ଉତ୍ସବର ମଜା ଉଠାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ଦ୍ୱିତୀୟଥର ପାଇଁ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନର ସୁଯୋଗ ପାଇଛି। ଏହା ଆମକୁ ଅଧିକ ଗୌରବାନ୍ବିତ କରିଛି। ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଓଡ଼ିଶାରେ ବିଶ୍ୱକପ୍‌ର ଉପସ୍ଥିତିକୁ ସମସ୍ତେ ଅନୁଭବ କରିବା ସହ ଏକ ମନ ନେଇ ଆୟୋଜିତ ଉତ୍ସବର ମଜା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିବାର ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଡଟ୍‌ଫେଷ୍ଟର ‘ଭୁବନେଶ୍ୱର ଲାଇଭ୍‌’କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ୱର ୧୬ଟି ଦେଶରୁ ଲୋକମାନେ ଆସି ଏହାକୁ ଉପଭୋଗ କରୁଛନ୍ତି। ଆୟୋଜିତ ଏହି ଉତ୍ସବର ମୁହୂର୍ତ୍ତକୁ ଦ୍ୱିଗୁଣିତ କରିବା ସହ ପ୍ରତ୍ୟକ ମୁହୂର୍ତ୍ତର ମଜା ନେବାକୁ କହିଛନ୍ତି।
ଉତ୍ସବରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ତୁଷାରିକାନ୍ତି ବେହେରା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଭିନେତା କୁନା ତ୍ରିପାଠୀ ଓ ଦୀକ୍ଷା ତିୱାରୀ ଉପସ୍ଥାପନା କରିଥିଲେ।

ଦିଶାଙ୍କ ପାଇଁ ଅଧିକ ଉତ୍ସାହ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କୁ ନେଇ ଯୁବପିଢିଙ୍କ ପାଖେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା। ଏମିତିକି ପ୍ରଦର୍ଶନ ପୂର୍ବରୁ ଦର୍ଶକମାନେ ଦିଶା ଦିଶା… ବୋଲି ଚିତ୍କାର କରିବା ସହ ସରିବା ପରେ ଏ ଦିଲ ମାଙ୍ଗେ ମୋର… ବୋଲି ଶୁଣିବାକୁ ମିଳିଥିଲା। ଦିଶାଙ୍କ ପ୍ରଦର୍ଶନ ଆଉ ଟିକେ ଅଧିକ ସମୟ ହେଉ ବୋଲି କହୁଥିଲେ। ଦିଶା ତାଙ୍କର ଚୁଲବୁଲି ଅନ୍ଦାଜରେ ମଲଙ୍ଗ ଗୀତରୁ ନୃତ୍ୟ ଆରମ୍ଭ କରିଥିଲେ। ଡୁ ୟୁ ଲଭ୍‌ ମି ଗୀତରେ ନିଜର ଭଙ୍ଗୀ ପ୍ରଦର୍ଶନ କରି ଦର୍ଶକଙ୍କ ପାଖେ ଭଲପାଇବା ଅଜାଡ଼ି ଦେଇଥିଲେ। ଉ ଅଣ୍ଟାୱା ଗୀତରେ ଅଣ୍ଟା ହଲାଇ ଉପସ୍ଥିତ ଲୋକଙ୍କୁ ଝୁମାଇଥିଲେ ଦିଶା। ଆଜା ଡୁବ୍‌ ଜାଉଁ ତେରେ ଆଖୋ କେଁ ରୋଶନ ମେ ସ୍ଲୋ ମୋଶନ ମେ… ଗୀତରେ ତାଙ୍କର ଶ୍ଲୋ ମୋଶନ ନାଚରେ ଦର୍ଶକ ନାଚି ଉଠିଥିଲେ। ସିଟି ମାର୍‌ ଗୀତରେ ଜବରଦସ୍ତ ପ୍ରଦର୍ଶନ କରି ମଞ୍ଚରୁ ବିଦାୟ ନେଇଥିଲେ ଦିଶା।

ଆଜି ଗୀତରେ ଝୁମିବେ ଶ୍ରୋତା

ଭୁବନେଶ୍ୱର ଲାଇଭ୍‌ର ଦ୍ୱିତୀୟ ସାରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରିୟା ମଲ୍ଲିକ, ନଭରାଜ ହଂସ, ହର୍ଶଦୀପ୍‌ କୌର୍‌ ପ୍ରମୁଖ ଦର୍ଶକଙ୍କୁ ଗୀତରେ ହଜାଇବେ। ସେହିପରି ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ ମଧ୍ୟ ଗୀତ ଗାଇ ଦର୍ଶକଙ୍କୁ ଓଡ଼ିଆ ଗୀତର ଛୁଙ୍କ ଦେବେ।

ମନକୁ ଛୁଇଁଲା ବ୍ଲାକ୍‌ସ୍ବାନ୍‌ ଗ୍ରୁପର ରଙ୍ଗବତୀ

ଗୀତ ଗାଇବା ସହ ନିଜର ଛୋଟ ଛୋଟ ଭାବ ସହ ଦର୍ଶକଙ୍କ ପାଖେ ନିଜକୁ ପ୍ରଦର୍ଶିତ କରିଥିଲେ କୋରିଆନ୍‌ ବ୍ଲାକ୍‌ସ୍ବାନ୍‌ ଗ୍ରୁପ। ଗୀତ ସବୁ ବୁଝି ନ ହେଉଥିଲେ ମଧ୍ୟ ଏମିତି ଢଙ୍ଗରେ ଉପସ୍ଥାପନ କରୁଥିଲେ ଯେ ଦର୍ଶକ ହାତ ଉଠାଇ ଗୀତ ସହ ତାଳ ଦେଇ ଝୁମିବାରେ ଲାଗିଥିଲେ। ଏହି ଗ୍ରୁପ୍‌ରେ ଥିବା ଓଡ଼ିଆ ଝିଅ ଶ୍ରେୟାଙ୍କ ନମସ୍କାର ଓଡ଼ିଶାରେ ସମସ୍ତେ ଅଧିକ ଉତ୍ସାହିତ ହୋଇ ଉଠିଥିଲେ। ପରେ ସେ ସ୍ବତନ୍ତ୍ର ଭାବେ ଦୁଇପଦ ରଙ୍ଗବତୀ ଗୀତ ଗାଇଥିଲେ। ତାଙ୍କ ସହ ଥିବା ଅନ୍ୟ ସାଥୀମାନେ ଶ୍ରେୟାଙ୍କ ସହ ରଙ୍ଗବତୀ ଗାଇବାବେଳେ ଦର୍ଶକ କରତାଳି ମାରି ସେମାନଙ୍କୁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?