ପ୍ରଶିକ୍ଷଣ, ଗବେଷଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ତୃତୀୟ ଦିନରେ ମଙ୍ଗଳବାର ଇଣ୍ଟରପୋଲ (ସିଙ୍ଗାପୁର)ର ନିର୍ବାହୀ ନିର୍ଦ୍ଦେଶକ ଏମ୍‌.ଏମ୍‌. ଓବରୋଇ ଯୋଗ ଦେଇଥିଲେ। ଭର୍ଚୁଆଲ ମାଧ୍ୟମରେ ଚାଲିଥିବା ଏହି ସମ୍ମିଳନୀରେ ଓବରୋଇ କମ୍ବାଟିଂ ସାଇବର କ୍ରାଇମ୍‌ ଏ ହୋଲିଷ୍ଟିକ ଆପ୍ରୋଚ ବିଷୟବସ୍ତୁ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ମୁଖ୍ୟତଃ ବିଶ୍ୱସ୍ତରରେ ସାଇବର ଅପରାଧର ବିସ୍ତାର ଓ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ। ଜିଲା, ରାଜ୍ୟ ଏବଂ ଜାତୀୟ ସୀମା ନିର୍ବିଶେଷରେ ଗୋଇନ୍ଦା ତଥ୍ୟ ସଂଗ୍ରହ, ଫୋରେନ୍‌ସିକ, ସାମର୍ଥ୍ୟ ବୃଦ୍ଧି, ପ୍ରଶିକ୍ଷଣ, ଯୁଗ୍ମ ସାଇବର ଅପରାଧର ତଦନ୍ତ ଉପରେ ଗୁରୁତ୍ୱାରୋପ କରିବା ସହ ସାଇବର ଅପରାଧକୁ ପ୍ରଭାବୀ ଢଙ୍ଗରେ ସାମ୍ନା କରିବାକୁ ଉନ୍ନତ ମାନର ଗବେଷଣା ଓ ବିକାଶ ଉପରେ ଜୋର ଦେଇଥିଲେ। ଅନ୍ୟପକ୍ଷେ କାନପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଏ. କରାଣ୍ଡିକର ଟେକ୍ନୋଲୋଜି ଇନ୍‌ ଏଡ୍‌ ପଲିସିଂ ଉପରେ ମତାମତ ଦେଇଥିଲେ। ୫ଜି ଓ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ ଆଦି ଟେକ୍ନୋଲୋଜି ମାଧ୍ୟମରେ ସନ୍ତ୍ରାସବାଦ, ବାମପନ୍ଥୀ ଉଗ୍ରବାଦ, ବିଶାଳ ଜନସମାଗମ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଥିବା ସାଧାରଣ ସୁରକ୍ଷାଜନିତ ଭୟ ଦୂର କରିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ନୂତନ ସମୟର ପ୍ରଯୁକ୍ତିବିଦ୍ୟା କିପରି ପୋଲିସର ଗୋଇନ୍ଦା ତଥ୍ୟ ସଂଗ୍ରହ, ଅପରାଧ ଚିହ୍ନଟ କ୍ଷେତ୍ରରେ ଉପଯୋଗ କରାଯାଇପାରିବ ସେ ବିକ୍ଷୟରେ ଆଲୋଚନା କରିଥିଲେ। ପରେ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମକୁ ସାମ୍ନା କରିବା, ଅଭିଯୁକ୍ତଙ୍କୁ ଗିରଫ, ହାଜତ ରହଣି ଓ ପଚରାଉଚରା ସମୟରେ କେଉଁ ପ୍ରକାର ଆଇନଗତ ପ୍ରକ୍ରିୟା ଅବଲମ୍ବନ କରାଯିବ ସେ ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସମେତ ସବୁ ଜିଲାର ଏସ୍‌ପି, ସଶସ୍ତ୍ର ବାଟାଲିଅନ କମାଣ୍ଡାଣ୍ଟ, ରେଞ୍ଜ୍‌ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଇଥିବା ଆଇପିଏସ ଅଧିକାରୀ, ହୋମଗାର୍ଡ, ଭିଜିଲାନ୍ସ, ଜେଲ୍‌ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?