ଫେବୃୟାରୀରେ ୯୭୦୦ କୋଟି ଶେୟାର ବିକ୍ରି

ନୂଆଦିଲ୍ଲୀ,୧୩।୨: ବିଗତ କିଛିଦିନ ହେବ ଭୌଗୋଳିକ କାରଣରୁ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି, ଏପରି କି ଶେୟାର ବଜାରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଫଳରେ ଭାରତୀୟ ଶେୟାର ବଜାରରୁ କ୍ରମାଗତ ଭାବେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେହିଭଳି ଚଳିତବର୍ଷ ଫେବୃୟାରୀ ୨ୟ ସପ୍ତାହ ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ପ୍ରାୟ ୯୭୦୦ କୋଟି ଟଙ୍କାର ଶେୟାର ପ୍ରତ୍ୟାହାର କରିସାରିଛନ୍ତି। ଶେୟାର ବଜାରର ତଥ୍ୟ ଅନୁଯାୟୀ ୨୦୨୩ ଜାନୁୟାରୀରେ ମୋଟ ୨୮,୮୫୨ କୋଟିର ଏଫପିଆଇ ପ୍ରତ୍ୟାହାର ହୋଇଥିଲା। ଏପରି କି ଉକ୍ତ ପରିମାଣ ଗତ ୭ମାସରେ ସବୁଠୁ ଅଧିକ ପ୍ରତ୍ୟାହାର ଥିଲା।

ସେହିଭଳି ୨୦୨୩ ଫେବୃୟାରୀ ୧ ରୁ ୧୦ ମଧ୍ୟରେ ଭାରତୀୟ ଶେୟାର ବଜାରରୁ ପ୍ରାୟ ୯,୬୭୨ କୋଟି ଟଙ୍କା ପ୍ରତ୍ୟାହାର ହୋଇଛି। ଯେତେବେଳେ କି ବିଦେଶୀ ନିବେଶକ ୨୦୨୨ ଡିସେମ୍ବରରେ ୧୧,୧୧୯ କୋଟି ଟଙ୍କା ଏବଂ ୨୦୨୨ ନଭେମ୍ବରରେ ୩୬, ୨୩୮ କୋଟି ଟଙ୍କାର ନିବେଶ ଭାରତୀୟ ବଜାର କରିଥିଲେ। ଏ ସମ୍ପର୍କରେ କୋଟକ୍‌ ସିକ୍ୟୁରିଟିଜ୍‌ର ମୁଖ୍ୟ ଶ୍ରୀକାନ୍ତ ଚୌହାନ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ସୁଧ ହାରରେ ବୃଦ୍ଧି ଜାରି ରଖିବା ଦ୍ବାରା ଏଭଳି ହେଉଛି। ଏପରି କି ଆଗକୁ ମଧ୍ୟ ଏଫ୍‌ପିଆଇ ପ୍ରତ୍ୟାହାର ଜାରି ରହିବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତୀୟ ବଜାରରୁ କଢ଼ାଯାଇଥିବା ପୁଞ୍ଜି ତାଇଓ୍ବାନ, ଦକ୍ଷିଣ କୋରିଆ ଏବଂ ଜାପାନ ଭଳି ବଜାରରେ ଲଗାଯାଉଛି। ଚାଇନାରେ ଲକ୍‌ଡାଉନ୍‌ ହଟାଇବା ପରେ ପୁଣି ଥରେ ବିଦେଶୀ ନିବେଶକ ଆକର୍ଷିତ ହୋଇଛନ୍ତି। ଏପରି କି ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ୟ ବଜାର ତୁଳନାରେ ଭାରତୀୟ ଶେୟାର ମାର୍କେଟର ଉଚ୍ଚ ମୂଲ୍ୟାଙ୍କନକୁ ଦେଖି ବିଦେଶୀ ନିବେଶକମାନେ ଏହି ପ୍ରତ୍ୟାହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପିଏନ୍‌ବି ରକ୍ଷକ ପ୍ଲସ ସ୍କିମ୍‌’ର ନବୀକରଣ

ନୂଆଦିଲ୍ଲୀ,୨୩।୯:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଭାରତୀୟ ସେନା ସହ ହୋଇଥିବା ସ୍ବତନ୍ତ୍ର ବୀମା ସ୍କିମ୍‌ ‘ପିଏନ୍‌ବି ରକ୍ଷକ ପ୍ଲସ ସ୍କିମ୍‌’ର ବୁଝାମଣା ପତ୍ର (ଏମ୍‌ଓୟୁ)ର...

ନିଯୁକ୍ତି ସଙ୍କଟ ଚିନ୍ତାରେ ଯୁବବର୍ଗ

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତର -୨୩.୯%କୁ ଖସିଛି। ଲଗାତର ଭାବେ...

ଅଟୋ ଡିଲରଙ୍କ ଲାଗି ଏସ୍‌ବିଆଇର ପଦକ୍ଷେପ;ଋଣ ପୈଠ ଅବଧି ବଢାଇଲା

ନୂଆଦିଲ୍ଲୀ, ୧୯-୮: ଘରୋଇ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏଥିଯୋଗୁ ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ ଉତ୍ପାଦନ ବନ୍ଦ କରୁଥିବା ଦେଖାଯାଉଛି। ସେହିଭଳି ଆଉ...

୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି

ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ...

ଅର୍ଥନୀତିକୁ ନେଇ ଟୁଇଟରରେ ଅର୍ଥମନ୍ତ୍ରୀ-ବାୟୋକନ ମୁଖ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୨୦-୯: ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ବାୟୋକନ ଲିମିଟେଡ ମୁଖ୍ୟ କିରଣ ମଜୁମଦାର ସ’ ଗୁରୁବାର ଟୁଇଟରରେ ମୁହାଁମୁହିଁ ହୋଇଥିଲେ।...

ଜ୍ୟାକ୍‌ ମାଙ୍କ ଅଢ଼େଇ ଲକ୍ଷ କୋଟିର ଆଇପିଓ ଅଟକିଲା

ନୂଆଦିଲ୍ଲୀ: ଚାଇନାର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ ମା ୨.୫ ଲକ୍ଷ କୋଟି ମୂଲ୍ୟର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଆଣିବା ନେଇ ଯୋଜନା ରଖିଥିଲେ।...

ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ, ୫।୧୨: କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିରୋଧୀ ଦଳରେ ଥିବା ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…

ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ,...

Advertisement
Archives

Model This Week