Posted inଜାତୀୟ

ବାଂଲଦେଶ ସୀମାରେ ୩.୧୨କୋଟି ଟଙ୍କାର ସୁନା ବିସ୍କୁଟ ଜବତ କଲା ବିଏସଏଫ

ବାରସାତ,୨୭।୮: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ବାଂଲଦେଶ ସୀମାରେ ଥିବା ଏକ ଟ୍ରକରୁ ବିଏସଏଫ ୩.୧୨ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି, ପରଗାନା ଜିଲାର ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ (ଆଇସିପି) ପେଟ୍ରୋପୋଲ ପୋଷ୍ଟରେ ଏକ ଟ୍ରକକୁ ଅଟକାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ବିଏସଏଫର ୧୪୫ ବାଟାଲିୟନର ସୈନିକମାନେ ଦୁଇଟି ପ୍ୟାକେଟ ସୁନା ବିସ୍କୁଟର ଗାଡିର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଦେଖିବାକୁ ପାଇଥିଲେ।

ଅଧିକାରୀଙ୍କ କହିବାନୁସାରେ, ବାଂଲଦେଶରୁ ଭାରତ ଆସିଥିବା ଏହି ଟ୍ରକଟି ଖାଲି ଥିଲା। ଚୋରା ଚାଲାଣକାରୀ ବାଂଲଦେଶରୁ ଭାରତକୁ ଫେରୁଥିବା ଏକ ଖାଲି ଟ୍ରକରେ ସୁନା ବିସ୍କୁଟ ଆଣିବାକୁ ଚେଷ୍ଟା କରୁଥିଲେ। ଏଥିସହ ଟ୍ରକରୁ ୫.୨୪ କିଲୋଗ୍ରାମ ଓଜନର ୪୫ ଟି ସୁନା ବିସ୍କୁଟ ଜବତ କରାଯାଇଛି, ଯାହାର ମୂଲ୍ୟ ୩.୧୨ କୋଟି ଟଙ୍କା। ଏହା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହୋଇଥିବା ଟ୍ରକ ଡ୍ରାଇଭର ଉତ୍ତର ୨୪ ପରଗାନା ଜିଲାର ଫିରୋଜପୁର ଗାଁର ବାସିନ୍ଦା ସମ୍ରାଟ ବିଶ୍ୱ ବୋଲି ଜଣାପଡିଛି। ଜବତ ସୁନା ସହିତ ଧରାପଡିଥିବା ଚୋରା ଚାଲାଣକାରୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋଲକାତାର କଷ୍ଟମ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି।

ସମ୍ରାଟ ଟ୍ରକ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି ଏବଂ ନିୟମିତ ଭାବେ ରପ୍ତାନି ସାମଗ୍ରୀ ନେଇ ବାଂଲଦେଶ ଯାଆନ୍ତି। ଅଗଷ୍ଟ ୨୧ ରେ, ସେ ଉକ୍ତ ଟ୍ରକରେ ସ୍ପଞ୍ଜ ଲୁହା ଲୋଡ କରିବାକୁ ବାଂଲଦେଶ ଯାଇଥିଲେ। ଅଗଷ୍ଟ ୨୫ ରେ ଯେତେବେଳେ ସେ ଭାରତକୁ ଫେରୁଥିଲେ, ସେତେବେଳେ ଜିଲା ଯଶୋରର ବେନାପୋଲର ବାସିନ୍ଦା ସୁମନ ମଣ୍ଡଳ ତାଙ୍କ ନିକଟକୁ ଆସି ବାଂଲଦେଶ ପାର୍କିଂ ଅଞ୍ଚଳର ଆଇସିପି ବେନାପୋଲରେ ପହଞ୍ଚି ୪୫ଟି ସୁନା ବିସ୍କୁଟ ଦେଇଥିଲେ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ସୁମନ ମଣ୍ଡଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଭାରତ ଆସି ଗୋପାଳନଗର ନିବାସୀ ସଲାମ ମଣ୍ଡଳଙ୍କୁ ସୁନା ବିସ୍କୁଟ ହସ୍ତାନ୍ତର କରିଥାନ୍ତେ ବୋଲି ପ୍ରାରମ୍ଭିକ ପଚରାଉଚରା ବେଳେ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ଭାରତକୁ ଖୁବ୍‌ ପ୍ରଶଂସା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ମୋଦିଙ୍କୁ ନେଇ କହିଲେ ବଡ଼ କଥା

ଜେରୁଜେଲମ/ନୂଆଦିଲ୍ଲୀ,୪।୮: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ରାଜନୈତିକ ଗତିଶୀଳତା ପରିବର୍ତ୍ତନ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ ସହିତ ତାଙ୍କ ଦେଶର ସମ୍ପର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri