ବିଶ୍ୱ କିଡ୍‌ନୀ ଦିବସ: ଗୋଟିଏ ଗୋଟିଏ କିଡ୍‌ନୀରେ ବଞ୍ଚୁଛନ୍ତି ସମ୍ପୂର୍ଣ୍ଣ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାର୍ଚ୍ଚ ୧୦ ତାରିଖ ଅର୍ଥାତ୍ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ଆମେ ଆମ କିଡ୍‌ନୀକୁ କେମିତି ସୁସ୍ଥ ରଖିପାରିବା । ଏହାସହ କିଡନୀ ରୋଗ ସମ୍ପର୍କରେ ସଚେତନା ସୃଷ୍ଟି କରିବା । ଏଥରର ମୋଟୋ ରହିଛି, ହିଡନୀ ହେଲ୍‌ଥ ଫର ଅଲ୍ । ଏବେ ଭାରତରେ କିଡ୍‌ନୀ ପ୍ରତିରୋପାଣ ସଂଖ୍ୟା ବଢିଥିବା ବେଳେ ଲୋକେ ସାମାନ୍ୟ ସଚେତନ ହେଲେ କିଡନୀକୁ ସୁରକ୍ଷା ଦିଆଯାଇ ପାରିବ ।
ନୂଆଦିଲ୍ଲୀରେ ଏମିତି ଏକ ପରିବାର ରହିଛନ୍ତି ଯେଉଁ ପରିବାରର ପ୍ରତିଟି ସଦସ୍ୟଙ୍କର ରହିଛି ଗୋଟିଏ ମାତ୍ର କିଡ୍‌ନୀ । ରାଜସ୍ଥାନର ଏହି ବାସିନ୍ଦା ଦିଲ୍ଲୀରେ ରହୁଥିବା ବେଳେ ଏହି ପରିବାରରେ ରହିଛନ୍ତି ଜଣେ ମହିଳାଙ୍କ ସମେତ ୪ ସଦସ୍ୟ । ସମସ୍ତଙ୍କର ଦିଲ୍ଲୀର ବାଲାଜି ଆକ୍ସନ ହସ୍ପିଟାଲରେ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଛି । ସେଠାକାର ବରିଷ୍ଠ ଡାକ୍ତର ରାଜେଶ ଅଗ୍ରୱାଲ କହିଛନ୍ତି ୩ ବର୍ଷ ପୂର୍ବେ ମନୋଜ(୪୮) ତାଙ୍କ ସାନ ଭାଇ ମହେଶ(୪୫)ଙ୍କୁ ଚିକିତ୍ସା କରିବାକୁ ହସ୍ପିଟାଲ ଆଣିଥିଲେ । ପରୀକ୍ଷା ପରେ ଜଣାପଡିଥିଲା କି ତାଙ୍କର କିଡ୍‌ନୀ ଖରାପ ଅଛି । ସେତେବେଳେ ପିତା ବିନୋତ ସାନପୁଅ ମହେଶକୁ ନିଜର ଗୋଟିଏ କିଡନୀ ଦାନ କରିଥିଲେ । କିଛିଦିନ ପରେ ଜଣାପଡିଥିଲା କି ମନୋଜଙ୍କ କିଡନୀ ମଧ୍ୟ ନଷ୍ଟ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ମନୋଜଙ୍କ ବାପା ଥରେ କିଡନୀ ଦାନ କରି ସାରିଥିବା ବେଳେ ମାଆଙ୍କର ପରଲୋକ ହୋଇ ସାରିଥିଲା । ଏପଟେ ରକ୍ତ ସମ୍ପର୍କୀୟ ଏମିତି କେହି ନ ଥିଲେ ଯେ କି କିଡ୍‌ନୀ ଦାନ କରିପାରିବେ । ଶେଷରେ ମନୋଜଙ୍କ ପତ୍ନୀ ତାଙ୍କୁ ଗୋଟିଏ କିଡ୍‌ନୀ ଦାନ କରିଥିଲେ । ଡାକ୍ତରଙ୍କ କହିବା କଥା ହେଲା ଏହି ପରିବାରର ସମସ୍ତ ସଦସ୍ୟ ଗୋଟିଏ ଲେଖାଁ କିଡନୀରେ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ବର୍ଷ ମଧ୍ୟରେ ଦେଶରେ କିଡନୀ ପ୍ରତିରୋପଣ ୩୧ ଗୁଣା ବୃଦ୍ଧି ପାଇଛି । ତେଣୁ କିଡନୀ ସମସ୍ୟାକୁ ନେଇ ବ୍ୟତିବ୍ୟସ୍ତ ହେବା ଅପେକ୍ଷା ଏହାକୁ ସୁରକ୍ଷିତ ରଖିବା ଜରୁରୀ ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri