ଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜରେ ନାମଲେଖା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୩ଟି ନୂଆ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ପ୍ରତିଷ୍ଠା କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ତେଣୁ ଡିସେମ୍ବର ଶେଷସୁଦ୍ଧା ଏଠାରେ ଆନୁଷଙ୍ଗିକ କାର୍ଯ୍ୟ ଶେଷକରି ଛାତ୍ରୀଛାତ୍ରଙ୍କ ନାମ ଲେଖା ନମନ୍ତେ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ ଇଣ୍ଡିଆ (ଏମ୍‌ସିଆଇ)ର ଅନୁମୋଦନ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଡିଜିଟାଲ୍‌ମୋଡ୍‌ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ବୈଠକରୁ ଏହି ସୂଚନା ମିଳିଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମହାବିଦ୍ୟାଳୟଗୁଡିକ ବିଷୟରେ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ। ତାଳଚେରଠାରେ ନିର୍ମାଣାଧୀନ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ସୁନ୍ଦରଗଡର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଏବଂ ପୁରୀଠାରେ ନିର୍ମାଣାଧୀନ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା କାର୍ଯ୍ୟର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ଏହିସବୁ ଅନୁଷ୍ଠାନରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଚକିତ୍ସା ଉପଲବ୍ଧ ହେବ। ୨୦୨୧-୨୨ରୁ ଏଠାରେ ନାମଲେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତିବର୍ଷ ୧୦୦ ଜଣ ଲେଖାଏ ଡାକ୍ତରୀ ଛାତ୍ରୀଛାତ୍ର ଏସବୁ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ। ଏମ୍‌ସିଏଲ୍‌ ସହଯୋଗିତାରେ ତାଳଚେରରେ ନିର୍ମାଣ ହେଉଥିବା ମେଡିକାଲ କଲେଜକୁ ଏକ ଟ୍ରଷ୍ଟ୍‌ ମାଧ୍ୟମରେ ପରିଚାଳନା କରାଯିବ। ସୁନ୍ଦରଗଡ଼ ଜିଲାରେ ଏନ୍‌ଟିପିସି ସହଯୋଗିତାରେ ନିର୍ମାଣାଧୀନ ଭେଷଜ ମହାବିଦ୍ୟାଳୟରେ ମଧ୍ୟ ପ୍ରତିବର୍ଷ ୧୦୦ ଡାକ୍ତରୀ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ଏନ୍‌ଟିପିସି ଏବଂ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଚିବାଳୟ ହେବ ଲୋକସେବା ଭବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶା ସଚିବାଳୟର ନାଁ ବଦଳିବ। ଏହାର ନୂତନ ନାମ ରହିବ ଓଡ଼ିଶା ଲୋକସେବା ଭବନ। ସୋମବାର ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ...

ପୁରୀ ସହରର ୩ ପରିବା ମାର୍କେଟ ବନ୍ଦ

ପୁରୀ ଅଫିସ,୫।୪: ପୁରୀ ସହରର ୩ଟି ଯାକ ପରିବା ମାର୍କେଟ ବନ୍ଦ କରିଦେଲା ଜିଲା ପ୍ରଶାସନ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଲାଗି...

୭ ଦିନରେ ୫ ଜଣଙ୍କ ଘରୁ ଚୋରି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଅବଧି ଏବେ ଚୋରଙ୍କୁ ସୁହାଉଛି। କରୋନା ଭୟରେ ରାଜଧାନୀ ଛାଡ଼ି ଗ୍ରାମକୁ ଯାଇଥିବା ଲୋକଙ୍କ ଘର ଏବେ ଅସୁରକ୍ଷିତ। ଚୋରମାନେ ଘର ତାଲା...

ଲଗାଣ ବର୍ଷାରେ ବେହାଲ କଟକ: ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

କଟକ ଅଫିସ,୭।୭: ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ କଟକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ସହରର ସମସ୍ତ ଗଳିକନ୍ଦି ଓ ରାସ୍ତା ଉପରେ ଆଣ୍ଠୁଏ...

ଶ୍ମଶାନରୁ ଜୀବନ୍ତ ଫେରି ଆସିଥିବା ଶିଶୁ ଡାକ୍ତରଖାନାରେ ଆଖି ବୁଜିଲା

ପାଟଣା,୨୦ା୧(ସ୍ବ.ପ୍ର.): ଲୋକେ ଡାକ୍ତରଙ୍କୁ ରୋଗୀଙ୍କ ଦ୍ୱିତୀୟ ଭଗବାନ ବୋଲି ମାନି ଥାଆନ୍ତି। ହେଲେ ବେଳେବେଳେ ଏଭଳି କିଛି ଅଭାବନୀୟ ଘଟଣା ଘଟେ, ଯାହା ଫଳରେ ଡାକ୍ତରଙ୍କ...

ବିନ୍ଦୁସାଗର ପାଣିରେ ଯୋଗ

ଭୁବନେଶ୍ୱର,୨୧।୬(ବ୍ୟୁରୋ): କିଛି ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ପାଣିରେ ରହିପାରନ୍ତି ସେ। ଏହା କେବଳ ଯୋଗ ପାଇଁ। ରବିବାର ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ...

ଜବତ ଶାଢ଼ିକୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୦ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ପ୍ରଚାର ଲାଗି କଟକଣା ରହିଥିବା ବେଳେ ମଙ୍ଗଳବାର ସ୍ଥାନୀୟ ନେତାମାନେ ଭିତିରିଆ ପ୍ରଚାର କରୁଥିବା...

କାଶିଆ-କେନ୍ଦୁଘାଟୀ ସେତୁ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର କାଶିଆଠାରୁ କେନ୍ଦୁଘାଟି ପର୍ଯ୍ୟନ୍ତ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ...

Advertisement
Archives

Model This Week