ଏମ୍ପରର ପେଙ୍ଗୁଇନ ଲୋପ ପାଇବା ଆଶଙ୍କା…

ଓ୍ବାଶିଂଟନ,୨୭।୮ : ପେଙ୍ଗୁଇନ ହେଉଛନ୍ତି ଏପରି ପ୍ରାଣୀ, ଯେଊଁମାନେ କେବଳ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥାନ୍ତି। ତାହା ହେଉଛି ଆଣ୍ଟାର୍କଟିକ ନିକଟରେ। କୁହାଯାଏ ଡାଇନୋସର ସମୟରୁ ସେମାନେ ପୃଥିବୀରେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଏକ ବିଶେଷ ପ୍ରଜାତି ଯାହା ଏମ୍ପରର ପେଙ୍ଗୁଇନ ନାମରେ ପରିଚିତ ଏବେ ଲୋପ ପାଇବାର ସଙ୍କଟରେ ପଡ଼ିଛନ୍ତି। ବୈଜ୍ଞାନିକମାନେ ଭୟ କରୁଛନ୍ତି ଯଦି ଏହା ଜାରି ରହେ ତେବେ ଆଗାମୀ ସମୟରେ ଏମ୍ପରର ପେଙ୍ଗୁଇନ ପୃଥିବୀରୁ ବିଲୁପ୍ତ ହୋଇଯିବେ। ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଆଣ୍ଟାର୍କଟିକାରେ ଏମ୍ପରର ପେଙ୍ଗୁଇନଙ୍କ ୯୦ ପ୍ରତିଶତ ବାସସ୍ଥାନ ଶେଷ ହେବାକୁ ଯାଉଛି।

ନେଚର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଏମ୍ପରର ପେଙ୍ଗୁଇନ ବିଲୁପ୍ତ ହୋଇପାରନ୍ତି। ବାସ୍ତବରେ, ବିଶ୍ୱ ତାପମାତ୍ରାରେ ବୃଦ୍ଧି ଯୋଗୁ ଆଣ୍ଟାର୍କଟିକା ସମୁଦ୍ର ବରଫ ଦ୍ରୁତ ଗତିରେ ହ୍ରାସ ପାଉଛି, ଯେଉଁଥିପାଇଁ ଏମ୍ପରର ପେଙ୍ଗୁଇନଙ୍କ ବାସସ୍ଥାନ ଶୀଘ୍ର ସମାପ୍ତ ମୁହାଁ ହୋଇଛି ।

ଆମେରିକାର ମତ୍ସ୍ୟ ଏବଂ ବନ୍ୟପ୍ରାଣୀ ବିଭାଗ ମଧ୍ୟ ଏମ୍ପରର ପେଙ୍ଗୁଇନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ । ସେମାନଙ୍କୁ ଶିକାରୀଙ୍କଠାରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ଆଇନ ଆଣିପାରିବ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅତ୍ୟନ୍ତ ସଙ୍କଟ ଜନକ। ଏହି ପ୍ରାଣୀମାନେ ଏକାଠି ରୁହନ୍ତି ଏବଂ ଏକତ୍ର ପିଲାମାନଙ୍କୁ ଜନ୍ମ ଦିଅନ୍ତି। କିନ୍ତୁ ଦ୍ରୁତ ଗତିରେ ତରଳୁଥିବା ବରଫ ଯୋଗୁ ସେମାନଙ୍କ ବାସସ୍ଥାନ ନଷ୍ଟ ହେଉଛି। ଜଳବାୟୁ ପରିବର୍ତ୍ତନ ହେତୁ ସେମାନଙ୍କ ପ୍ରଜନନରେ ସମସ୍ୟା ଦେଖାଦେଇଛି। ଏହା ହେଉଛି ସେମାନଙ୍କର ଭବିଷ୍ୟତ ବର୍ତ୍ତମାନ ବିପଦରେ ଅଛି ।

ଏମ୍ପରର ପେଙ୍ଗୁଇନଙ୍କ ଭବିଷ୍ୟତ ବିଷୟରେ ବୈଜ୍ଞାନିକମାନେ ଗତ କିଛି ବର୍ଷ ଧରି ଗବେଷଣା କରିଆସୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ୱେଡେଲ ସାଗର, ଯେଉଁଠାରେ ସମ୍ରାଟ ପେଙ୍ଗୁଇନ୍ର ବିଶ୍ୱର ଦ୍ୱିତୀୟ ବୃହତ୍ତମ ବାସସ୍ଥାନ ଅଛି। ତାହା ୨୦୧୬ରେ ଅନେକାଂଶରେ ଧ୍ୱଂସ ହୋଇ ଯାଇଥିଲା। ଏମ୍ପରର ପେଙ୍ଗୁଇନର ଅନେକ ନବଜାତ ଶିଶୁ ଏହି ଘଟଣାରେ ମରି ଯାଇଥିଲେ। ସେବେଠାରୁ ବଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?