର୍ତ୍ତେ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବଢ଼ିବାରେ ଲାଗିଛି। ଏହାର ପରିମାଣ ଅଧିକ ହେବା ଯୋଗୁ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଛି, ଫଳରେ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିପାଇଁ କେତେକ ଦ୍ୱୀପପୁଞ୍ଜ ପାଣିରେ ବୁଡ଼ି ଯାଇଛି ଏବଂ ସମୁଦ୍ରର ଜଳସ୍ତର ବଢ଼ିଚାଲିଛି।
ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ତଥ୍ୟ ଅନୁସାରେ ‘ଏଭରେଷ୍ଟ’ରେ ଗତ ୨୦୦୦ (ଦୁଇହଜାର) ବର୍ଷ ମଧ୍ୟରେ ଯେଉଁ ବରଫ ଜମିଥିଲା, ୨୫ (ପଚିଶ) ବର୍ଷ ମଧ୍ୟରେ ସେଥିରୁ ୧୮୦ (ଏକଶହ ଅଶୀ) ଫୁଟ ପର୍ଯ୍ୟନ୍ତ ତରଳିଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। କେବଳ ଏତିକି ନୁହେଁ, ଭୂପୃଷ୍ଠର ଜଳୀୟଭାଗ ସହ ଜୈବ ସଂପଦ ହ୍ରାସ ପାଉଛି; ଯାହା ଅତ୍ୟନ୍ତ ଦୁଃଖଦ- ଏ ଦିଗରେ ଚାଇନା ଓ ଆମେରିକା ପରେ ଭାରତ ହେଉଛି ତୃତୀୟ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡୁଛି। ସେମାନଙ୍କଠାରେ ଶାରୀରିକ ସହିତ ମାନସିକ ସମସ୍ୟା ଦେଖାଦେଉଛି। ମନୋବିଜ୍ଞାନୀମାନଙ୍କ କହିବା ଅନୁସାରେ ପିଲାଙ୍କଠାରେ ଚିନ୍ତା, ଅବସାଦ, ଦୁଃଖ, ହଠାତ ରାଗିଯିବା ଓ ଚିଡିଚିଡାପଣ ଦେଖାଯାଉଛି। ମନୋବିଜ୍ଞାନୀମାନେ ଏପରି ପରିବର୍ତ୍ତନକୁ ‘ଇକୋ-ଆଙ୍କ୍‌ଜାଇଟ’ ଭାବରେ ଅଭିହିତ କରିଛନ୍ତି।
ପରିବେଶ ପ୍ରଦୂଷଣ ଓ ଏଥିଯୋଗୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଏବଂ ଏହାର ନିରାକରଣ ଦିଗରେ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସ୍ବିଡେନର ‘ଗ୍ରେଟା ଥନବର୍ଗ’, ଆଠ ବର୍ଷ ବୟସରୁ ଜଳବାୟୁ ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ସେ ଅତି ଅସମ୍ଭବ ଭାବରେ ଉତ୍‌କଣ୍ଠିତ ହୋଇ ଉଠିଥିଲେ। ଏହା ନିଶ୍ଚିତ ଏକ ବିରଳ ଦୃଷ୍ଟାନ୍ତ। ୨୦୧୮ରେ ନବମ ଶ୍ରେଣୀରେ ପଢୁଥିବାବେଳେ ସେ ସ୍କୁଲ ବନ୍ଦ କରି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ‘ସ୍ବିଡେନ ସଂସଦ’ ଆଗରେ ଧାରଣା ଦେଇଥିଲେ। ତାଙ୍କ ହାତରେ ଗୋଟିଏ ମାତ୍ର ‘ପ୍ଲାକାଡ’ସେ ଧରିଥିଲେ। ସେଥିରେ ଲେଖାଥିଲା ”ସ୍କୁଲ ଷ୍ଟ୍ରାଇକ ଫର କ୍ଲାଇମେଟ ଚେଞ୍ଜ“। ଏହା ପରଦିନ ସେହି ‘ପ୍ଲାକାଡ୍‌’ ଧରି ସ୍ବିଡେନ ସଂସଦ ଭବନ ସମ୍ମୁଖରେ ଆସୁଥିଲେ, ଯେଉଁ ସମୟରେ ସ୍ବିଡେନର ତାପମାତ୍ରା ୨୬୦ ବର୍ଷର ରେକର୍ଡ ଭାଙ୍ଗିଥିଲା। ଦୁର୍ଭାଗ୍ୟ ଯେ ସେତେବେଳେ କେହି ବି ତାଙ୍କୁ ସମର୍ଥନ କରି ନ ଥିଲେ। ତଥାପି ନିଜ ଲକ୍ଷ୍ୟ ପଥରେ ଆପଣାର ଉଦ୍ୟମ ଅବ୍ୟାହତ ରଖି ଠିକ୍‌ ବର୍ଷକ ପରେ ସେ ଚର୍ଚ୍ଚାକୁ ଆସିଲେ। ତାଙ୍କ ପରିବେଶ ଆନ୍ଦୋଳନ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲା। ସୋସିଆଲ୍‌ ମିଡିଆରେ ”ଫ୍ରାଇଡେ ଫର ଫିଉଚର ଫଣ୍ଡ“ କରି ପରିବେଶକୁ ବଞ୍ଚାଇବା ପାଇଁ ଏକ ଅଭିଯାନ ଆରମ୍ଭ କଲେ। ନ୍ୟୁୟର୍କରେ ଅନୁଷ୍ଠିତ ”ୟୁଏନ୍‌ କ୍ଲାଇମେଟ ଚେଞ୍ଜ୍‌ ଆକ୍‌ସନ ସମିଟ’ରେ ଯୋଗ ଦେବାକୁ ସେ ବୋଟ ଦ୍ୱାରା ଯାଇଥିଲେ। ସେଠାରେ ପହଞ୍ଚତ୍ବାକୁ ତାଙ୍କୁ ଦୁଇ ସପ୍ତାହ ଲାଗିଥିଲା। ସେଇଠି ତାଙ୍କର ଓଜସ୍ବିନୀ ଭାଷଣ ଶୁଣି ବିଶ୍ୱ ନେତୃବୃନ୍ଦ ଏବଂ ଅନ୍ୟ ରାଜନେତାମାନେ ବିସ୍ମିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ପାଇଁ ୨୦୧୯ରେ ‘ଟାଇମ’ ମାଗାଜିନରେ ତାଙ୍କୁ ‘ପର୍ସନ ଅଫ ଦି ଇଅର’ ଭାବରେ ମନୋନୀତ କରାଯାଇଥିଲା। କମ ବୟସରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପାଇଁ କାର୍ଯ୍ୟ କରୁଥିବାରୁ ସେ ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ଆଦର୍ଶ ସୃଷ୍ଟି କରିଥିବା ଜଣେ ‘ରୋଲ ଆଇକନ’ ଭାବରେ ପରିଚିତ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି।
ତାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପରିବେଶ ସୁରକ୍ଷା ଅଭିଯାନରେ ୧୮୫ଟି ଦେଶର ୭କୋଟିରୁ ଅଧିକ ଲୋକ, ୧୭ଟି ଦେଶରୁ ଅଧିକ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ‘ଗ୍ରେଟା’ ମଧ୍ୟ ବିମାନରେ ଯାତ୍ରା କରିବା ବନ୍ଦ କରି ଦେଇଥିଲେ। ତାଙ୍କର ମତ ହେଲା ବିମାନରେ ଇନ୍ଧନ ଜଳିବା ଦ୍ୱାରା ବହୁ ପରିମାଣର ଦୂଷିତ ଓ କ୍ଷତିକାରକ ଗ୍ୟାସ ନିର୍ଗତ ହୁଏ, ଯାହା ‘ଗ୍ଲୋବାଲ ୱାର୍ମିଂ’ ର କାରଣ ହୋଇଥାଏ।
ସେ କହୁଥିଲେ ଘର ବା ବିଦ୍ୟାଳୟ ଚାରିପଟେ ଗଛ ଲଗାଇଲେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇବା ଆବଶ୍ୟକ ନ ଥିଲେ ନିଜ ଘରେ ଲାଇଟ, ଫ୍ୟାନ, କମ୍ପ୍ୟୁଟର, ଲ୍ୟାପଟପ ଆଦି ଅଯଥା ଜଳ ନଷ୍ଟ କରିବା ଅନୁଚିତ। ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପଶୁପକ୍ଷୀମାନଙ୍କ ପ୍ରତି ଯନତ୍ବାନ ହେବା ଆବଶ୍ୟକ। ଆମେ ନିଜେ ପରିବେଶ ସମ୍ପର୍କରେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କଲେ ସାମୂହିକ ସମ୍ବେଦନା ପରିବେଶ ସମ୍ପର୍କରେ ଜାଗ୍ରତ ହେବ, ଯାହା ଆମ ସହିତ ପରପିଢ଼ି ପାଇଁ ଅପରିହାର୍ଯ୍ୟ।

  • ବିମଳ ପ୍ରସନ୍ନ ଦାସ
    ମୋ :୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri