Posted inଖେଳ

ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

କୋଲକାତା,୧୧।୧୧: କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡ଼ିୟମରେ ଶନିବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ୪୪ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ପାକିସ୍ତାନ ବୋଲିଂ କରିବ।

ଅନ୍ୟପକ୍ଷେ ଇଂଲଣ୍ଡ ବିଶ୍ୱପକର ଶେଷ ମ୍ୟାଚ୍‌ ଜିତି ସମ୍ମାନର ସହ ସ୍ବଦେଶ ଫେରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷେ ସେମିଫାଇନାଲ ଖେଳିବାକୁ ପାକିସ୍ତାନ ଲାଗି ୨୮୭ ରନ୍‌ ବ୍ୟବଧାନର ଅସମ୍ଭବ ବିଜୟ ଲକ୍ଷ୍ୟ ରହିଛି। ଯଦି ଦଳ ଏହା କରିଦିଏ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ରନ୍‌ରେଟରେ ପଛରେ ପକାଇ ସେମିଫାଇନାଲ ପହଞ୍ଚି ପାରିବ। ଅଷ୍ଟ୍ରେଲିଆଠୁ ୧୯୯୯ ଫାଇନାଲ ହାରିବା ପରେ କେବଳ ୨୦୧୧ରେ ସେମିଫାଇନାଲ ଖେଳିଥିଲା ପାକିସ୍ତାନ। ଗତ ସଂସ୍କରଣରେ ମଧ୍ୟ ଚତୁର୍ଥ ସ୍ଥାନରୁ ନ୍ୟୁଜିଲାଣ୍ଡକୁ ହଟାଇ ସେମିଫାଇନାଲ ଖେଳିବା ଲାଗି ପାକିସ୍ତାନକୁ ଶେଷ ଲିଗ ମ୍ୟାଚ୍‌ ବାଂଲାଦେଶକୁ ୩୦୦ ରନ୍‌ ବ୍ୟବଧାନରେ ହରାଇବାର ଲକ୍ଷ୍ୟ ରହିଥିଲା। ଏହା ହୋଇପାରି ନ ଥିଲା। ଚଳିତ ଥର ଏହି ସମାନ ସ୍ଥିତି ଦେଖିବାକୁ ମିଳିଛି। ଇଂଲଣ୍ଡ ଭଳି ପାକିସ୍ତାନର ବୋଲିଂ ମଧ୍ୟ ଖରାପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଆତଙ୍କ, ଥାନା ପଛପଟେ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ରାଜ୍ୟରେ ଅପରାଧୀମାନେ ଖୋଲା ଖୋଲି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଭିଆଇ ଚାଲିଛନ୍ତି । ଇତିମଧ୍ୟରେ ଗଞ୍ଜାମ ପୋଲିସ ଅପରାଧକୁ ଦମନ କରିବା…

ନରୱେର ରାଜଦମ୍ପତିଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୨୨ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାଞ୍ଚ ଦେଶ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ମହାରାଜା ହାରାଲ୍ଡ (୫ମ)ଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ମହାରାଜାଙ୍କୁ…

ଧାରଣା ଉଠିଲା, ଉଠିନାହିଁ ଧାନ: ପୁଣି ହୋଇପାରେ…

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ):ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅବହେଳା ଯୋଗୁ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଜିଲାର ଅନେକ ଚାଷୀ…

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri