ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇପାରିବେନି କର୍ମଚାରୀ

କଟକ ଅଫିସ୍‌,୩୦।୫: କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇବା ଏବଂ ବଦଳି ହେବାକୁ ନ ଚାହିଁବାର ଆଇନଗତ କିମ୍ବା ବୈଧାନିକ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ। ପଦୋନ୍ନତି ପାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହେବାକୁ ଚାହୁଁ ନ ଥିବା ଜଣେ ସହକାରୀ ଶିକ୍ଷକଙ୍କ ଆବେଦନକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ରିଟ୍‌ ପିଟିଶନ ଖାରଜ କରିବା ଅବସରରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ ଲେଫ୍ରିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କର ପ୍ରଧାନଶିକ୍ଷକ ଭାବେ ଅନ୍ୟତ୍ର ବଦଳି ହୋଇଥିଲା। ଉକ୍ତ ସ୍ଥାନ ତାଙ୍କ ଘରଠାରୁ ୧୪୦ କିଲୋମିଟର ଦୂର। ତାଙ୍କର ଜଟିଳ ଆଣ୍ଠୁଗଣ୍ଠି ରୋଗ ଥିବାରୁ ଏତେଦୂର ଯାଇପାରିବେ ନାହିଁ କହି ପଦୋନ୍ନତି ବାତିଲ କରି ତାଙ୍କୁ ପୂର୍ବ ସ୍ଥାନରେ ରଖିବା ଲାଗି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଶିକ୍ଷା ବିଭାଗ ଖାରଜ କରିଦେବା ପରେ ନିକଟସ୍ଥ କୌଣସି ସ୍କୁଲ୍‌ରେ ଅବସ୍ଥାପିତ କରିବା ଲାଗି ସେ ପୁନଃ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ସେହି ସମୟର ଖାଲିସ୍ଥାନ ଉପଲବ୍ଧ ଥିବା ଲାଠିକଟାର ଦେଓକରନ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି। ସେ ନିଜ ଇଚ୍ଛାରେ ପଦୋନ୍ନତିକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇ ନିଯୁକ୍ତି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ଅବମାନନା କରିଛନ୍ତି। ସେ ଏହାକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଣ୍ଠ ବେଳାଭୂମିରେ ୩ ଡଲ୍‌ଫିନ୍‌ଙ୍କ ମୃତଦେହ: କାରଣ ଅସ୍ପଷ୍ଟ

ରାଜନଗର,୧୪।୧୨(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଶନିବାର ୩ଟି ଡଲ୍‌ଫିନ୍‌ର ମୃତଦେହ ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ...

ସ୍ମିତାରାଣୀଙ୍କ ହତ୍ୟା ଲୁଚାଇବାକୁ ଷଡ଼ଯନ୍ତ୍ର: ନରସିଂହ

ଭୁବନେଶ୍ୱର, ୨୧।୧୧ (ବ୍ୟୁରୋ): ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ...

ବୈତରଣୀ ବ୍ରିଜ୍‌ରୁ ଡେଇଁ ଯୁବତୀ ନିଖୋଜ, ପାଓ୍ବାର ବୋଟ୍‌ ଯୋଗେ ଚାଲିଛି ଖୋଜା

ଚାନ୍ଦବାଲି,୧୪।୪(ଡି.ଏନ୍‌.ଏ.): ବୈତରଣୀର ସୁଇସାଇଡ୍‌ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ନିଖୋଜ ଅଛନ୍ତି । ବ୍ରିଜ ଉପରୁ ୫୦...

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର...

ତହସିଲ କାର୍ଯ୍ୟାଳୟ ଘେରିଲେ ଫନୀ ସହାୟତାରୁ ବଞ୍ଚିତ ଚାଷୀ

ତିହିଡ଼ି,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କାଁପଡ଼ା ପଞ୍ଚାୟତର ଫନୀ କ୍ଷତିଗ୍ରସ୍ତ ଚାଷୀମାନେ ସୋମବାର ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରଶାସନ ପକ୍ଷରୁ...

ଋଷିକୂଲ୍ୟା କଂସାରୀଗଣ୍ଡରେ ବ୍ୟାରେଜ ର୍ନିମାଣ ନେଇ ୫ଟି ସଚିବଙ୍କୁ ଅନୁରୋଧ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ ନେଇ ଶୁକ୍ରବାର ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସ୍ଥାନୀୟ ଜନପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି।...

ଫାଣ୍ଡି ନିକଟରେ ଚୋରା କୋଇଲା ଡିପୋ

ପରଜଙ୍ଗ, ୧୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଅଞ୍ଚଳରେ ବେଆଇନ ଚୋରା କୋଇଲା ଡିପୋ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସ ଫାଣ୍ଡିଠାରୁ ଅନତି ଦୂରରେ ଏଭଳି...

ସିଏଏକୁ ନେଇ ପଶ୍ଚିମବଙ୍ଗ ଅଶାନ୍ତ: ହାଓଡା-ଓଡ଼ିଶା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଏସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଓଡ଼ିଶା- ହାଓଡା ମଧ୍ୟରେ ରେଳ ଚଳାଚଳ ବ୍ୟାହାତ ହୋଇଛି। ବିଶେଷକରି...

Advertisement
Archives

Model This Week