ଦେଶର ପରବର୍ତ୍ତୀ ଶିଳ୍ପ ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର,୧୬।୧: ଗତ କିଛି ବର୍ଷ ଓଡ଼ିଶା ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଛି। ଏପରିକି ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପ ହବ୍‌ ହେବ ବୋଲି ରବିବାର ଷ୍ଟାର୍ଟଅପ ମେଳା-୨୦୨୩ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଦେବ ଏଭଳି କିଛି କହିଛନ୍ତି। ବିଶେଷକରି ଓଡ଼ିଶାର ଷ୍ଟାର୍ଟଅପ ପରି ବ୍ୟବସ୍ଥାକୁ ପ୍ରଦର୍ଶନ କରିବା ସହ ଷ୍ଟାର୍ଟଅପ, ନବସୃଜନ ଏବଂ ଔଦ୍ୟୋଗିକତା ଆଡକୁ ଯୁବବର୍ଗଙ୍କୁ ଅନୁପ୍ରେରିତ କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ ଓଡ଼ିଶାର ପ୍ରଥମ ପ୍ରୟାସ ଷ୍ଟାର୍ଟଅପ୍‌ ମେଳା-୨୦୨୩ର ଉଦ୍‌ଘାନଟନୀ ଉତ୍ସବରେ ଯୋଗଦେଇ ଏମ୍‌ଏସ୍‌ଏମଇ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଉଚିତ।

ଆମେ ଓଡ଼ିଶାରେ ଉଦ୍ୟୋଗୀ ସୃଷ୍ଟି ହେବା ଚାହୁଁଛୁ, ଜାତୀୟସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମକୁ ବିନିର୍ମାଣ ଆରମ୍ଭ କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ଲିଖିତ ବିବୃତିରେ କହିଛନ୍ତି, ଷ୍ଟାର୍ଟଅପ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତି ଲାଭ କରିବା ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଷ୍ଟାର୍ଟଅପ ମେଳା ଏକ ବିଶାଳ ପ୍ଲାଟଫର୍ମ ହୋଇଛି, ଯାହା ଆମ ଛାତ୍ରୀଛାତ୍ର, ନବସୃଜନକାରୀ ଏବଂ ଷ୍ଟାର୍ଟଅପଗୁଡିକୁ ଓଡ଼ିଶାର ଔଦ୍ୟୋଗିକ ଉତ୍ସବ ପ୍ରଦର୍ଶନ କରିବାକୁ ପ୍ରର୍ବତ୍ତାଇବ ଏବଂ ଏହା ତୃଣମୂଳ ଏବଂ ସଂସ୍ଥାଗତ ସ୍ତରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରେରଣା ଯୋଗାଇବ ଓ ସାମଗ୍ରିକ ସଫଳତା କାମନା କରୁଛି। ସେହିଭଳି ଉଦ୍‌ଘାଟନୀ ଅଭିଭାଷଣ ଦେଇ ଡ. ଓମ୍‌କାର ରାୟ କହିଥିଲେ,ଦେଶର ଷ୍ଟାର୍ଟଅପ ପରିବ୍ୟବସ୍ଥାରେ ଶ୍ରେଷ୍ଠ ତିନିଟି ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେବା ଆମ ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି ରହିଛି। ]

ଷ୍ଟାର୍ଟଅପ ମେଳା ୨୦୨୩ ଆଉ ଏକ ପ୍ରୟାସ ହୋଇଛି, ଯାହାକୁ ଆମେ ସେହି ଲକ୍ଷ୍ୟ ହାସଲ ନିମନ୍ତେ ହାତକୁ ନେଇଛୁ। ସେଠାରେ ଛାତ୍ରୀଛାତ୍ରଙ୍କୁ ଏହି ପରିବ୍ୟବସ୍ଥାର କିଭଳି ସୁଯୋଗ ନିଆଯିବ ଏବଂ ସେମାନଙ୍କ ଚିନ୍ତାଧାରାକୁ ଉତ୍ପାଦରେ ରୂପାନ୍ତରିତ କରାଯାଇପାରିବ, ସେହି ପରାମର୍ଶ ଦିଆଯିବ। ଆମେ ମଧ୍ୟ ପ୍ରଥମ ଥର ପାଇଁ ଅତି ଯନତ୍ର ସହିତ ଶିକ୍ଷାନୁଷ୍ଠାନଗୁଡିକରୁ ମନୋନୀତ ଛାତ୍ରୀଛାତ୍ରଙ୍କୁ ନେଇ ବ୍ରାଣ୍ଡ୍‌ ଆମ୍ବାସାଡର ଚିନ୍ତାଧାରା ଆରମ୍ଭ କରିଛୁ। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଷ୍ଟାର୍ଟଅପ ପ୍ରୋତ୍ସାହନର କିଭଳି ସୁଯୋଗ ନେଇହେବ ସେ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ଶାଶ୍ୱତ ମିଶ୍ର ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ଅନେକ ଯୁବବର୍ଗଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି ଯେ ନୂତନ ବ୍ୟବସାୟିକ ପ୍ରୟାସ ହେଉଛି ଏକ ଷ୍ଟାର୍ଟଅପ ଏବଂ ଏହା ସରକାରଙ୍କର ଷ୍ଟାର୍ଟଅପ ପ୍ରୋତ୍ସାହନ ପାଇଁ ଯୋଗ୍ୟତା ରଖୁଛି।

ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ ନୂଆ ବ୍ୟବସାୟ ଏକ ଷ୍ଟାର୍ଟଅପ ନୁହେଁ, ଯେକାୈଣସି ନୂଆ ବ୍ୟବସାୟ ଯାହା ମୁଖ୍ୟତଃ ବିଜ୍ଞାନ ଓ ପ୍ରଯୁକ୍ତିକୁ ଉପଯୋଗ କରେ, ନୂଆ ନିର୍ମାଣ ପଦ୍ଧତି ଆପଣାଏ, କାୈଣସି ବାୈଦ୍ଧିକ ସମ୍ପତ୍ତିଗତ ଆଧାରିତ ଉତ୍ପାଦ ହୋଇଥାଏ, ତେବେ ଷ୍ଟାର୍ଟଅପ ନୀତିର ପରିସରଭୁକ୍ତ ହୁଏ। ସାଧାରଣତଃ ସରକାର ଷ୍ଟାର୍ଟଅପଗୁଡିକୁ ଆର୍ଥିକ ସମର୍ଥନ ଯୋଗାଇ ଦିଅନ୍ତି ଏବଂ ଉକ୍ତ ପାଣ୍ଠିକୁ ବିଚାରବନ୍ତ ଭାବରେ ବିନିଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଶ୍ର ମତପ୍ରକାଶ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?