Posted inଫୁରସତ

ମେଣ୍ଢା ଗଣି ଗଣି ଶୋଇବେ

ଆଜିକାଲି ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲାଣି। ଏଥିରେ ମଣିଷ ଏତେ ସମୟ ବିତାଉଛି ଯେ, ଅନ୍ୟ ସବୁ କିଛି ଭୁଲି ଯାଉଛି। ଫଳରେ ଅନେକ ସମସ୍ୟା ଦେଖାଦେଉଛି। ଯେଉଁଥିରେ ଅନିଦ୍ରା ଏକ ବଡ଼ ସମସ୍ୟା। ଏହାକୁ ଦୂର କରିବା ପାଇଁ ଏକ ଟେକ୍‌ କମ୍ପାନୀ ନୂଆ ଉପାୟ ବାହାର କରିଛି। କମ୍ପାନୀ ଅନିଦ୍ରାଗ୍ରସ୍ତ ଲୋକଙ୍କ ପାଇଁ ‘ଏମା ସ୍ଲିପ୍‌’ ନାମକ ଏକ ସ୍ଲିପ୍‌ ସାଙ୍କଚୁଆରୀ ତିଆରି କରିବାର ଯୋଜନା କରୁଛି। ଏହାଦ୍ୱାରା ଇନସୋମ୍ନିଆ ତଥା ଅନିଦ୍ରା ଜନିତ ସମସ୍ୟା ଭୋଗୁଥିବା ଲୋକଙ୍କୁ ଗଭିର ନିଦରେ ଶୋଇବାରେ ସାହାଯ୍ୟ ମିଳିବ। ଏହି ‘ଏମା ସ୍ଲିପ’ ହୋଟେଲ ଖୋଲା ଘାସ ପଡିଆରେ ତିଆରି ହେବ। ଘାସ ପଡିଆ ମଝିରେ କାଚର ଏକ ଡୋମ୍‌ ବା ଗୋଲାକାର ଘର ତିଆରି କରାଯିବ, ଯାହାକି ସମ୍ପୂର୍ଣ୍ଣ ଟ୍ରାନ୍ସପରେଣ୍ଟ ହେବ। ଏହା ଭିତରେ ଏକ ଶେଜ ପଡିବ। ଯେଉଁମାନଙ୍କର ଅନିଦ୍ରା ସମସ୍ୟା ଥିବ ସେମାନେ ଏହି ହୋଟେଲରେ ରହିବେ। ଆଉ ବେଡ୍‌ରେ ଥାଇ ରାତିରେ ପଡିଆରେ ଚରୁଥିବା ମେଣ୍ଢାଗୁଡିକୁ ଗଣିବେ। ସେଇ ମେଣ୍ଢାଗୁଡିକ ଉପରେ ନମ୍ବର ଲେଖାଯାଇଥିବ। ଅନିଦ୍ରା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ସେହି ନମ୍ବର କରାଯାଇଥିବା ମେଣ୍ଢାଗୁଡିକୁ କ୍ରମାନୁସାରେ ଗଣିବାକୁ ହେବ। ସେମାନେ ସେ ପର୍ଯ୍ୟନ୍ତ ଗଣିବେ ଯେପର୍ଯ୍ୟନ୍ତ ଗଭିର ନିଦ ନ ଆସିଛି। ଏହାର ଏକ୍ସପେରିମେଣ୍ଟ ସସେକ୍ସ, ବ୍ରିଟେନ୍‌ରେ ୨୦୨୩ରେ ହେବାକୁ ଯାଉଛି। ଏହା ମାଧ୍ୟମରେ କମ୍ପାନୀ ପ୍ରକୃତି ଓ ବିଜ୍ଞାନକୁ ଏକାଠି କରିବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri