Posted inଖେଳ

ଓଭାଲ ଟେଷ୍ଟ ଜିତିଲା ଇଂଲଣ୍ଡ

ଲଣ୍ଡନ, ୧ା୮: କେନିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପଞ୍ଚମ ଆଶେସ ଟେଷ୍ଟକୁ ଜିତି ନେଇଛି ଇଂଲଣ୍ଡ। କ୍ରିସ୍‌ ଓକ୍ସ ଓ ମୋଇନ୍‌ ଅଲୀଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୪୯ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଅନ୍ତିମ ଦିବସରେ ୨୪୯ ରନ୍‌ ଆବଶ୍ୟକ ରହିଥିବା ବେଳେ ଷ୍ଟିଭେନ୍‌ ସ୍ମିଥ୍‌ ଓ ଟ୍ରାଭିସ୍‌ ହେଡ ଲଢୁଆ ବ୍ୟାଟିଂ କରି ଆଶା ସଞ୍ଚାର କରିଥିଲେ। ବର୍ଷା ବାଧାପ୍ରାପ୍ତ ଅନ୍ତିମ ଦିନରେ କ୍ରିସ୍‌ ଓକ୍ସ ଓ ମୋଇନ୍‌ ଅଲୀ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ହାତରୁ ବିଜୟ ଛଡାଇ ନେଇଥିଲେ। ୩୮୪ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ସମସ୍ତ ଉଇକେଟ ହରାଇ ୩୩୪ ରନ କରିବାରେ ସମର୍ଥ ହୋଇଥିଲା।
ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୩୫/୦ରୁ ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ। ଅନ୍ତିମ ଦିନର ପ୍ରଥମ ସ୍ପେଲରେ କ୍ରିସ୍‌ ଓକ୍ସ ଦୁଇ ଓଭର ମଧ୍ୟରେ ଦୁଇ ଓପନରଙ୍କୁ ଆଉଟ କରିଥିଲେ। ଡେଭିଡ୍‌ ଓ୍ବାର୍ନର ପୂର୍ବ ଦିନର ସ୍କୋରରେ ୨ ରନ୍‌ ଯୋଡି ଓକ୍ସଙ୍କ ପ୍ରଥମ ଶିକାର ହୋଇଥିଲେ। ଏହାର ୧ ରନ୍‌ ପରେ ଉସ୍‌ମାନ ଖ୍ବାଜାଙ୍କୁ ନିଜର ଦ୍ୱିତୀୟ ଶିକାର ବନାଇଥିଲେ ଓକ୍ସ। ଦଳୀୟ ସ୍କୋର ୧୬୯ରେ ବ୍ୟକ୍ତିଗତ ୧୩ ରନ୍‌ କରି ମାର୍ନସ ଲାବୁଶେନ୍‌ ଆଉଟ ହୋଇଥିଲେ। ଲାବୁଶେନ୍‌ଙ୍କୁ ଆଉଟ କରି ମାର୍କ ଉଡ୍‌ ଇଂଲଣ୍ଡ ଶିବିରରେ ଆଶା ସଞ୍ଚାର କରିଥିଲେ। ତେବେ ଚତୁର୍ଥ ଉଇକେଟରେ ୯୫ ରନ୍‌ ଯୋଡିଥିଲେ ଷ୍ଟିଭେନ୍‌ ସ୍ମିଥ୍‌(୫୪) ଓ ଟ୍ରାଭିସ୍‌ ହେଡ୍‌(୪୩)। ଉଭୟ ୨୩ ଓଭର ଧରି ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ମୁକାବିଲା କରିଥିଲେ। ଚା ପାନ ବିରତି ପୂର୍ବରୁ ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଥିଲା। ଚା ପାନ ବିରତିରୁ ଫେରିବା ପରେ ସ୍ମିଥ୍‌ ଓ ହେଡ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ଚା ପାନ ବିରତି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ମ୍ୟାଚ ରହିଥିବା ବେଳେ ଇଂଲଣ୍ଡ ପକ୍ଷରୁ ମୋଇନ୍‌ ଅଲୀ ଓ କ୍ରିସ୍‌ ଓକ୍ସ ଘାତକ ବୋଲିଂ କରି ମ୍ୟାଚ ଛଡାଇ ଆଣିଥିଲେ। ହେଡ୍‌ ୪୩ ରନ୍‌ କରିଥିବା ବେଳେ ମୋଇନ୍‌ ଅଲୀଙ୍କ ବଲରେ ଆଉଟ ହୋଇଥିଲେ। ଏହାର ୯ ବଲ୍‌ ପରେ ୫୪ ରନ୍‌ କରିଥିବା ସ୍ମିଥ୍‌ ପ୍ୟାଭିଲିୟନ୍‌ ଫେରିଥିଲେ। ସ୍ମିଥ୍‌ ଆଉଟ ହେବା ପରେ ପରବର୍ତ୍ତୀ ଦୁଇ ଓଭରରେ ମିଚେଲ ମାର୍ଶ(୬) ଓ ମିଚେଲ୍‌ ଷ୍ଟାର୍କ(୦) ଆଉଟ ହୋଇ ଅଷ୍ଟ୍ରେଲିଆକୁ ସଙ୍କଟରେ ପକାଇଥିଲେ। ଆଲେକ୍ସ କେରୀ(୨୮), ପ୍ୟାଟ କୁମିନ୍ସ(୯) ଓ ଟଡ ମର୍ଫି (୧୮) କିଛି ସମୟ ଧରି ସଂଘର୍ଷ କରିଥିଲେ। ଅନ୍ତିମ ଟେଷ୍ଟ ଖେଳୁଥିବା ଷ୍ଟୁଆର୍ଟ ବ୍ରଡ ଶେଷ ଦୁଇ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଓକ୍ସ ୪ ଓ ମୋଇନ୍‌ ଅଲୀ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ ୨ ଓ ମାର୍କ ଉଡ୍‌ ୧ ଉଇକେଟ ନେଇଥିଲେ। କ୍ରିସ୍‌ ଓକ୍ସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ଓ ଇଂଲଣ୍ଡ ପକ୍ଷରୁ ଓକ୍ସଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୮୩। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୯୫। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୯୫। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ୯୪.୪ ଓଭରରେ ୩୩୪/୧୦ (ଡେଭିଡ ଓ୍ବାର୍ନର-୬୦, ଉସମାନ ଖ୍ବାଜା-୭୨,ଷ୍ଟିଭ୍‌ ସ୍ମିଥ୍‌-୫୪ କ୍ରିସ୍‌ ଓକ୍ସ-୪/୫୦, ମୋଇନ୍‌ ଅଲୀ-୩/୭୬, ଷ୍ଟୁଆର୍ଟ ବ୍ରଡ୍‌-୨/୬୨, ମାର୍କ ଉଡ୍‌-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?