Posted inଫୁରସତ

୭୮ ବର୍ଷୀୟଙ୍କ ୯ମ ଶ୍ରେଣୀରେ ନାମଲେଖା

ଆଇଜଲ୍‌: ଲୋକମାନେ ବୃଦ୍ଧ ଅବସ୍ଥାରେ ତାଙ୍କର ଅଧିକାଂଶ ସମୟ ପୂଜାପାଠ ଏବଂ ଜପତପରେ ବିତାଇଥାନ୍ତି। ହେଲେ ନିକଟରେ ଜଣେ ୭୮ ବର୍ଷ ବୟସର ବ୍ୟକ୍ତି ୯ମ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡ଼ିଛି। ତାଙ୍କ କହିବା କଥା କି, ଇଂଲିଶ୍‌କୁ ଉନ୍ନତ କରିବା ଉଦ୍ଦେଶ୍ୟରେ ସେ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ରିପୋର୍ଟ ମୁତାବକ, ମିଜୋରାମ ଚମ୍ଫାଇ ଜିଲାର ହୁଆଇକୋନ ବାସିନ୍ଦା ଲାଲରିଙ୍ଗଥରା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ଆର୍‌ଏମ୍‌ଏସ୍‌ଏ)ରେ କ୍ଲାସ୍‌ରେ ଯୋଗଦେବାକୁ ୩ କି.ମି. ଦୂରରୁ ଚାଲି ଚାଲି ଆସୁଛନ୍ତି। ସେ ତାଙ୍କ ଲମ୍ବା ସମୟର ଇଚ୍ଛାକୁ ପୂରଣ କରିବାକୁ ସ୍କୁଲ ପୋଷାକ, ବହିଭର୍ତ୍ତି ବ୍ୟାଗ୍‌ ଧରି ଯାଇଥାନ୍ତି। ରିପୋର୍ଟ ମୁତାବକ, ଟେଲିଭିଜନ ସମାଚାର ରିପୋର୍ଟ ଏବଂ ଦରଖାସ୍ତ ଲେଖିବାକୁ ତାଙ୍କ ଇଂଲିଶ ସୁଧାରିବାକୁ ନିଷ୍ପତ୍ତି ନେଲେ। ୧୯୪୫ ଭାରତ-ମ୍ୟାନ୍‌ମାର ସୀମା ପାଖ ଖୁଆଙ୍ଗଲେଙ୍ଗ ଗଁାରେ ତାଙ୍କର ଜନ୍ମ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ବାଧ୍ୟହୋଇ ସେ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପଢ଼ିପାରିଥିଲେ। ସେ ତାଙ୍କ ମା’ଙ୍କ ସହ କ୍ଷେତରେ କାମ କରି ପରିବାର ଚଳାଉଥିଲେ। ସେତେବେଳେ ପରିବାରର ଦାରିଦ୍ର୍ୟ ହେତୁ ଅଧିକ ପାଠ ପଢ଼ିପାରି ନ ଥିଲେ। କିନ୍ତୁ ଏବେ ସେ ଅଧିକ ପଢ଼ିବାକୁ ସ୍କୁଲ ଯାଉଛନ୍ତି। ପିଲାଙ୍କ ସହ ବସି ପଢୁଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ନ୍ୟୁ ହୁଆଇକୋନ ମିଡଲ ସ୍କୁଲରେ ୫ମ ଶ୍ରେଣୀରେ ନାମ ଲେଖାଇଥିଲେ। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଙ୍କୁ ମିଜୋ ଭାଷା କହିବା ଲେଖିବାରେ କୌଣସି ସମସ୍ୟା ହୁଏନି। ହେଲେ ସେ ଇଂଲିଶ ଭାଷା ଶିଖିବାକୁ ଅଧିକ ଆଗ୍ରହୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri