ଦେଶର ପରବର୍ତ୍ତୀ ଶିଳ୍ପ ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର,୧୬।୧: ଗତ କିଛି ବର୍ଷ ଓଡ଼ିଶା ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଛି। ଏପରିକି ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପ ହବ୍‌ ହେବ ବୋଲି ରବିବାର ଷ୍ଟାର୍ଟଅପ ମେଳା-୨୦୨୩ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଦେବ ଏଭଳି କିଛି କହିଛନ୍ତି। ବିଶେଷକରି ଓଡ଼ିଶାର ଷ୍ଟାର୍ଟଅପ ପରି ବ୍ୟବସ୍ଥାକୁ ପ୍ରଦର୍ଶନ କରିବା ସହ ଷ୍ଟାର୍ଟଅପ, ନବସୃଜନ ଏବଂ ଔଦ୍ୟୋଗିକତା ଆଡକୁ ଯୁବବର୍ଗଙ୍କୁ ଅନୁପ୍ରେରିତ କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ ଓଡ଼ିଶାର ପ୍ରଥମ ପ୍ରୟାସ ଷ୍ଟାର୍ଟଅପ୍‌ ମେଳା-୨୦୨୩ର ଉଦ୍‌ଘାନଟନୀ ଉତ୍ସବରେ ଯୋଗଦେଇ ଏମ୍‌ଏସ୍‌ଏମଇ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଉଚିତ।

ଆମେ ଓଡ଼ିଶାରେ ଉଦ୍ୟୋଗୀ ସୃଷ୍ଟି ହେବା ଚାହୁଁଛୁ, ଜାତୀୟସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମକୁ ବିନିର୍ମାଣ ଆରମ୍ଭ କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ଲିଖିତ ବିବୃତିରେ କହିଛନ୍ତି, ଷ୍ଟାର୍ଟଅପ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତି ଲାଭ କରିବା ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଷ୍ଟାର୍ଟଅପ ମେଳା ଏକ ବିଶାଳ ପ୍ଲାଟଫର୍ମ ହୋଇଛି, ଯାହା ଆମ ଛାତ୍ରୀଛାତ୍ର, ନବସୃଜନକାରୀ ଏବଂ ଷ୍ଟାର୍ଟଅପଗୁଡିକୁ ଓଡ଼ିଶାର ଔଦ୍ୟୋଗିକ ଉତ୍ସବ ପ୍ରଦର୍ଶନ କରିବାକୁ ପ୍ରର୍ବତ୍ତାଇବ ଏବଂ ଏହା ତୃଣମୂଳ ଏବଂ ସଂସ୍ଥାଗତ ସ୍ତରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରେରଣା ଯୋଗାଇବ ଓ ସାମଗ୍ରିକ ସଫଳତା କାମନା କରୁଛି। ସେହିଭଳି ଉଦ୍‌ଘାଟନୀ ଅଭିଭାଷଣ ଦେଇ ଡ. ଓମ୍‌କାର ରାୟ କହିଥିଲେ,ଦେଶର ଷ୍ଟାର୍ଟଅପ ପରିବ୍ୟବସ୍ଥାରେ ଶ୍ରେଷ୍ଠ ତିନିଟି ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେବା ଆମ ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି ରହିଛି। ]

ଷ୍ଟାର୍ଟଅପ ମେଳା ୨୦୨୩ ଆଉ ଏକ ପ୍ରୟାସ ହୋଇଛି, ଯାହାକୁ ଆମେ ସେହି ଲକ୍ଷ୍ୟ ହାସଲ ନିମନ୍ତେ ହାତକୁ ନେଇଛୁ। ସେଠାରେ ଛାତ୍ରୀଛାତ୍ରଙ୍କୁ ଏହି ପରିବ୍ୟବସ୍ଥାର କିଭଳି ସୁଯୋଗ ନିଆଯିବ ଏବଂ ସେମାନଙ୍କ ଚିନ୍ତାଧାରାକୁ ଉତ୍ପାଦରେ ରୂପାନ୍ତରିତ କରାଯାଇପାରିବ, ସେହି ପରାମର୍ଶ ଦିଆଯିବ। ଆମେ ମଧ୍ୟ ପ୍ରଥମ ଥର ପାଇଁ ଅତି ଯନତ୍ର ସହିତ ଶିକ୍ଷାନୁଷ୍ଠାନଗୁଡିକରୁ ମନୋନୀତ ଛାତ୍ରୀଛାତ୍ରଙ୍କୁ ନେଇ ବ୍ରାଣ୍ଡ୍‌ ଆମ୍ବାସାଡର ଚିନ୍ତାଧାରା ଆରମ୍ଭ କରିଛୁ। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଷ୍ଟାର୍ଟଅପ ପ୍ରୋତ୍ସାହନର କିଭଳି ସୁଯୋଗ ନେଇହେବ ସେ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ଶାଶ୍ୱତ ମିଶ୍ର ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ଅନେକ ଯୁବବର୍ଗଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି ଯେ ନୂତନ ବ୍ୟବସାୟିକ ପ୍ରୟାସ ହେଉଛି ଏକ ଷ୍ଟାର୍ଟଅପ ଏବଂ ଏହା ସରକାରଙ୍କର ଷ୍ଟାର୍ଟଅପ ପ୍ରୋତ୍ସାହନ ପାଇଁ ଯୋଗ୍ୟତା ରଖୁଛି।

ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ ନୂଆ ବ୍ୟବସାୟ ଏକ ଷ୍ଟାର୍ଟଅପ ନୁହେଁ, ଯେକାୈଣସି ନୂଆ ବ୍ୟବସାୟ ଯାହା ମୁଖ୍ୟତଃ ବିଜ୍ଞାନ ଓ ପ୍ରଯୁକ୍ତିକୁ ଉପଯୋଗ କରେ, ନୂଆ ନିର୍ମାଣ ପଦ୍ଧତି ଆପଣାଏ, କାୈଣସି ବାୈଦ୍ଧିକ ସମ୍ପତ୍ତିଗତ ଆଧାରିତ ଉତ୍ପାଦ ହୋଇଥାଏ, ତେବେ ଷ୍ଟାର୍ଟଅପ ନୀତିର ପରିସରଭୁକ୍ତ ହୁଏ। ସାଧାରଣତଃ ସରକାର ଷ୍ଟାର୍ଟଅପଗୁଡିକୁ ଆର୍ଥିକ ସମର୍ଥନ ଯୋଗାଇ ଦିଅନ୍ତି ଏବଂ ଉକ୍ତ ପାଣ୍ଠିକୁ ବିଚାରବନ୍ତ ଭାବରେ ବିନିଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଶ୍ର ମତପ୍ରକାଶ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri