ଯୁବପିଢ଼ିଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ୪ଟି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବୁଧବାର ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଓଡ଼ିଶା ସ୍କିଲ୍‌ ଡେଭ୍‌ଲପମେଣ୍ଟ ଅଥରିଟି(ଓଏସ୍‌ଡିଏ) ଏବଂ ୟୁଏନ୍‌ ଓ୍ବିମେନ ମଧ୍ୟରେ ପ୍ରଥମ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଓଏସ୍‌ଡିଏର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ ୟୁଏନ୍‌ ଓ୍ବିମେନର ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଟେଣ୍ଟିଭ୍‌ ନିଷ୍ଠା ସତ୍ୟମ ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ୟୁଏନ୍‌ ଓ୍ବିମେନ ସହ ସହଭାଗିତା ଦ୍ୱାରା ପ୍ରଚଳିତ ଥିବା ତଥା ନୂତନ ସ୍କିଲିଂ ପଦକ୍ଷେପଗୁଡ଼ିକର ପରିକଳ୍ପନା ଓ କାର୍ଯ୍ୟାନ୍ବୟନକୁ ଲିଙ୍ଗଗତ ଦୃଷ୍ଟିକୋଣରୁ କରାଯିବ। ବିଶେଷକରି ଏହା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାରେ ସହାୟକ ହେବ ବୋଲି କୁହାଯାଇଛି।
ସେହିଭଳି ଦ୍ୱିତୀୟ ଭର୍ଚୁଆଲ ଏମ୍‌ଓୟୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ସାକ୍‌ ରୋବୋଟିକ୍ସ ମଧ୍ୟରେ ହୋଇଥିଲା। ସାକ୍‌ ରୋବୋଟିକ୍ସକୁ ଧୀରେ ଧୀରେ ରାଜ୍ୟର ସମସ୍ତ ଆଇଟିଆଇରେ ସାମିଲ କରାଯିବ। ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ନିଜ ଟ୍ରେଡ୍‌ ସହ ରୋବୋଟିକ୍ସ ସ୍କିଲ୍‌ସରେ ମଧ୍ୟ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜୀ ଏବଂ ସାକ୍‌ ରୋବୋଟିକ୍ସର ପ୍ରତିଷ୍ଠାତା ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଆଉଏକ ଏମ୍‌ଓୟୁ ଓଏସ୍‌ଡିଏ ଏବଂ କୋର୍ସେରା ମଧ୍ୟରେ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ କୋର୍ସେରା ସହିତ ସହଭାଗିତା ଦ୍ୱାରା ଡାଟା ସାଇନ୍ସ, ଟେକ୍ନୋଲୋଜି ଭଳି ସଦ୍ୟତମ ପାଠ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ ଅପ୍‌-ସ୍କିଲିଂ ଏବଂ ରି-ସ୍କିଲିଂ କରାଯାଇପାରିବ। ଓଏସ୍‌ଡିଏର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ କୋର୍ସେରାର ସିଇଓ ଜେଫ୍‌ ମ୍ୟାଗ୍‌ନ୍‌କାଲଡା ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ୪ର୍ଥ ଏମ୍‌ଓୟୁ ଓଏସ୍‌ଡିଏ ଏବଂ ଏସ୍‌ଏପି-ଇଆର୍‌ପି ମଧ୍ୟରେ ହୋଇଥିଲା। ଏସ୍‌ଏପିର ସହଭାଗୀ ଟାଇମ୍ସ ପ୍ରୋର ସହଭାଗିତା ଦ୍ୱାରା ସରକାରୀ ଇଞ୍ଜିନିୟରିଂ ଏବଂ ବୃତ୍ତିଗତ ଅନୁଷ୍ଠାନର କୁଶଳୀ ଓଡ଼ିଆ ଯୁବପିଢ଼ି ଏସ୍‌ଏପି-ଇଆର୍‌ପି ପାଠ୍ୟକ୍ରମରେ ତାଲିମ୍‌ ନେଇପାରିବେ। ଏହା ସେମାନଙ୍କୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବ। ଦେଶ ଏବଂ ରାଜ୍ୟ ଆଇଟି ଇଣ୍ଡଷ୍ଟ୍ରି ନିମନ୍ତେ ମାନବସମ୍ବଳ ସୃଷ୍ଟି କରିବ। ଓଏସ୍‌ଡିଏ ନିର୍ଦ୍ଦେଶିକା ପଣ୍ଡା ଏବଂ ଟାଇମ୍ସ ପ୍ରଫେସନାଲ ଲର୍ନିଂର ସିଇଓ ଅନିଶ ଶ୍ରୀକ୍ରିଷ୍ଣା ଏବଂ ସାପ୍‌ ଡିଜିଟାଲ ସର୍ଭିସେସ୍‌ର ସିଓଓ ରାଜେଶ ମୁସାଲିୟଥ ଏମୟୁ ସ୍ବାକ୍ଷର କରିଥିଲେ।
ଏମ୍‌ଓୟୁ ସ୍ବାକ୍ଷର ହେବା ଅବସରରେ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍‌-୧୯ ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସମୟରେ ଓଡ଼ିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ନୂତନ ଉଦ୍ଭାବନ କ୍ଷେତ୍ରରେ କ୍ରମାଗତଭାବେ ଆଗେଇ ଚାଲିଛି। ସମସ୍ତଙ୍କ ସହଯୋଗରେ ଆମ ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ। ଓଏସ୍‌ଡିଏ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ଡିଜିଟାଲ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂ ଏହି ମିଟ୍‌ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସେହିଭଳି ବିଭିନ୍ନ ଆଇଟିଆଇ ଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକୁ ଦକ୍ଷତା ଇକୋସିଷ୍ଟମ ପ୍ରତି ଆକର୍ଷିତ କରିବା ସହ ରାଜ୍ୟରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଓ୍ବେବିନାରର ଆୟୋଜନ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri