ବିପଦରେ ଭିତରକନିକାର ବନ୍ୟଜନ୍ତୁ

କେନ୍ଦ୍ରାପଡ଼ା ଅଫିସ, ୧୩ା୨:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଜାତୀୟ ଭିତରକନିକା ଅଞ୍ଚଳରୁ ମାସକ ମଧ୍ୟରେ ହରିଣ, ବାର୍‌ହା ଆଦି ଶିକାର କରୁଥିବା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ, ଦେଶୀ ବିଦେଶୀ ପ୍ରଜାତିର ପକ୍ଷୀ ଆଦି ଶିକାର କରି ବନ ବିଭାଗ ଦ୍ୱାରା ୪୦୦ରୁ ଅଧିକ ଶିକାରୀ ଧରା ପଡିଛନ୍ତି। ଏମାନେ ଗିରଫ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ପ୍ରମାଣିତ କରିବା ଓ ତାଙ୍କୁ ଦଣ୍ଡ ବିଧାନ କରିବା ବନ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହେଉନାହିଁ। ଫଳରେ ପ୍ରତିବର୍ଷ ୧୦ରୁ ୩୦ଟି ଶିକାର ଘଟଣାରେ ଅଭିଯୁକ୍ତ ଗିରଫ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ। ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ବିଭାଗୀୟ କାଗଜପତ୍ରରେ ସୀମିତ ରହିଥିବା ବେଳେ ଜାତୀୟ ଉଦ୍ୟାନର ଜୀବଜନ୍ତୁ ବିପଦରେ ଅଛନ୍ତି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସଂରକ୍ଷଣ ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ୨୦୧୫ରେ ୨ଜଣ ବ୍ୟକ୍ତି ୪ଟି ବଗ ମାରିବା ଅଭିଯୋଗରେ କିଛିଦିନ ପାଇଁ ଜେଲ ଯାଇଥିଲେ। ତେବେ ତଥ୍ୟ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୬ଜଣ ଅଭିଯୁକ୍ତ କୁମ୍ଭୀର ଓ ହରିଣ ମାରିଥିବା ଅଭିଯୋଗରେ ବନ ବିଭାଗ ଗିରଫ କରିଥିଲେ ମଧ୍ୟ ଏହି ଶିକାରୀ ଦୋଷମୁକ୍ତ ହୋଇଛନ୍ତି। ଅପରପକ୍ଷରେ ଶତାଧିକ ମାମଲା କୋର୍ଟରେ ଅଛି। ଏଗୁଡିକ ତୁରନ୍ତ ବିଚାର କରି ଦଣ୍ଡବିଧାନ କରାଗଲେ ଶିକାରୀ ଆଇନ ପ୍ରତି ସଚେତନ ହୋଇପାରନ୍ତେ। ଭିତରକନିକାରେ ଏବେ ୨୦୦ରୁ ଅଧିକ ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ଉପରେ ଏହି ଶିକାରୀଙ୍କ ନଜର ପଡିଛି। ପ୍ରତିବର୍ଷ ବାର୍‌ହା, ଠେକୁଆ, ହରିଣ ଆଦି ଶିକାର କରାଯାଉଥିବା ବେଳେ ସରୀସୃପ, କଇଁଛ, ଶାମୁକା, ନୀଳରକ୍ତ କଙ୍କଡା ଆଦିର ଚୋରା ଚାଲାଣ ବଢ଼ିଛି। ଏଠାରେ ବିଭିନ୍ନ ଉପାୟରେ ଶିକାର ଚାଲିଛି। ବାର୍‌ହା, ହରିଣ, ଠେକୁଆ ଆଦି ବନ୍ୟ ଜନ୍ତୁଙ୍କୁ ଧରିବା ପାଇଁ ଫାଶ ଓ ପୋଷା କୁକୁର ବ୍ୟବହାର ହେଉଛି। ପ୍ଲାଷ୍ଟିକ ରଶି ଅଥବା ବାଇକ୍‌ର କ୍ଲଚ୍‌ ଓୟାରକୁ ଫାଶ ଭାବେ ବ୍ୟବହାର କରାଯାଉଥିବା ବେଳେ ଶିକାରକୁ ଘଉଡାଇବା ପାଇଁ କୁକୁରଙ୍କୁ ଲଗାଯାଉଛି। ସେହିପରି ବିଭିନ୍ନ ପ୍ରାଣୀ, ପକ୍ଷୀଙ୍କ ପାଇଁ ଜାଲ ଓ ଯନ୍ତାର ସାହାରା ନିଆଯାଉଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଭିତରକନିକାରୁ କମିବା କାରଣରୁ ପ୍ରକୃତି ସନ୍ତୁଳିତ ହୋଇ ରହୁନାହିଁ। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଅଧିକ ଘଞ୍ଚ ହୋଇଥାଏ। ତେବେ ଏମାନଙ୍କ ସୁରକ୍ଷା ଦାୟିତ୍ୱ ବନ ବିଭାଗର କେବଳ କାଗଜପତ୍ରରେ ସୀମିତ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବନ୍ୟ ପ୍ରାଣୀ ଆଇନ ବିଶାରଦ ତଥା ଆଇନଜୀବୀ ସୁଶ୍ରୀ କୁମାରୀ ନାୟକ କହିଛନ୍ତି, ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଉପଯୁକ୍ତ ପ୍ରମାଣ ଆବଶ୍ୟକ। ମାମଲାର ଶୁଣାଣି ପାଇଁ ଅଧିକ ସମୟ ନିଆଯାଉଥିବାରୁ ଅଧିକାଂଶ ପ୍ରମାଣ ନଷ୍ଟ ହେଉଛି। ସେହିପରି ଫୋରେନସିକ ଟେଷ୍ଟ ରିପୋର୍ଟର ଅଭାବ, ସାକ୍ଷୀଙ୍କ ଅସହଯୋଗ ଶିକାରୀଙ୍କୁ ଦୋଷମୁକ୍ତ କରୁଛି। ବନ ବିଭାଗ ପକ୍ଷରୁ କେବେହେଲେ ଅଙ୍ଗୁଳି ଛାପ ନିଆଯାଉ ନ ଥିବାବେଳେ ଆର୍ମସ ଆକ୍ଟ ଲଗା ଯାଉନାହିଁ। ସେହିପରି ତଦନ୍ତ ଅଧିକାରୀଙ୍କ ବୟାନ ମାମଲାର ସୁପରିଚାଳନା ପାଇଁ ଅଧିକ ଗୁରୁତ୍ୱ ବହନ କରେ। ତେବେ ଏସବୁ ମାମଲାରେ ଡିଏଫ୍‌ଓଙ୍କୁ ସାମିଲ କରାଉଛି ବୋଲି ସେ ମତ ଦେଇଛନ୍ତି। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?