ଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜରେ ନାମଲେଖା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୩ଟି ନୂଆ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ପ୍ରତିଷ୍ଠା କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ତେଣୁ ଡିସେମ୍ବର ଶେଷସୁଦ୍ଧା ଏଠାରେ ଆନୁଷଙ୍ଗିକ କାର୍ଯ୍ୟ ଶେଷକରି ଛାତ୍ରୀଛାତ୍ରଙ୍କ ନାମ ଲେଖା ନମନ୍ତେ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ ଇଣ୍ଡିଆ (ଏମ୍‌ସିଆଇ)ର ଅନୁମୋଦନ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଡିଜିଟାଲ୍‌ମୋଡ୍‌ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ବୈଠକରୁ ଏହି ସୂଚନା ମିଳିଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମହାବିଦ୍ୟାଳୟଗୁଡିକ ବିଷୟରେ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ। ତାଳଚେରଠାରେ ନିର୍ମାଣାଧୀନ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ସୁନ୍ଦରଗଡର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଏବଂ ପୁରୀଠାରେ ନିର୍ମାଣାଧୀନ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା କାର୍ଯ୍ୟର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ଏହିସବୁ ଅନୁଷ୍ଠାନରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଚକିତ୍ସା ଉପଲବ୍ଧ ହେବ। ୨୦୨୧-୨୨ରୁ ଏଠାରେ ନାମଲେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତିବର୍ଷ ୧୦୦ ଜଣ ଲେଖାଏ ଡାକ୍ତରୀ ଛାତ୍ରୀଛାତ୍ର ଏସବୁ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ। ଏମ୍‌ସିଏଲ୍‌ ସହଯୋଗିତାରେ ତାଳଚେରରେ ନିର୍ମାଣ ହେଉଥିବା ମେଡିକାଲ କଲେଜକୁ ଏକ ଟ୍ରଷ୍ଟ୍‌ ମାଧ୍ୟମରେ ପରିଚାଳନା କରାଯିବ। ସୁନ୍ଦରଗଡ଼ ଜିଲାରେ ଏନ୍‌ଟିପିସି ସହଯୋଗିତାରେ ନିର୍ମାଣାଧୀନ ଭେଷଜ ମହାବିଦ୍ୟାଳୟରେ ମଧ୍ୟ ପ୍ରତିବର୍ଷ ୧୦୦ ଡାକ୍ତରୀ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ଏନ୍‌ଟିପିସି ଏବଂ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri