ରାଜ୍ୟରେ ପ୍ରଥମ ମା’ କ୍ଷୀର ଭଣ୍ଡାର ପ୍ରତିଷ୍ଠା

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ନବଜାତ ଶିଶୁଙ୍କ ପାଇଁ ଆଉ ମା’ କ୍ଷୀର ଅଭାବ ରହିବ ନାହିଁ। ଏହି ଆବଶ୍ୟକତା ପୂରଣ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏକ ହ୍ୟୁମ୍ୟାନ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ ବା ମଦର୍ସ ମିଲ୍କ ବ୍ୟାଙ୍କ୍‌ (ମା’ କ୍ଷୀର ଭଣ୍ଡାର) ପ୍ରତିଷ୍ଠା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଏହା ରାଜ୍ୟରେ ପ୍ରଥମ। ଏହାକୁ ମିଶାଇ ଦେଶରେ ମଦର୍ସ ମିଲ୍କ ବ୍ୟାଙ୍କ୍‌ ସଂଖ୍ୟା ୩୪ରେ ପହଞ୍ଚତ୍ଛି। ଯେକୌଣସି ସ୍ତନ୍ୟପାନ କରାଉଥିବା ମା’ ସ୍ବେଚ୍ଛାକୃତ ଭାବରେ ଏହି ବ୍ୟାଙ୍କରେ ନିଜର ଅତ୍ୟଧିକ କ୍ଷୀର ଦାନ କରିପାରିବେ। ଅସୁସ୍ଥତା କିମ୍ବା ମୃତ୍ୟୁ, ପ୍ରିମାଚ୍ୟୁର ଡେଲିଭରି ଆଦି ବିଭିନ୍ନ କାରଣରୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ମା’ଙ୍କ ଶିଶୁଙ୍କୁ ଏଠାରେ ସାଇତି ରଖାଯାଇଥିବା କ୍ଷୀର ଖାଇବାକୁ ଦିଆଯାଇପାରିବ। ବୈଜ୍ଞାନିକ ପ୍ରକ୍ରିୟାରେ ମା’ମାନଙ୍କଠାରୁ ବଳକା କ୍ଷୀରକୁ ସଂଗ୍ରହ କରାଯାଇ ଛଅ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରିବ। ତେଣୁ ବର୍ତ୍ତମାନ କୌଣସି ଶିଶୁ ମା’ କ୍ଷୀର ଅଭାବରୁ ମରିବେ ନାହିଁ କିମ୍ବା ପୁଷ୍ଟିହୀନତାର ଶିକାର ହେବେ ନାହିଁ। ଏହା ବ୍ୟତୀତ ଆବଶ୍ୟକତାଠାରୁ ଅଧିକ ପରିମାଣର ମା’ କ୍ଷୀର ଷ୍ଟକ୍‌ ରହିଲେ, ତାହାକୁ ରାଜ୍ୟର ଅନ୍ୟ ଡାକ୍ତରଖାନାକୁ ମଧ୍ୟ ଯୋଗାଇ ଦିଆଯାଇପାରିବ ବୋଲି ଡା. ସାହୁ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ଆଲୋକ ସ୍ବାଇଁ କହିଛନ୍ତି, ଦୁଇଦିନ ପୂର୍ବେ ଖୋଲାଯାଇଥିବା ଏହି ହ୍ୟୁମାନ ବ୍ରେଷ୍ଟ ମିଲ୍କ ବ୍ୟାଙ୍କରେ ବୁଧବାର ସୁଦ୍ଧା ୧୩ଜଣ ମା’ ସ୍ବେଚ୍ଛାକୃତ ଭାବେ ସେମାନଙ୍କ କ୍ଷୀର ଦାନ କରିଛନ୍ତି। ଏହାକୁ ୩ ମାସ ପାଇଁ ଗଚ୍ଛିତ କରାଯାଇପାରିବ ଏବଂ ପାଶ୍ଚ୍ୟୁରାଇଜେଶନ (pasteurization)ପରେ ଏହାକୁ ଆଉ ୩ ମାସ ପାଇଁ ସଂରକ୍ଷଣ କରାଯାଇପାରିବ। ଏହିପରି ଭାବେ ପୂରା ୬ ମାସ ପାଇଁ ମା’ କ୍ଷୀର ଗଚ୍ଛିତ ରଖାଯାଇପାରିବ ବୋଲି ଡା. ସ୍ବାଇଁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ନର୍ସମାନେ ସେମାନଙ୍କ କ୍ଷୀର ଦାନ କରିବାକୁ ପରାମର୍ଶ ଦେଇଥାନ୍ତି। ସମ୍ମତି ପ୍ରକାଶ କଲେ ସେମାନଙ୍କ କ୍ଷୀର ପରୀକ୍ଷା କରାଯାଏ। ଠିକ୍‌ ଥିଲେ ସେମାନଙ୍କୁ ଦୁଗ୍ଧ ଅଭିବ୍ୟକ୍ତି ପ୍ରକୋଷ୍ଠକୁ ନିଆଯାଇ କ୍ଷୀର ସଂଗ୍ରହ କରାଯାଇଥାଏ। ପରେ ରେଫ୍ରିଜରେଟରରେ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷଣ କରାଯାଇଥାଏ ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri