Posted inଖେଳ

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ହାରିଲା ଭାରତ

ନଟିଂହାମ୍‌,୧୦ା୭ : ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ପରାଜିତ ହୋଇଛି ଭାରତ। ୨୧୬ ରନ୍‌ ଲକ୍ଷ୍ୟର ପିଛା କରି ଭାରତ ୯ ଉଇକେଟ ହରାଇ ୧୯୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ୧୭ ରନ୍‌ରେ ହାରି ଯାଇଛି। ହେଲେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୨-୧ରେ ବିଜୟୀ ହୋଇଛି।

ଦାଓ୍ବିଦ୍‌ ମଲନଙ୍କ ଧୂଆଁଧାର ୭୭ ସହିତ ଲିଆମ ଲିଭିଙ୍ଗଷ୍ଟୋନଙ୍କ ୪୨ ରନ୍‌ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। ଜବାବରେ ରୋହିତ ଶର୍ମା(୧୧), ରିଷଭ ପନ୍ତ(୧) ଓ ବିରାଟ କୋହଲି(୧୧) ରନ୍‌ କରିଥିବା ବେଳେ ଭାରତ ୩୧ ରନରେ ୩ ଉଇକେଟ୍‌ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ(୧୧୭) ଏବଂ ଶ୍ରେୟାସ ଆୟ୨ାର(୨୮) ଇନିଂସ ସମ୍ଭାଳିବା ସହିତ ୧୧୯ ରନ୍‌ର ଭାଗିଦାରୀ କରିଥିଲେ। ସୂର୍ଯ୍ୟକୁମାର ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଶେଷ ଭାଗରେ ଅନ୍ୟ ବ୍ୟାଟରଙ୍କ ସହଯୋଗ ମିଳି ନ ଥିଲା। ୫୫ ବଲର ସୂର୍ଯ୍ୟକୁମାରଙ୍କ ଏହି ଇନିଂସରେ ୧୪ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଶେଷ ଆଡକୁ ଦୀନେଶ କାର୍ତ୍ତିକ(୬) ଏବଂ ରବୀନ୍ଦ୍ର ଜାଡେଜା(୭) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ ରିସି ଟୋପ୍‌ଲେ ସର୍ବାଧିକ ୩ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri