Odisha Elections 2024

ଏମ୍ପରର ପେଙ୍ଗୁଇନ ଲୋପ ପାଇବା ଆଶଙ୍କା…

ଓ୍ବାଶିଂଟନ,୨୭।୮ : ପେଙ୍ଗୁଇନ ହେଉଛନ୍ତି ଏପରି ପ୍ରାଣୀ, ଯେଊଁମାନେ କେବଳ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥାନ୍ତି। ତାହା ହେଉଛି ଆଣ୍ଟାର୍କଟିକ ନିକଟରେ। କୁହାଯାଏ ଡାଇନୋସର ସମୟରୁ ସେମାନେ ପୃଥିବୀରେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଏକ ବିଶେଷ ପ୍ରଜାତି ଯାହା ଏମ୍ପରର ପେଙ୍ଗୁଇନ ନାମରେ ପରିଚିତ ଏବେ ଲୋପ ପାଇବାର ସଙ୍କଟରେ ପଡ଼ିଛନ୍ତି। ବୈଜ୍ଞାନିକମାନେ ଭୟ କରୁଛନ୍ତି ଯଦି ଏହା ଜାରି ରହେ ତେବେ ଆଗାମୀ ସମୟରେ ଏମ୍ପରର ପେଙ୍ଗୁଇନ ପୃଥିବୀରୁ ବିଲୁପ୍ତ ହୋଇଯିବେ। ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଆଣ୍ଟାର୍କଟିକାରେ ଏମ୍ପରର ପେଙ୍ଗୁଇନଙ୍କ ୯୦ ପ୍ରତିଶତ ବାସସ୍ଥାନ ଶେଷ ହେବାକୁ ଯାଉଛି।

ନେଚର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଏମ୍ପରର ପେଙ୍ଗୁଇନ ବିଲୁପ୍ତ ହୋଇପାରନ୍ତି। ବାସ୍ତବରେ, ବିଶ୍ୱ ତାପମାତ୍ରାରେ ବୃଦ୍ଧି ଯୋଗୁ ଆଣ୍ଟାର୍କଟିକା ସମୁଦ୍ର ବରଫ ଦ୍ରୁତ ଗତିରେ ହ୍ରାସ ପାଉଛି, ଯେଉଁଥିପାଇଁ ଏମ୍ପରର ପେଙ୍ଗୁଇନଙ୍କ ବାସସ୍ଥାନ ଶୀଘ୍ର ସମାପ୍ତ ମୁହାଁ ହୋଇଛି ।

ଆମେରିକାର ମତ୍ସ୍ୟ ଏବଂ ବନ୍ୟପ୍ରାଣୀ ବିଭାଗ ମଧ୍ୟ ଏମ୍ପରର ପେଙ୍ଗୁଇନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ । ସେମାନଙ୍କୁ ଶିକାରୀଙ୍କଠାରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ଆଇନ ଆଣିପାରିବ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅତ୍ୟନ୍ତ ସଙ୍କଟ ଜନକ। ଏହି ପ୍ରାଣୀମାନେ ଏକାଠି ରୁହନ୍ତି ଏବଂ ଏକତ୍ର ପିଲାମାନଙ୍କୁ ଜନ୍ମ ଦିଅନ୍ତି। କିନ୍ତୁ ଦ୍ରୁତ ଗତିରେ ତରଳୁଥିବା ବରଫ ଯୋଗୁ ସେମାନଙ୍କ ବାସସ୍ଥାନ ନଷ୍ଟ ହେଉଛି। ଜଳବାୟୁ ପରିବର୍ତ୍ତନ ହେତୁ ସେମାନଙ୍କ ପ୍ରଜନନରେ ସମସ୍ୟା ଦେଖାଦେଇଛି। ଏହା ହେଉଛି ସେମାନଙ୍କର ଭବିଷ୍ୟତ ବର୍ତ୍ତମାନ ବିପଦରେ ଅଛି ।

ଏମ୍ପରର ପେଙ୍ଗୁଇନଙ୍କ ଭବିଷ୍ୟତ ବିଷୟରେ ବୈଜ୍ଞାନିକମାନେ ଗତ କିଛି ବର୍ଷ ଧରି ଗବେଷଣା କରିଆସୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ୱେଡେଲ ସାଗର, ଯେଉଁଠାରେ ସମ୍ରାଟ ପେଙ୍ଗୁଇନ୍ର ବିଶ୍ୱର ଦ୍ୱିତୀୟ ବୃହତ୍ତମ ବାସସ୍ଥାନ ଅଛି। ତାହା ୨୦୧୬ରେ ଅନେକାଂଶରେ ଧ୍ୱଂସ ହୋଇ ଯାଇଥିଲା। ଏମ୍ପରର ପେଙ୍ଗୁଇନର ଅନେକ ନବଜାତ ଶିଶୁ ଏହି ଘଟଣାରେ ମରି ଯାଇଥିଲେ। ସେବେଠାରୁ ବଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri