ରେଭେନ୍‌ଶାରେ ମୃତ୍ତିକାବିହୀନ ଫୁଲଚାଷ

କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍‌ ଜାଗାରେ କିଭଳି ଅଧିକ ଉତ୍ପାଦନ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ମାଟି ବ୍ୟବହାର କରା ନ ଯାଇ ହାଇଡ୍ରୋପୋନିକ୍‌ ପ୍ରଣାଳୀରେ କିଭଳି ଫୁଲ, ଫଳ ଓ ପନିପରିବା ଚାଷ କରାଯାଇପାରିବ ସେନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଗବେଷଣା କରାଯାଉଛି। ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଥିବା ସବୁଜ ଘର ଭିତରେ ଗେଣ୍ଡୁ, ରଜନୀଗନ୍ଧା, ଜାରବେରା, ପିଟୁନିଆ ଆଦି ଫୁଲ ହାଇଡ୍ରୋପୋନିକ୍‌ ପ୍ରଣାଳୀରେ ଚାଷ କରାଯାଉଛି। ଏଠାରେ ବିନା ମାଟିରେ ଲାଗିଥିବା ଗଛ କେବଳ ପାଣିରେ ବଞ୍ଚିଛି। ଚାରା ମୂଳରେ ନଡ଼ିଆ କତାଗୁଣ୍ଡ ଦେଇ ଏହାକୁ ଏକ ଷ୍ଟାଣ୍ଡ ସାହାଯ୍ୟରେ ପାଣିରେ ରଖାଯାଇଛି। ଗଛ ବଢ଼ିଲେ ଏହାର ଚେର ପାଣିରେ ବଢ଼ିଥାଏ। ବିଶ୍ୱବିଦ୍ୟାଳୟର ୨୫୦ ସ୍କୋୟାର ଫୁଟ ଜାଗାରେ ଏହି ପ୍ରଣାଳୀରେ ୪୦୦ରୁ ଊର୍ଦ୍ଧ୍ୱ ଫୁଲଗଛ ଲାଗିଛି ା ଏ ସମ୍ପର୍କରେ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁ କହିଛନ୍ତି, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା ହାଇଡ୍ରୋପୋନିକ ପ୍ରଣାଳୀର ଏହା ଅଂଶବିଶେଷ। ମାଟିରୁ ମିଳୁଥିବା ପୁଷ୍ଟିସାର କୃତ୍ରିମ ଉପାୟରେ ପାଣି ମାଧ୍ୟମରେ ଏହି ଗଛଗୁଡ଼ିକ ପାଖରେ ପହଞ୍ଚାଯାଉଛି। ଗଛ ବଞ୍ଚିବା ପାଇଁ ଆବଶ୍ୟକ କରୁଥିବା ପିଏଚ୍‌, ଟିଡିଏସ୍‌, ଇସି ସ୍ତରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଉଛି। ଏହାଛଡ଼ା ସବୁଜ ଘରର ତାପ ଓ ବାୟୁର ଆର୍ଦ୍ରତା ନିୟନ୍ତ୍ରଣ କରାଯାଇଛି। ଏଥିଯୋଗୁ ଅଧିକ ଉତ୍ପାଦନ ହେଉଛି। ଏହି ପ୍ରଣାଳୀରେ ଫୁଲ ବ୍ୟତୀତ ଫଳ ଓ ପରିବା ଚାଷ ମଧ୍ୟ କରାଯାଇପାରିବ। ହେଲେ ଏଥିରେ ଖର୍ଚ୍ଚ ପରିମାଣ ଅଧିକ ରହୁଥିବାରୁ ଆମ ରାଜ୍ୟର ଚାଷୀମାନେ ଏପରି ଚାଷ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ବିକଶିତ ଦେଶଗୁଡ଼ିକରେ ଚାଷୀମାନେ ଏଭଳି ପ୍ରଣାଳୀରେ ଚାଷ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦି ଓଡ଼ିଶାରେ ସରକାରୀ ସହାୟତା ଏବଂ ଅଧିକ ପ୍ରୋତ୍ସାହନ ମିଳେ ତା’ହେଲେ ଭାଗଚାଷୀ ଓ ଭୂମିହୀନ ଚାଷୀ ଏଭଳି ପଦ୍ଧତିରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏହା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?