ଫେବୃୟାରୀରେ ୯୭୦୦ କୋଟି ଶେୟାର ବିକ୍ରି

ନୂଆଦିଲ୍ଲୀ,୧୩।୨: ବିଗତ କିଛିଦିନ ହେବ ଭୌଗୋଳିକ କାରଣରୁ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି, ଏପରି କି ଶେୟାର ବଜାରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଫଳରେ ଭାରତୀୟ ଶେୟାର ବଜାରରୁ କ୍ରମାଗତ ଭାବେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେହିଭଳି ଚଳିତବର୍ଷ ଫେବୃୟାରୀ ୨ୟ ସପ୍ତାହ ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ପ୍ରାୟ ୯୭୦୦ କୋଟି ଟଙ୍କାର ଶେୟାର ପ୍ରତ୍ୟାହାର କରିସାରିଛନ୍ତି। ଶେୟାର ବଜାରର ତଥ୍ୟ ଅନୁଯାୟୀ ୨୦୨୩ ଜାନୁୟାରୀରେ ମୋଟ ୨୮,୮୫୨ କୋଟିର ଏଫପିଆଇ ପ୍ରତ୍ୟାହାର ହୋଇଥିଲା। ଏପରି କି ଉକ୍ତ ପରିମାଣ ଗତ ୭ମାସରେ ସବୁଠୁ ଅଧିକ ପ୍ରତ୍ୟାହାର ଥିଲା।

ସେହିଭଳି ୨୦୨୩ ଫେବୃୟାରୀ ୧ ରୁ ୧୦ ମଧ୍ୟରେ ଭାରତୀୟ ଶେୟାର ବଜାରରୁ ପ୍ରାୟ ୯,୬୭୨ କୋଟି ଟଙ୍କା ପ୍ରତ୍ୟାହାର ହୋଇଛି। ଯେତେବେଳେ କି ବିଦେଶୀ ନିବେଶକ ୨୦୨୨ ଡିସେମ୍ବରରେ ୧୧,୧୧୯ କୋଟି ଟଙ୍କା ଏବଂ ୨୦୨୨ ନଭେମ୍ବରରେ ୩୬, ୨୩୮ କୋଟି ଟଙ୍କାର ନିବେଶ ଭାରତୀୟ ବଜାର କରିଥିଲେ। ଏ ସମ୍ପର୍କରେ କୋଟକ୍‌ ସିକ୍ୟୁରିଟିଜ୍‌ର ମୁଖ୍ୟ ଶ୍ରୀକାନ୍ତ ଚୌହାନ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ସୁଧ ହାରରେ ବୃଦ୍ଧି ଜାରି ରଖିବା ଦ୍ବାରା ଏଭଳି ହେଉଛି। ଏପରି କି ଆଗକୁ ମଧ୍ୟ ଏଫ୍‌ପିଆଇ ପ୍ରତ୍ୟାହାର ଜାରି ରହିବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତୀୟ ବଜାରରୁ କଢ଼ାଯାଇଥିବା ପୁଞ୍ଜି ତାଇଓ୍ବାନ, ଦକ୍ଷିଣ କୋରିଆ ଏବଂ ଜାପାନ ଭଳି ବଜାରରେ ଲଗାଯାଉଛି। ଚାଇନାରେ ଲକ୍‌ଡାଉନ୍‌ ହଟାଇବା ପରେ ପୁଣି ଥରେ ବିଦେଶୀ ନିବେଶକ ଆକର୍ଷିତ ହୋଇଛନ୍ତି। ଏପରି କି ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ୟ ବଜାର ତୁଳନାରେ ଭାରତୀୟ ଶେୟାର ମାର୍କେଟର ଉଚ୍ଚ ମୂଲ୍ୟାଙ୍କନକୁ ଦେଖି ବିଦେଶୀ ନିବେଶକମାନେ ଏହି ପ୍ରତ୍ୟାହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri