କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ଚାଷୀ ସଂଘଗୁଡ଼ିକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କୌଣସି ଚାଷୀ ଠକେଇର ଶିକାର ହୁଅନ୍ତି ତେବେ ଲିଖିତ ଭାବେ ମୋତେ ଜଣାଇବାକୁ ଉପଜିଲାପାଳ ଚାଷୀମାନଙ୍କୁ ଆହ୍ବାନ କରିଛନ୍ତି। ଅଭିଯୋଗ ପାଇଲା ପରେ ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷେ ଚାଷୀମାନେ କହିଛନ୍ତି ଯେ, ଜିଲା ଅନ୍ୟ ଅଞ୍ଚଳରେ କ୍ୱିଣ୍ଟାଲ ପିଛା ୫ କେଜି କଟନି ଛଟଣି ନାମରେ କଟାଯାଉନାହିଁ। ଏଥିସହ ଅଖା ପାଇଁ ମଧ୍ୟ ୭୦୦ ଗ୍ରାମ କଟାଯାଉନାହିଁ। କିନ୍ତୁ ଘୁମୁସର ଅଞ୍ଚଳରେ ଏହି ସମସ୍ୟା ଅଧିକ। ମିଲରମାନେ ସୋସାଇଟି ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ହାତ କରି ସେମାନେ ଚାଷୀଙ୍କୁ ଠକୁଛନ୍ତି । ଏଥିସହ ଚାଷୀମାନେ ମଣ୍ଡିରେ ଧାନ ଦେବା ବ୍ୟବସ୍ଥା ଥିବା ବେଳେ କର୍ମଚାରୀମାନେ ମିଲକୁ ସିଧା ନେବା ପାଇଁ ବାଧ୍ୟ କରୁଛନ୍ତି। ଏଥିରେ ଯଦି କୌଣସି ଚାଷୀ ଅବହେଳା କରନ୍ତି ତେବେ ସଂପୃକ୍ତ ଚାଷୀଙ୍କୁ ବିଭିନ୍ନ ପ୍ରକାର ହଇରାଣ କରାଯାଉଛି ବୋଲି ଚାଷୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏଥିସହ ଅଭାବୀ ଧାନ ବିକ୍ରି ବନ୍ଦ, କର୍ମଚାରୀ, ମିଲର ମଧ୍ୟରେ ଅସାଧୁ ମେଣ୍ଟକୁ ରୋକାଯାଉ, ଘୁମୁସର ଚାଷୀଙ୍କୁ ଶୋଷଣ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ପଞ୍ଜୀକୃତ ଚାଷୀଙ୍କୁ ଟୋକନ ତୁରନ୍ତ ଦିଆଯାଉ। ବେନିୟମ କାର୍ଯ୍ୟରେ ଜଡ଼ିତ ଥିବା ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନୃସିଂହ ନାଥ କୃଷକ ସଂଗଠନ ବେଲଗୁଣ୍ଠା ଶାଖା ପକ୍ଷରୁ ଆଜି ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଭାପତି ପ୍ରସନ୍ନ କୁମାର ବିଶାଳ, ସମ୍ପାଦକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଉପସଭାପତି ସାନୁଜ କୁମାର ସ୍ବାଇଁ, କୋଷାଧ୍ୟକ୍ଷ ଗୌରହରି ଗୌଡ଼, ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ, ମହେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ଧାନର ଇନପୁଟ୍‌ ସହାୟତା ରାଶି ୮୦୦ ଟଙ୍କା ବୃଦ୍ଧି କରିଥିଲେ। ଫଳରେ ଚାଷୀମାନେ ଉତ୍ସାହିତ ହୋଇପଡ଼ିଥିଲେ। ଏଥିସହ କେତେକ ଚାଷୀ ଚାଷ କାର୍ଯ୍ୟ ପ୍ରତି ପୁଣି ମନ ବଳାଇଥିଲେ। କିନ୍ତୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସୋସାଇଟିରେ ଚାଷୀମାନେ ଅନେକ ସମସ୍ୟା ବର୍ତ୍ତମାନ ଭୋଗୁଛନ୍ତି। ଅନେକ ଚାଷୀ ନାମ ପଞ୍ଜୀକରଣ କରିବାରୁ ବଞ୍ଚିତ ହୋଇଥିଲେ। ଏହିଭଳି ଭଞ୍ଜନଗର ବ୍ଲକ ଭାଲିଆଖାଇର ଅଗ୍ରଣୀ ଚାଷୀ ସୁଭେଗା ପ୍ରଧାନ ଚଳିତ ବର୍ଷ ନିଜ ନାମକୁ ପଞ୍ଜୀକରଣ କରିପାରି ନ ଥିଲେ। ସୋସାଇଟି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଅସହଯୋଗ ମନୋଭାବ ଯୋଗୁ ସେ ନାମ ପଞ୍ଜୀକରଣ କରିପାରିନାହାନ୍ତି ବୋଲି ସେ ସମୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଫଳ କିଛି ମିଳି ନ ଥିଲା। ବର୍ତ୍ତମାନ ଭଞ୍ଜନଗର ବ୍ଲକର ଅନେକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି କିନ୍ତୁ ଟୋକନ ଆସିବାକୁ ନାହିଁ। ଅନେକ ଅଶିକ୍ଷିତ ଚାଷୀଙ୍କ ଜମି ଯେତିକି ଅଛି ତା’ଠାରୁ ବହୁତ କମ୍‌ ଜମି ପଞ୍ଜୀକୃତ ହୋଇଛି। ବର୍ତ୍ତମାନ ଧାନ ବିକ୍ରି କରିବା ପାଇଁ ସଜବାଜ ହେବାକୁ ବେଳକୁ କମ୍‌ ଜମି ପଞ୍ଜୀକୃତ ହୋଇଥିବା ଜାଣିବାକୁ ପାଇଥିଲେ। ଏହିଭଳି ଅନେକ ସମସ୍ୟା ନେଇ ଚାଷୀମାନେ ଗତି କରୁଥିବା ବେଳେ ଗତ ଶନିବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଏହି ସମୟରେ ୭ ଜଣ କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଉପଜିଲାପାଳଙ୍କ ଏହିଭଳି ପଦକ୍ଷେପକୁ ଚାଷୀମାନେ ସ୍ବାଗତ କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?