Posted inଖେଳ

ଇଂଲଣ୍ଡର ଲଢ଼ୁଆ ବିଜୟ

ମାଞ୍ଚେଷ୍ଟର,୯।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ୩ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ କରିଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ଲାଭ କରିଛି। ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୯.୩ ଓଭରରେ ସମ୍ମାନଜନକ ୩୨୬ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୭୦.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ୧୦୭ ରନର ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ୪୬.୪ ଓଭରରେ ୧୬୯ ରନ କରି ଆଉଟ ହୋଇଥିଲା। ଏଥିସହ ଇଂଲଣ୍ଡ ସମ୍ମୁଖରେ ୨୭୭ ରନର ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। ଜବାବରେ ଶନିବାର ଚତୁର୍ଥ ଦିବସରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ୮୨.୧ ଓଭରରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦ୍ୱିତୀୟ ଟେଷ୍ଟ ୧୩ ତାରିଖରୁ ସାଉଥାମ୍ପଟନରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ଇନିଂସ ଆରମ୍ଭରୁ ଓପନର ରୋରି ବନର୍‌ସ ମାତ୍ର ୧୦ ରନ କରି ମହମ୍ମଦ ଆବାସଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ଡୋମିନିକ୍‌ ସିବ୍‌ଲି ୩୬, ଅଧିନାୟକ ଜୋ ରୁଟ୍‌ ୪୨, ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୯, ଓଲି ପୋପ୍‌ ୭ ରନକରି ଆଉଟ ହୋଇଥିଲେ। ୧୧୭ ରନରେ ୫ ଉଇକେଟ ହରାଇ ଇଂଲଣ୍ଡ ବିପଦରେ ପଡିଥିବା ବେଳେ ଷଷ୍ଠ ଉଇକେଟରେ ଜୋସ ବଟଲର ଓ କ୍ରିସ୍‌ ଓ୍ବକ୍ସ ୧୩୯ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ। ବଟଲର ୭୫, ଷ୍ଟୁଆର୍ଟ ବ୍ରଡ୍‌ ୭ ରନ କରି ଆଉଟ ହୋଇଥିଲେ। ଓ୍ବକ୍ସ ୮୪ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ୟାସିର ଶାହ ସର୍ବାଧିକ ୪ ଉଇକେଟ ଅକ୍ତିଆର କରିଥିଲେ।
ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୩୭/୮ରୁ ଖେଳ ଆରମ୍ଭ କରି ପାକିସ୍ତାନ ଶନିବାର ଅଲ୍‌ ଆଉଟ୍‌ ହୋଇଥିଲା। ବୋଲିଂରେ ଇଂଲଣ୍ଡ ତରଫରୁ ବ୍ରଡ ସର୍ବାଧିକ ୩, କ୍ରିସ୍‌ ଓ୍ବକ୍ସ ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ, ଆର୍ଚର ଓ ଡୋମିନକ ବେସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୧୦୯.୩ ଓଭରରେ ୩୨୬।
ଇଂଲଣ୍ଡ ପ୍ରଥମ ଇନିଂସ- ୭୦.୩ ଓଭରରେ ୨୧୯।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୪୬.୪ ଓଭରରେ ୧୬୯।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୮୨.୧ ଓଭରରେ ୨୭୭/୭
(ଓ୍ବକ୍ସ- ୮୪* , ବଟଲର- ୭୫, ୟାସିର- ୪/୯୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଟର୍ନ ନେଲେ ରାୟୁଡୁ

ହାଇଦ୍ରାବାଦ,୩୦।୮: କ୍ରିକେଟରୁ ଅବସର ଘୋଷଣା କରିବାର ଦୁଇମାସ ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୟୁଟର୍ନ ନେଇଛନ୍ତି। ଅବସର ନିଷ୍ପତ୍ତି ଏକ ଭାବବିହ୍ବଳ ଥିଲା। ଏବେ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଆୟୋଜନ: ହରିୟାଣାକୁ ୨୦.୬୭ କୋଟି ଟଙ୍କା ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨।୫(ପି.ଟି.): ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇଓ୍ବାଇଜି)ର ୧୪ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହରିୟାଣାରେ ଆୟୋଜନ ହେବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହରିୟାଣାକୁ...

ପିତାଙ୍କୁ ମୃତ୍ୟୁରେ କୋହଲିଙ୍କ ଆଖିରେ ନ ଥିଲା ଟୋପାଏ ଲୁହ, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପିତାଙ୍କ ମୃତ୍ୟୁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ...

ଇଣ୍ଡିଆନ କ୍ରିକେଟ ଟିମର ରୋମାଣ୍ଟିକ ହିରୋ ସଲିମ ଦୁରାନିଙ୍କ ପରଲୋକ, ଶୋକ ପ୍ରକାଶ କଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୨।୪: ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନିଙ୍କ ପରଲୋକ ହୋଇଛି। ସେ ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଲିମ ଦୁରାନି ଭାରତୀୟ...

ଏସିଆନ ୟୁଥ୍‌ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ ସ୍ବର୍ଣ୍ଣ, ପୁରୁଷଙ୍କୁ ୨ ରୌପ୍ୟ

ଉଲାନବାତାର,୧୭।୧୧(ପି.ଟି.): ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରମାନେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା...

ଭାଇ-ଭଉଣୀ ଶ୍ରବଣ-ସୋନୀଙ୍କ ସଫଳ ଯାତ୍ରା

ଭୁବନେଶ୍ୱର, ୨୮।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଯମଜ ଭଗିନୀ ଜ୍ୟୋତି ଓ ଆରତି...

ମେଡିକାଲରୁୁ ଡିସ୍‌ଚାର୍ଜ ହେଲେ ଲାରା

ମୁମ୍ବାଇ,୨୬।୬- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ମେଡିକାଲରୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ଛାତିରେ ଯନ୍ତ୍ରଣା ହେଉଥିବାରୁ ସେ ମଙ୍ଗଳବାର...

ଏ ହେଉଛି ଆଇପିଏଲ୍‌! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର...

Advertisement
Archives

Model This Week