୫-ଜି ସ୍ପେକ୍ଟ୍ରମ୍‌ ନିଲାମ ନେଇ କାର୍ଯ୍ୟ ଆରମ୍ଭ, ଚଳିତ ବର୍ଷ ମିଳିପାରେ ସେବା…

ନୂଆଦିଲ୍ଲୀ, ୩୦।୫ : ଦେଶରେ ୫-ଜି ସ୍ପେକ୍ଟ୍ରମର ନିଲାମ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ସେବା ଚଳିତ ବର୍ଷ ଆରମ୍ଭ ହୋଇପାରିବାର ଆଶା ରହିଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ମାଧ୍ୟମରେ ବହୁ ସଂଖ୍ୟକ ଚାକିରି ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

୨୦୨୫ ସୁଦ୍ଧା, ୫-ଜି ଟେକ୍ନୋଲୋଜି ପାଇଁ ୨.୨ କୋଟି ଦକ୍ଷ କର୍ମଚାରୀ ଆବଶ୍ୟକ ହେବେ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ସେବା ଦେଶରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ତ୍ୱରାନ୍ବିତ କରିବାରେ, ଶାସନକୁ ସୁଦୃଢ଼ କରିବାରେ ତଥା ଜୀବନକୁ ସହଜ କରିବାରେ ସାହାଯ୍ୟ କରିବ ଏବଂ ବ୍ୟବସାୟରେ ମଧ୍ୟ ସହାୟତା ଯୋଗାଇ ଦେବ।

୨୦୨୨ ସୁଦ୍ଧା ଭାରତ ୨୫ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବରରେ ପହଞ୍ଚିବାକୁ ଯୋଜନା କରୁଛି। ଇଣ୍ଡିଆ ବ୍ରାଣ୍ଡ ଇକ୍ୱିଟି ଫାଉଣ୍ଡେସନ ଅନୁଯାୟୀ, ୨୦୨୬ ସୁଦ୍ଧା ଭାରତରେ ୩୫ କୋଟି ୫-ଜି ଗ୍ରାହକ ସୃଷ୍ଟି ହୋଇପାରିବେ, ଯାହା ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟାର ୨୭ ପ୍ରତିଶତ ହେବ।

ଟେଲିକମ ସଚିବ କେ ରାଜାରାମନ କିଛି ଦିନ ପୂର୍ବରୁ କହିଥିଲେ ଯେ ନେଟ ଠାରୁ ସ୍ପେସ ଯୋଗାଯୋଗ ଏବଂ ୫-ଜି ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ପର୍ଯ୍ୟନ୍ତ ଭାରତରେ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବ। ସେହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହେବ, ଯାହାକି ଏପର୍ଯ୍ୟନ୍ତ ଏହି କ୍ଷେତ୍ରରେ ବହୁତ କମ ରହିଛି। ଶୀଘ୍ର ଆମେ ନୀତି ପ୍ରତିବନ୍ଧକ ହଟାଇବାକୁ ପ୍ରୟାସ କରୁଛୁ।

ଟେଲିକମ ସେକ୍ଟର ସ୍କିଲ କାଉନସିଲ କହିଛି ଯେ ୫-ଜି, କ୍ଲାଉଡ କମ୍ପ୍ୟୁଟିଂ, ଆଟିଫିସିଆଲ ଇଣ୍ଟେଲିଜେନ୍ସ, ବୃହତ୍‌ ଡାଟା ଆନାଲିସିସ ଭଳି ନୂତନ ଟେକ୍ନୋଲୋଜି କ୍ଷେତ୍ରରେ ୧.୫ ଲକ୍ଷରୁ ଅଧିକ ପ୍ରଫେସନାଲଙ୍କ ଚାହିଦା ରହିଛି। ଏହି କ୍ଷେତ୍ରର ଚାହିଦା ଏବଂ ଯୋଗାଣ ମଧ୍ୟରେ ୨୮ ପ୍ରତିଶତ ବ୍ୟବଧାନ ଅଛି, ଯାହା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇବ। ପରିଷଦ ପକ୍ଷରୁ ୫-ଜି ସେବା ପାଇଁ ୩ ବର୍ଷରେ ଏକ ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନ କରାଯିବାର ଳକ୍ଷ୍ୟ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri