ଖାଲି ପ୍ରଚାର

ଡ. ସନ୍ତୋଷ କୁମାର ମହାପାତ୍ର

ବର୍ତ୍ତମାନ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି ଯେ, ବହୁ କ୍ଷମତାଶାଳୀ ରାଜନୈତିକ ନେତା ବିଭିନ୍ନ ଉପାୟରେ ପ୍ରଚାରରେ ଲିପ୍ତ ରହୁଛନ୍ତି। ସେମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ଯାହା ସମୀଚୀନ ନୁହେଁ। ଅବହେଳିତ ଓ ଗରିବଙ୍କ କଥା କେବଳ ଭାଷଣରେ ରହିଯାଉଛି। ନିକଟରେ କେତୋଟି ପ୍ରସଙ୍ଗ ଆମକୁ ବ୍ୟଥିତ କରିଛି। ପ୍ରଥମଟି ହେଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜଣାଶୁଣା ଖବରଦାତା ଅଜୟ ସିଂଙ୍କ ନରେନ୍ଦ୍ର ମୋଦିଙ୍କ ସମ୍ପର୍କିତ ପୁସ୍ତକ ‘ ଦି ଆର୍କିଟେକ୍‌ ଅଫ୍‌ ବି ନିଉ ବିଜେପି’ ରିଲିଜ ଅବସରରେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ନେତା ଯିଏ ଲୋକଙ୍କ ଭାବନାକୁ ଜାଣିଛନ୍ତି। ସେ ଆହୁରି କହିଛନ୍ତି, ସାଙ୍ଗଠନିକ ଦକ୍ଷତା ଓ ଜନସାଧାରଣଙ୍କ ଅସୁବିଧା ବିଷୟରେ ବୁଝିବା ମୋଦିଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଛି। ଲୋକଙ୍କ ସହ ଜଡ଼ିତ ରହିଲେ ସଫଳତା ପାଦସ୍ପର୍ଶ କରିବ- ଏହା ହେଉଛି ମୋଦିଙ୍କ ପ୍ରକୃତ ଉଦ୍ଦେଶ୍ୟ। ନରେନ୍ଦ୍ର ମୋଦି ଲୋକମାନଙ୍କୁ ଜାଣିଛନ୍ତି, ଦେଶକୁ ବୁଝିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ରାଜନାଥ କହିଛନ୍ତି। ‘ସବ୍‌କା ସାଥ୍‌-ସବ୍‌କା ବିକାଶ, ସବ୍‌କା ବିଶ୍ୱାସ-ସବ୍‌କା ପ୍ରୟାସ’ ମନ୍ତ୍ର ସହିତ ମୋଦି ଆଗକୁ ବଢୁଛନ୍ତି।
ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ମହାତ୍ମା ଗାନ୍ଧୀ ଖାଲି ଜାତୀୟ ପିତା ନୁହନ୍ତି,ସେ ମଧ୍ୟ ବିଶ୍ୱର ପିତା। କାରଣ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସାରା ବିଶ୍ବରେ ଦେଖିବାକୁ ମିଳେ। ତାଙ୍କ ଚିନ୍ତାଧାରାକୁ ନେଇ ଆଜି ସାରା ବିଶ୍ବ ଏକ ପରିବାର ହୋଇ ଚଳୁଛି। ତାଙ୍କ ସହିତ କେହି ତୁଳନୀୟ ନୁହନ୍ତି। ତାଙ୍କ ସହିତ ନରେନ୍ଦ୍ର ମୋଦିଙ୍କୁ ଯୋଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସତରେ କ’ଣ ନରେନ୍ଦ୍ର ମୋଦି ଲୋକଙ୍କ ସହ ଜଡ଼ିତ ରହିଛନ୍ତି? ଯଦି ଏହା ଠିକ୍‌, ତେବେ ସେ କେବେ ଲୋକଙ୍କ ସମସ୍ୟା କଥା ନ କହି କାହିଁକି ସର୍ବଦା ସ୍ଲୋଗାନ ଦେଉଛନ୍ତି? କାହିଁକି ଅଣ ଭାଜପା ଶାସିତ ରାଜ୍ୟ ସରକାରକୁ ପ୍ରଧାନମନ୍ତ୍ରୀ ଭାବେ ଉତ୍ସାହିତ କରିବା ପରିବର୍ତ୍ତେ ସେହି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରୁଛନ୍ତି? ବର୍ତ୍ତମାନ ପରି ଆଗରୁ ଦାରିଦ୍ର୍ୟ, କ୍ଷୁଧା , ବେକାରି ଓ ବୈଷମ୍ୟ ଆଦି ସମସ୍ୟା ଥିଲା। କିନ୍ତୁ ସରକାର ଏହି ସମସ୍ୟାକୁ ଆଖି ବୁଜିଦେଉ ନ ଥିଲେ। ଖାଲି ସ୍ଲୋଗାନ ଦେଉ ନ ଥିଲେ କି ଉଗ୍ର ପ୍ରଚାରରେ ଲିପ୍ତ ରହୁ ନ ଥିଲେ।
ଦ୍ୱିତୀୟ ଘଟଣାଟି ହେଲା ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦଳୀୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ତେଲଙ୍ଗାନା ଗସ୍ତକରି, କାମାରେଡି ଜିଲା ପରିଦର୍ଶନ କରି ବିରକୁର ଗାଁର ଏକ ରାଶନ ଦୋକାନରେ ଅଟକି ରହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ, ଯାହା ଅଧୀନରେ ପ୍ରତ୍ୟେକ ପରିବାର ୫ କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। ଯାଞ୍ଚ ସମୟରେ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ଫ୍ଲେକ୍ସ ବୋର୍ଡ ନ ଥିବାରୁ କାମାରେଡି ଜିଲାପାଳ ଜିତେଶ ପଟେଲଙ୍କ ଉପରେ କ୍ରୋଧିତ ହୋଇଥିଲେ ଏବଂ କେନ୍ଦ୍ରୀୟ ଯୋଜନା ଅଧୀନରେ ଚାଉଳ ଯୋଗାଇ ଦିଆଯାଉଥିବା ପ୍ରତ୍ୟେକ ରାଶନ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ଫ୍ଲେକ୍ସ ବୋର୍ଡ ଲଗାଇବା ବାଧ୍ୟତାମୂଳକ ବୋଲି କହିଥିଲେ। ଏହାଠାରୁ ଦୁଃଖର ବିଷୟ କ’ଣ ହୋଇପାରେ? ଅନେକ ସମୟରେ ମୋଦି ପଇସା ବା କେନ୍ଦ୍ର ଦେଉଛି ବୋଲି ଭାଜପା ନେତୃତ୍ୱ କହିଥାନ୍ତି।
ବାସ୍ତବରେ କେନ୍ଦ୍ର ହେଉ ବା ରାଜ୍ୟ ସେମାନେ ଯେଉଁ ବ୍ୟୟ କରୁଛନ୍ତି କିମ୍ବା ଯୋଜନା କରୁଛନ୍ତି ତାହା ଆମ ପରି ଟିକସଦାତାଙ୍କ ଅର୍ଥରେ କରାଯାଉଛି।
ଏଣୁ କେନ୍ଦ୍ର ବା ରାଜ୍ୟ ସରକାର ଶ୍ରେୟ ନେବା ପାଇଁ ଚେଷ୍ଟା କରିବା ଠିକ୍‌ ନୁହେଁ। ସଫଳତା ସହିତ କୌଣସି ପୁରସ୍କାରକୁ ଯୋଡ଼ିବା ମଧ୍ୟ ଠିକ୍‌ ନୁହେଁ।
ଅନେକ ସମୟରେ କେନ୍ଦ୍ରର ଶାସକ ଶ୍ରେଣୀ କହିଥାନ୍ତି, କେନ୍ଦ୍ର ଏତେ ରାଜ୍ୟକୁ ଦେଉଛି। କିନ୍ତୁ ସେମାନେ କହନ୍ତି ନାହିଁ ଯେ, କେନ୍ଦ୍ର ରାଜ୍ୟବାସୀଙ୍କଠାରୁ ଯେଉଁ ଟିକସ ଆଦାୟ କରୁଛି , ସେଥିରୁ ହିଁ ଦେଉଛି। ବାସ୍ତବରେ କେନ୍ଦ୍ର ଦୟାକରି ଦେଇ ନ ଥାଏ , ବରଂ ଏହା ରାଜ୍ୟଗୁଡ଼ିକର ଅଧିକାର। କାରଣ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ରାଜ୍ୟ ସରକାର କରିଥାନ୍ତି। କିନ୍ତୁ ଟିକସ ଆଦାୟ କରିବାର ଉତ୍ସ ରାଜ୍ୟ ସରକାରଙ୍କ ନିକଟରେ ସୀମିତ। ପଞ୍ଚଦଶ ଅର୍ଥ ଆୟୋଗ ଅନୁଯାୟୀ, ରାଜ୍ୟଗୁଡିକ ୬୨% ରୁ ଅଧିକ ଖର୍ଚ୍ଚ ଦାୟିତ୍ୱ ବହନ କଲାବେଳେ ରାଜସ୍ବ ଆଦାୟ କରିବାର କ୍ଷମତା ମାତ୍ର ୩୭%। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ହାତରେ ରାଜସ୍ବ ସଂଗ୍ରହ କ୍ଷମତାର ୬୩% ଥିଲାବେଳେ ମାତ୍ର ୩୮% ଖର୍ଚ୍ଚ ବହନ କରିଥାନ୍ତି। ଏଣୁ ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ରାଜ୍ୟଗୁଡ଼ିକୁ ପାଣ୍ଠି ହସ୍ତାନ୍ତର କରିଥାଏ। କୌଣସି ଦୟା ଦେଖାଇ ଦେଇ ନ ଥାଏ।
ତୃତୀୟ ଘଟଣାଟି ହେଲା ଓଡ଼ିଶାର ୬ ଜଣ କେନ୍ଦ୍ରରେ ବିଶିଷ୍ଟ ପଦପଦବୀରେ ଥିବାରୁ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଉଛି ଏବଂ ଓଡ଼ିଶାରେ ଅଚ୍ଛେଦିନ୍‌ ବା ଭଲ ଦିନ ଆସିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏହା ଭଲ କଥା। ଜଣେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବା ବ୍ୟକ୍ତିଗତ ସଫଳତା, କିନ୍ତୁ ଦେଶ ବା ରାଜ୍ୟ ଅବା ଗରିବଙ୍କ ପାଇଁ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ। ଜଣେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲା ବେଳକୁ ଯେଉଁ ପ୍ରକ୍ରିୟା ଦେଇ ଯାଇଥାଏ, ଯେଉଁ ରାଜନୈତିକ ଦଳ ବା ଲୋକମାନଙ୍କ ଦ୍ୱାରା ଉପକୃତ ହୋଇଥାଏ , କ୍ଷମତା ବା ପଦବୀରେ ଅଧିଷ୍ଠିତ ହେଲେ ସେମାନଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ। ଏହା ସତ୍ତ୍ୱେ ତାଙ୍କ ଦ୍ୱାରା ଓଡ଼ିଶା ଏବଂ ଓଡ଼ିଶାବାସୀ ଯଦି ଉପକୃତ ହେବେ, ଓଡ଼ିଶାର ବିକାଶରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ, ତେବେ ଓଡ଼ିଶାବାସୀ ଗର୍ବ କରିବେ। ପୁନଶ୍ଚ ସେମାନେ ଗରିବ ସପକ୍ଷବାଦୀ ନୀତି ସପକ୍ଷରେ କାର୍ଯ୍ୟ କରୁଛନ୍ତି ବା ପରାମର୍ଶ ଦେଉଛନ୍ତି ନା କେନ୍ଦ୍ରର ଧନୀ, ଶିଳ୍ପପତି ସପକ୍ଷବାଦୀ ନୀତିରେ ହଁ ମାରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ।
କିପରି ଜଣେ ନିଜର ଦାୟିତ୍ୱ ସମ୍ପନ୍ନ କରିବ, ସେ ସମ୍ପର୍କରେ ଗାନ୍ଧିଜୀଙ୍କ ଟାଲିସମ୍ୟାନ କଥା ପ୍ରଣିଧାନଯୋଗ୍ୟ। ଗାନ୍ଧିଜୀ କହିଥିଲେ-”ମୁଁ ଆପଣଙ୍କୁ ଏକ ଟାଲିସମ୍ୟାନ /ମନ୍ତ୍ର / ମୁଦି ଦେବି। ଯେତେବେଳେ ଆପଣ ସନ୍ଦେହରେ ପଡ଼ିଛନ୍ତି ବା ନିଜ ସମସ୍ୟା ଆପଣଙ୍କୁ ବେଶି ଘାରୁଛି, ସେତେବେଳେ ନିମ୍ନଲିଖିତ କଥା ପ୍ରୟୋଗ କରନ୍ତୁ।“ ଆପଣ ଦେଖିଥିବା ସବୁଠାରୁ ଗରିବ ଏବଂ ଦୁର୍ବଳ ପୁରୁଷ [ସ୍ତ୍ରୀ]ଙ୍କ ଚେହେରାକୁ ମନେପକାନ୍ତୁ ଏବଂ ନିଜକୁ ପଚାରନ୍ତୁ । ଆପଣ ଯେଉଁ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି ତାହା ସେହି ଲୋକ ପାଇଁ ଉପଯୋଗୀ ହେବ କି ଏବଂ ସେ କିଛି ଲାଭବାନ୍‌ ହେବ କି? ଏହା ତାଙ୍କୁ ନିଜ ଜୀବନ ଏବଂ ଭାଗ୍ୟ ଉପରେ ନିୟନ୍ତ୍ରଣକୁ ଫେରାଇ ଆଣିବ କି? ଏଣୁ ଗାନ୍ଧିଜୀଙ୍କ ଉକ୍ତ କଥା ଯିଏ ପାଳନ କରିବ ସେ କେବେ ପ୍ରଚାର ଓ ସ୍ଳୋଗାନକୁ ପ୍ରାଧାନ୍ୟ ଦେବେ ନାହିଁ। ଏପରି ନୀତି ପ୍ରଣୟନ କରିବେ ନାହିଁ ଯେଉଁଥିରେ ଆଦାନୀ, ଅମ୍ବାନୀଙ୍କ ଭଳି କିଛି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ସମ୍ପଦ ହୁ ହୁ ହୋଇ ବଢ଼ିବ ଓ ଗରିବଙ୍କ ସ୍ବର କ୍ଷୀଣ ହେବ।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?