Posted inଖେଳ

ପ୍ରଥମ ସପ୍ତାହ ପାଇଁ ଉପଲବ୍ଧ ହୋଇ ନ ପାରନ୍ତି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି

ଲଣ୍ଡନ, ୧୫ା୮(ପି.ଟି.)-ସେପ୍ଟେମ୍ବର ୪ରୁ ୧୬ ପର୍ଯ୍ୟନ୍ତ ଯଥାକ୍ରମେ ସାଉଥାମ୍ପଟନ ଓ ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍‌ ୬ଟି ହ୍ବାଇଟ୍‌ ବଲ୍‌ ଗେମ୍‌ ଖେଳିବେ। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସହିତ ଚୁକ୍ତି କରିଥିବା ଏହି ଦୁଇ ଦେଶର ଖେଳାଳିମାନେ ଟି୨୦ ଲିଗ୍‌ର ପ୍ରଥମ ସପ୍ତାହ ଖେଳ ପାଇଁ ଉପଲବ୍ଧ ହୋଇ ନ ପାରନ୍ତି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେପ୍ଟେମ୍ବର ୪, ୬ ଓ ୮ରେ ତିନୋଟି ଅନ୍ତର୍ଜାତୀୟ ଟି୨୦ ଏଜାସ ବାଓଲଠାରେ ଏବଂ ଓଲ୍ଡ ଟ୍ରାଫୋର୍ଡଠାରେ ସେପ୍ଟେମ୍ବର ୧୧, ୧୩ ଓ ୧୬ରେ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆ ଖେଳିବେ। ସୂଚନାଯୋଗ୍ୟ, ଆଇପିଏଲ ଖେଳିବା ଲାଗି ଖେଳାଳିମାନେ ସେପ୍ଟେମ୍ବର ୧୭ କିମ୍ବା ୧୮ ତାରିଖରେ ସେମାନଙ୍କ ରହଣି ସ୍ଥାନରେ ପହଞ୍ଚତ୍ବେ। ଆଇପିଏଲ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁସାରେ ସେମାନେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ପ୍ରଥମ, ଦ୍ୱିତୀୟ ଓ ୬ଷ୍ଠ ଦିବସରେ ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ୩ଥର ଟେଷ୍ଟରେ ଉନ୍ନୀତ ହେବାପରେ ସେମାନେ ଖେଳିବା ଲାଗି ଅନୁମତି ପାଇବେ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ମୋଟ ୨୯ଜଣ ଖେଳାଳି ଆଇପିଏଲ୍‌ ୮ଟି ଦଳର ଅଂଶବିଶେଷ ଅଛନ୍ତି। ଏମାନଙ୍କ ମଧ୍ୟରେ ଡେଭିଡ୍‌ ଓ୍ବାର୍ନର, ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଷ୍ଟିଭ୍‌ ସ୍ମିଥ୍‌ ଓ ପ୍ୟାଟ୍‌ କୁମିନ୍ସଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି। ରାଜସ୍ଥାନ ରୟାଲ୍ସ ଦଳ ବିଶେଷ ପ୍ରଭାବତି ହେବ। କାରଣ ବଟଲର, ସ୍ମିଥ୍‌ ଓ ଆର୍ଚରଙ୍କ ଭଳି ଖେଳାଳି ଅନୁପସ୍ଥିତି ରହିବେ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିିବ) ଏବଂ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏକ ମିଳିତ ପ୍ରେସ୍‌ ଇସ୍ତାହାରରେ କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ ଦଳ ଅଗଷ୍ଟ ୨୪ରେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ପହଞ୍ଚତ୍ବ। ଏଜାସ ବାଓଲଠାରେ ପହଞ୍ଚତ୍ବା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଡର୍ବିଶାୟାରର ଦି ଇନ୍‌କୋରା କାଉଣ୍ଟି ଗ୍ରାଉଣ୍ଡ ଗସ୍ତ କରିବ। ମ୍ୟାଚଗୁଡ଼ିକ ଜୈବ ସୁରକ୍ଷିତ ପରିବେଶ ସହିତ ରୁଦ୍ଧଦ୍ୱାର ମଧ୍ୟରେ ଖେଳାଯିବ। ତିନୋଟି ଯାକ ଅନ୍ତର୍ଜାତୀୟ ଦିନିକିଆ ଆଇସିସି ଓ୍ବାଲର୍‌ଡ କପ୍‌ ସୁପର ଲିଗ୍‌ର ଅଂଶବିଶେଷ ସ୍ବରୂପ ଖେଳାଯିବ। ଅଗଷ୍ଟ ୨୭ରେ ଇଂଲଣ୍ଡର ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri