Posted inଖେଳ

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା ଭାଇରସ୍‌ ଯାତ୍ରା କଟକଣା କୋହଳ କରିବା ପରେ ଇଂଲଣ୍ଡ ଗସ୍ତ କରିବା ସ୍ପଷ୍ଟ ହୋଇଛି।
କରୋନା ଭାଇରସ୍‌ ଦ୍ୱାରା ଅତ୍ୟଧିକ ଭାବେ ସଂକ୍ରମିତ ହୋଇଥିବା ଦେଶଗୁଡିକରୁ କୌଣସି ନାଗରିକଙ୍କୁ ଦକ୍ଷିଣ ଆଫ୍ରିକାରେ ପ୍ରବେଶ୍‌ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ବ୍ରିଟେନ ସମେତ ୨୨ଟି ଦେଶ ସାମିଲ ରହିଛନ୍ତି। ତେବେ ଇଂଲଣ୍ଡ ଦଳ ପାଇଁ ଦକ୍ଷିଣ ଆଫ୍ରିକା ତା’ର ନିୟମରେ କୋହଳ କରିଛି। କେପ୍‌ଟାଉନ୍‌ରେ ଇଂଲଣ୍ଡର ଏହି ୩ ସପ୍ତାହ ବିଶିଷ୍ଟ ଗସ୍ତ ସୀମିତ ରହିବ। ଦୁଇ ଦଳ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ୍‌ ଖେଳିବେ। ୪ଟି ମ୍ୟାଚ୍‌ କେପ୍‌ଟାଉନର ନ୍ୟୁଲାଣ୍ଡ୍ସରେ ଖେଳାଯିବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ୍‌ କେପ୍‌ଟାଉନର ପାଖ ସହର ପାର୍ଲରେ ଆୟୋଜନ ହେବ। ଅର୍ଥାତ ଇଂଲଣ୍ଡ ପୂରା ଗସ୍ତରେ ବାୟୋ ବବଲରେ ଥିବା ଗୋଟିଏ ହୋଟେଲରେ ହିଁ ରହିବ। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ୭୦୦,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ନଭେମ୍ବର ୧୬ ତାରିଖରେ ଇଂଲଣ୍ଡ ଦଳ ଏକ ଚାର୍ଟର ଫ୍ଲାଇଟ୍‌ରେ ସ୍ବଦେଶ ଛାଡି ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ନଭେମ୍ବର ୨୭, ୨୯ ଓ ଡିସେମ୍ବର ୧ ତାରିଖରେ ଟି୨୦ ମ୍ୟାଚ୍‌ଗୁଡିକ ଖେଳାଯିବ। ସେହିପରି ଡିସେମ୍ବର ୪, ୬ ଓ ୯ ତାରିଖରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ପହଞ୍ଚିବା ପରେ ଇଂଲଣ୍ଡ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଅତିକମ୍‌ରେ ଗୋଟିଏ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ। କରୋନା ସଂକ୍ରମଣ ସମୟରେ ଓ୍ବେଷ୍ଟଇଣ୍ଡିଜ୍‌, ଆୟର୍ଲାଣ୍ଡ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ସହିତ ସିରିଜ ଖେଳିଛି। ତେବେ ଦକ୍ଷିଣ ଆଫ୍ରିକା ଗତ ମାର୍ଚ୍ଚ ପରଠାରୁ କୌଣସି ସିରିଜ ଖେଳିବାର ସୁଯୋଗ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri