Posted inଫୁରସତ

ଏନ୍‌ଗେଜ୍‌ମେଣ୍ଟ ପିୟରସିଂ

ପିୟରସିଂର ଟ୍ରେଣ୍ଡ ତ ବହୁ ଆଗରୁ ଆରମ୍ଭ ହୋଇସାରିଛି। କିନ୍ତୁ ଏବେ ଏନ୍‌ଗେଜ୍‌ମେଣ୍ଟ ପିୟରସିଂ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହାକୁ କେହି କେହି ଏନ୍‌ଗେଜ୍‌ମେଣ୍ଟ ରିଂ ପିୟରସିଂ, ଓ୍ବେଡିଂ ରିଂ ପିୟରସିଂ ଅବା କେବଳ ଫିଙ୍ଗର୍‌ ପିୟରସିଂ ବୋଲି ବି କହିଥାନ୍ତି। ଏଥିରେ ଏନ୍‌ଗେଜ୍‌ମେଣ୍ଟ ବା ନିର୍ବନ୍ଧ ଦିନ ପୁଅଝିଅ ଉଭୟ ଉଭୟଙ୍କୁ ଆଉ ମୁଦି ନ ପିନ୍ଧାଇ ତା’ ବଦଳରେ ସେମାନେ ଆଙ୍ଗୁଠିରେ ରିଙ୍ଗ୍‌ ପିୟରସିଂ କରାଇଥାନ୍ତି। ଏହି ପିୟରସିଂ ପ୍ରାୟତଃ ମାଇକ୍ରୋ ଡର୍ମାଲ ପିୟରସିଂ ପରି, ଯାହାକୁ ମୁଖ୍ୟତଃ କଲାର୍‌ ବୋନ୍‌, ପିଠି, ଏବଂ ଗାଲରେ କରାଯାଇଥାଏ। କିନ୍ତୁ ଏନ୍‌ଗେଜ୍‌ମେଣ୍ଟ ପିୟରସିଂକୁ କେବଳ ହାତ ଆଙ୍ଗୁଠିରେ କରାଯାଇଥାଏ। ବିଶେଷକରି ରିଂ ଫିଙ୍ଗର୍‌ରେ ଏହାକୁ ଦମ୍ପତିମାନେ କରିଥାନ୍ତି। ଏଥିରେ ଦୁଇ ପ୍ରକାରର ମେଟାଲ୍‌ ବ୍ୟବହାର କରାଯାଏ। ଗୋଟେ ଆଙ୍ଗୁଠିର ଚମଡା ଭିତରେ ରୁହେ, ଯେଉଁଥିରେ ସ୍ବତନ୍ତ୍ର ଧରଣର ଏକ ପେଚ ଲାଗିଥାଏ। ଅନ୍ୟଟି ହେଉଛି ମେଟାଲ୍‌ ଷ୍ଟଡ୍‌ ବା ଷ୍ଟୋନ୍‌, ଯାହା ବାହାରକୁ ଦେଖାଯାଇଥାଏ। ପ୍ରଥମେ ଆଙ୍ଗୁଠିର ଚମଡ଼ାକୁ ଛିଦ୍ର କରି ତା’ମଧ୍ୟରେ ପେଚକୁ ଭର୍ତ୍ତି କରାଯାଏ, ପରେ ମେଟାଲ୍‌ ଷ୍ଟଡ୍‌ ବା ଷ୍ଟୋନ୍‌କୁ ଉକ୍ତ ପେଚରେ ପୂରାଇ ଟାଇଟ୍‌ କରାଯାଇଥାଏ। ତେବେ ଏହି ପିୟରସିଂ କରାଇବା ଖୁବ୍‌ କଷ୍ଟଦାୟକ ହୋଇଥିଲେ ବି ମନର ମଣିଷ ଆଗରେ ନିଜର ଭଲ ପାଇବାକୁ ପରିପ୍ରକାଶ କରିବାର ଏହା ଏକ ଭିନ୍ନ ମାଧ୍ୟମ ଭାବେ ଏବେ ଖୁବ୍‌ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri