Posted inଜାତୀୟ

ଅପରାଧୀ ବିକିପାରନ୍ତି ନକଲି ଟିକା

ନୂଆଦିଲ୍ଲୀ,୪ା୧୨(ପି.ଟି.):ସାରା ବିଶ୍ୱରେ କୋଭିଡ୍‌ ଟିକା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ ପାଇଛି, ଏହାର ଫାଇଦା ନେବାକୁ ସଂଗଠିତ ଅପରାଧ ନେଟ୍‌ଓ୍ବର୍କଗୁଡ଼ିକ ଉଦ୍ୟମ କରିପାରନ୍ତି। ସେମାନେ ନକଲି କୋଭିଡ୍‌ ଟିକା ଦୋକାନ ମାଧ୍ୟମରେ କିମ୍ବା ଇଣ୍ଟରନେଟ୍‌ରେ ବିକ୍ରି କରିପାରନ୍ତି ବୋଲି ଇଣ୍ଟରପୋଲ୍‌ ବିଭିନ୍ନ ଦେଶର ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ସତର୍କ କରାଇଦେଇଛି। ଏନେଇ ଇଣ୍ଟରପୋଲ ଏହାର ସମସ୍ତ ୧୯୪ ସଦସ୍ୟ ରାଷ୍ଟ୍ରକୁ ଅରେଞ୍ଜ ନୋଟିସ ଜାରି କରିଛି।
କୋଭିଡ୍‌-୧୯ ଓ ଫ୍ଲୁ ଭାକ୍ସିନ୍‌ର ଜାଲିଆତି, ଚୋରି ଓ ବେଆଇନ ବିଜ୍ଞାପନ ଭଳି ଆପରାଧିକ କାର୍ଯ୍ୟକୁ ରୋକିବା ଲାଗି ପ୍ରସ୍ତୁତ ରହିବାକୁ ଇଣ୍ଟରନ୍ୟାଶନାଲ ପୋଲିସ କୋଅପରେଶନ ସଂସ୍ଥା ସତର୍କ କରାଇଦେଇଛି। ଏପରିକି ବ୍ୟକ୍ତିବିଶେଷ ମଧ୍ୟ ଜାଲ୍‌ ଟିକାର ବିଜ୍ଞାପନ ଦେବା ସହ ବିକ୍ରି କରିପାରନ୍ତି। ଏଭଳି ଜାଲ୍‌ ଟିକା ଜନସାଧାରଣଙ୍କ ନିରାପତ୍ତା ପ୍ରତି ସାଂଘାତିକ ବିପଦ ଡାକିଆଣିବ। ଏନେଇ ସିବିଆଇକୁ ଇଣ୍ଟରପୋଲ୍‌ ସହ ସମନ୍ବୟ ରଖିବା ଲାଗି କୁହାଯାଇଛି।
ଆମେରିକାକୁ ପଛରେ ପକାଇ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିବା ପରେ ଇଣ୍ଟରପୋଲ ଏଭଳି ସତର୍କ ସୂଚନା ଜାରି କରିଛି। ଯୋଗାଣ ଶୃଙ୍ଖଳର ନିରାପତ୍ତା ନିଶ୍ଚିତ କରିବା ସହ ଜାଲ୍‌ ସାମଗ୍ରୀ ବିକ୍ରି କରୁଥିବା ବେଆଇନ ଓ୍ବେବ୍‌ସାଇଟଗୁଡ଼ିକୁ ଚିହ୍ନଟ କରିବା ଲାଗି ପୋଲିସ ସଂଗଠନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସେହିପରି ଅପରାଧ ନେଟ୍‌ଓ୍ବର୍କଗୁଡ଼ିକ ଜାଲ୍‌ ଓ୍ବେବ୍‌ସାଇଟ ଓ ମିଥ୍ୟା ଚିକତ୍ସା ଜରିଆରେ ସନ୍ଦେହ କରାଯାଉ ନ ଥିବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିପାରନ୍ତି, ଯାହା ସେମାନଙ୍କ ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ଗୁରୁତର ବିପଦ ଆଣିବା ଆଶଙ୍କା ରହିଛି ବୋଲି ଇଣ୍ଟରପୋଲ ମହାସଚିବ ଜୁର୍‌ଗେନ୍‌ ଷ୍ଟକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?