Posted inଜାତୀୟ

ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ଉପରୁ ସୀମା ହଟିବ

ମୁମ୍ବାଇ, ୪ା୧୨:ନିଯୁକ୍ତି ଭିତ୍ତିକ ଗ୍ରୀନ୍‌କାର୍ଡ ଉପରେ ଥିବା ଦେଶର ସୀମା ହଟାଇବା ପାଇଁ ବୁଧବାର ଆମେରିକା ସିନେଟ୍‌ରେ ଏକ ବିଲ୍‌ ଗୃହୀତ ହୋଇଛି। ଉଚ୍ଚ କୁଶଳୀ ପ୍ରବାସୀ ଆଇନର ସ୍ବଚ୍ଛତା ପାଇଁ ଅଣାଯାଇଥିବା ଏହି ବିଲ୍‌ (ଏସ୍‌.୩୮୬ ବିଲ୍‌) ହଜାର ହଜାର ଭାରତୀୟଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ଦୀର୍ଘଦଶନ୍ଧି ଧରି ସେମାନେ ଗ୍ରୀନ୍‌କାର୍ଡ ବ୍ୟାକ୍‌ଲଗ୍‌ରେ ଥିଲେ। ସମ୍ପ୍ରତି ଆମେରିକା ବାର୍ଷିକ ଇସ୍ୟୁ କରୁଥିବା ୧,୪୦,୦୦୦ ଗ୍ରୀନ୍‌ କାର୍ଡରେ ଦେଶର ସର୍ବାଧିକ ସୀମା ୭ ପ୍ରତିଶତ ରହିଛି। ଆମେରିକା ନାଗରିକତ୍ୱ ଓ ଇମିଗ୍ରେଶନ ସେବା (ୟୁଏସ୍‌ସିଆଇଏସ୍‌) ତଥ୍ୟ ଅନୁଯାୟୀ ଗତ ଏପ୍ରିଲ ସୁଦ୍ଧା ୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ନିଯୁକ୍ତିଭିତ୍ତିକ ଇମିଗ୍ରାଣ୍ଟ ଭିଜା (ଗ୍ରୀନ୍‌କାର୍ଡ) ଅପେକ୍ଷାରେ ଥିଲେ। ଏଥିସହିତ ପରିବାର ଭିତ୍ତିକ ଇମିଗ୍ରାଣ୍ଟ ଭିଜା ଦେଶପ୍ରତି ସୀମା ୭ ପ୍ରତିଶତ ଥିଲାବେଳେ ଏହାକୁ ନିର୍ଦ୍ଦିଷ୍ଟ ବର୍ଷରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଫଳରେ ଆମେରିକା ଶ୍ରମଶକ୍ତିରେ ଡାକ୍ତର, ସଫ୍ଟଓ୍ବେର ଡେଭେଲପର ଓ ଅନ୍ୟ ଉଚ୍ଚ କୁଶଳୀ କର୍ମଚାରୀ ଆଦି ଜରୁରୀ ଆବଶ୍ୟକତା ପୂରଣ କରୁଥିବା ହଜାର ହଜାର ପରିଶ୍ରମୀ ପ୍ରବାସୀଙ୍କୁ ଆଇନଗତ ସ୍ବୀକୃତି ମିଳିପାରିବ ବୋଲି ସିନେଟର କେଭିନ୍‌ କ୍ରାମର କହିଛନ୍ତି। ଏହି ବିଲ୍‌ ପୂର୍ବରୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?