Posted inଫୁରସତ

ମେଣ୍ଢା ଗଣି ଗଣି ଶୋଇବେ

ଆଜିକାଲି ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲାଣି। ଏଥିରେ ମଣିଷ ଏତେ ସମୟ ବିତାଉଛି ଯେ, ଅନ୍ୟ ସବୁ କିଛି ଭୁଲି ଯାଉଛି। ଫଳରେ ଅନେକ ସମସ୍ୟା ଦେଖାଦେଉଛି। ଯେଉଁଥିରେ ଅନିଦ୍ରା ଏକ ବଡ଼ ସମସ୍ୟା। ଏହାକୁ ଦୂର କରିବା ପାଇଁ ଏକ ଟେକ୍‌ କମ୍ପାନୀ ନୂଆ ଉପାୟ ବାହାର କରିଛି। କମ୍ପାନୀ ଅନିଦ୍ରାଗ୍ରସ୍ତ ଲୋକଙ୍କ ପାଇଁ ‘ଏମା ସ୍ଲିପ୍‌’ ନାମକ ଏକ ସ୍ଲିପ୍‌ ସାଙ୍କଚୁଆରୀ ତିଆରି କରିବାର ଯୋଜନା କରୁଛି। ଏହାଦ୍ୱାରା ଇନସୋମ୍ନିଆ ତଥା ଅନିଦ୍ରା ଜନିତ ସମସ୍ୟା ଭୋଗୁଥିବା ଲୋକଙ୍କୁ ଗଭିର ନିଦରେ ଶୋଇବାରେ ସାହାଯ୍ୟ ମିଳିବ। ଏହି ‘ଏମା ସ୍ଲିପ’ ହୋଟେଲ ଖୋଲା ଘାସ ପଡିଆରେ ତିଆରି ହେବ। ଘାସ ପଡିଆ ମଝିରେ କାଚର ଏକ ଡୋମ୍‌ ବା ଗୋଲାକାର ଘର ତିଆରି କରାଯିବ, ଯାହାକି ସମ୍ପୂର୍ଣ୍ଣ ଟ୍ରାନ୍ସପରେଣ୍ଟ ହେବ। ଏହା ଭିତରେ ଏକ ଶେଜ ପଡିବ। ଯେଉଁମାନଙ୍କର ଅନିଦ୍ରା ସମସ୍ୟା ଥିବ ସେମାନେ ଏହି ହୋଟେଲରେ ରହିବେ। ଆଉ ବେଡ୍‌ରେ ଥାଇ ରାତିରେ ପଡିଆରେ ଚରୁଥିବା ମେଣ୍ଢାଗୁଡିକୁ ଗଣିବେ। ସେଇ ମେଣ୍ଢାଗୁଡିକ ଉପରେ ନମ୍ବର ଲେଖାଯାଇଥିବ। ଅନିଦ୍ରା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ସେହି ନମ୍ବର କରାଯାଇଥିବା ମେଣ୍ଢାଗୁଡିକୁ କ୍ରମାନୁସାରେ ଗଣିବାକୁ ହେବ। ସେମାନେ ସେ ପର୍ଯ୍ୟନ୍ତ ଗଣିବେ ଯେପର୍ଯ୍ୟନ୍ତ ଗଭିର ନିଦ ନ ଆସିଛି। ଏହାର ଏକ୍ସପେରିମେଣ୍ଟ ସସେକ୍ସ, ବ୍ରିଟେନ୍‌ରେ ୨୦୨୩ରେ ହେବାକୁ ଯାଉଛି। ଏହା ମାଧ୍ୟମରେ କମ୍ପାନୀ ପ୍ରକୃତି ଓ ବିଜ୍ଞାନକୁ ଏକାଠି କରିବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri