Posted inଖେଳ

ଇଂଲଣ୍ଡ ଦଳରେ ୯ ନୂଆ ଚେହେରା

ଲଣ୍ଡନ,୬।୭: ପାକିସ୍ତାନ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)। ନିୟମିତ ଦଳର ୩ ଖେଳାଳି ଓ ୪ ଷ୍ଟାଫ୍‌ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍‌ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଇସିବିକୁ ଏଭଳି ପରିବର୍ତ୍ତନ କରିବାକୁ ପଡ଼ିଛି।

କାର୍ଡିଫଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ ଲାଗି ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଦଳରେ ୯ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଇଂଲଣ୍ଡ ଖେଳାଳି ଓ ଷ୍ଟାଫ୍‌ ମେମ୍ବରଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା।

ପଜିଟିଭ ଚିହ୍ନଟ ହୋଇଥିବା ଖେଳାଳିଙ୍କୁ ୟୁକେ ସରକାରଙ୍କ କ୍ୱାରେଣ୍ଟିନ ପ୍ରୋଟୋକଲ ଅନୁଯାୟୀ ଆଇସୋଲେଶନରେ ରହିବାକୁ ପଡ଼ିବ। ଦଳର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଆଇସୋଲେଟ୍‌ କରାଯିବ। କାରଣ ସେମାନେ ପଜିଟିଭ ଚିହ୍ନଟ ହୋଇଥିବା ଖେଳାଳିଙ୍କ ସିଧାସଳଖ ସମ୍ପର୍କରେ ଆସିଛନ୍ତି ବୋଲି ଇସିବି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ଇଂଲଣ୍ଡ ଦଳ ପାକିସ୍ତାନ ବିପକ୍ଷରେ ୩ଟିକିଆ ଦିନିକିଆ ଓ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାର ଅଛି। ଆଇପିଏଲରେ ଆହତ ହେବା ପରଠୁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନ ଥିବା ଅଲରାଉଣ୍ଡର ଷ୍ଟୋକ୍ସଙ୍କୁ ଦଳର ଅଧିନାୟକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

ଦୁବାଇ, ୬।୧୦-ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟି୍‌ଂ, ମାର୍କୁସ ଷ୍ଟୋଇନିସଙ୍କ ଅପରାଜିତ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଇଣ୍ଡିଆନ ପ୍ରିମିୟର...

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ...

ଭାରତ ପକ୍ଷରୁ ଖେଳିବା ପାଇଁ ଅନ୍ୟ ଦେଶର ଅଧିନାୟକ ପଦ ଛାଡିଲେ, ଏବେ ରଣଜୀ ଟ୍ରଫିରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଲୀ,୩୧।୧୦:୨୦୧୮ ଦୁବାଇରେ ଖେଳାଯାଇଥିବା ଏସିଆ କପରେ ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଅଶୁଂମାନ ରଥ ଏବେ ଭାରତ ପାଇଁ ରଣଜୀ ଖେଳିବାକୁ...

ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍‌ କରୁଛନ୍ତି କେ.ଏଲ ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଦଳରୁ ବାହାର କରିବାକୁ ନେଇ ରାଗିଗଲେ ଗମ୍ଭୀର: କହିଲେ ଅତିକମ୍‌ରେ…

ନୂଆଦିଲ୍ଲୀ,୧୭।୩: ଇଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ ନିଜର ଅନ୍ତଃରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ। ମ୍ୟାଚ୍‌ରେ ସୂର୍ଯ୍ୟକୁମାର ସଫଳ ହୋଇ ନ...

ହୃଦୟ ଜିତିଲା କୈଫଙ୍କ ଭିଡିଓ

ନୂଆଦିଲ୍ଲୀ,୧୩।୧(ପି.ଟି.)- ଦେଶରେ କ୍ରିକେଟ କେବଳ ଏକ କ୍ରୀଡ଼ା ନୁହେଁ, ଏହା ଏକ ଧର୍ମ। ଦେଶର ପ୍ରତ୍ୟେକ ବର୍ଗ, ଜାତି, ଧର୍ମ, ଶ୍ରେଣୀରେ କ୍ରିକେଟ ପ୍ରେମି ରହିଛନ୍ତି।...

ଭାରତୀୟ ମହିଳା ଫେନ୍ସର ଭବାନୀଙ୍କୁ ରୌପ୍ୟ ପଦକ

ଚେନ୍ନାଇ,୩୦।୯(ପି.ଟି)- ବେଲଜିୟମର ବନ୍ଦର ସହଜର ଘେଣ୍ଟଠାରେ ଅନୁଷ୍ଠିତ ଟୋରନୋଇ ସାଟ୍‌ଲାଇଟ୍‌ ଫେନ୍ସିଙ୍ଗ ପ୍ରତିଯୋଗିତା (ବିଶ୍ୱ ସ୍ତରୀୟ)ରେ ରବିବାର ଭାରତୀୟ ମହିଳା ଫେନ୍ସର ଭବାନୀ ଦେବୀ ରୌପ୍ୟ...

କ୍ୱାର୍ଟରରେ ସିନ୍ଧୁ, ଲକ୍ଷ୍ୟ ଆଉଟ୍‌

ହାଇଦ୍ରାବାଦ୍‌,୧୩।୩- ଭାରତୀୟ ଷ୍ଟାର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week