ସରକାରୀ ଅର୍ଥ ଆତ୍ମସାତ: ସରପଞ୍ଚଙ୍କ ନାମରେ ମାମଲା 

କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକମାଲ ପଞ୍ଚାୟତ ଅଧୀନ ବୋରିଙ୍ଗ ପଦର ଗ୍ରାମର ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ତଥା
କାର୍ଯ୍ୟକାରୀ ସରପଞ୍ଚ ତେଜସ୍ବିନୀ ମାଝୀଙ୍କ ନାମରେ ୬ଲକ୍ଷ ୮୮ ହଜାର ୨୦୦ ଟଙ୍କା ଠକେଇ ଅଭିଯୋଗ  ହୋଇଛି। ପୋଲିସ ଦୁଇଦିନ ଧରି ଅଟକ ରଖି ପଚରାଉଚରା କଲାପରେ  ଶନିବାର   କେସ ରୁଜୁ କରିଛି।  କେଶ ନ. ୪୧/୨୫ରେ   ସରପଞ୍ଚଙ୍କୁ  ସୋମବାର  ଛାଡି ଦିଆଯାଇଛି।
 ସରପଞ୍ଚ ତେଜସ୍ବିନୀ ମାଝୀଙ୍କ ନାମରେ  ମା’ ବୃନ୍ଦାବତୀ ସ୍ବୟଂ ସହାୟକ  ଗୋଷ୍ଠୀ ବୋରିଂପଦରର ସଦସ୍ୟାବୃନ୍ଦ ଅଭିଯୋଗ କରିଥିଲେ । ଗୋଷ୍ଠୀର ସମ୍ପାଦିକା  ଥିବା ସମୟରେ ତେଜସ୍ବିନୀ ମାଝୀ ଜାଲ ରେଜୁଲେଶନ ଓ ଜାଲ ଦସ୍ତଖତ କରି   ପାଷ୍ଟିକୁଡିଗ୍ରାମ ସ୍ଥିତ  ଉତ୍କଳ ଗ୍ରାମ୍ୟ  ବ୍ୟାଙ୍କ ରୁ ୬ ଲକ୍ଷ ୮୮ ହଜାର ୨୦୦ ଟଙ୍କା ଆତ୍ମସାତ କରି ଥିବା ନେଇ ଗୋଷ୍ଠୀର ମହିଳା ମାନେ ସଦର ଥାନାରେ ଲିଖିତ ଅଭିଯୋଗ କରି ଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ  ସରପଞ୍ଚଙ୍କ ନାମରେ ଥାନାରେ ମାମଲାରୁଜୁ କରିଥିଲେ।
ଏନେଇ  ଜାନୁଆରୀ ୧୦ ତାରିଖ ସଦସ୍ୟାମାନେ ଥାନାର ଦ୍ୱାରସ୍ତ ହେଇଥିଲେ ପରେ ୨୧ ମାର୍ଚ୍ଚ ସଦସ୍ୟା ମାନେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହେଲା ପରେ  ୨୨ ମାର୍ଚ୍ଚ ଦିନ ସମ୍ପାଦିକା ତେଜସୱିନୀ ମାଝୀ ଏବଂ ସଭାପତି ରେବତୀ ମାଝୀ ନାମରେ ମାମଲା ରୁଜୁ କରିଥିଲେ। କାର୍ଯ୍ୟକାରୀ  ସରପଞ୍ଚ ହୋଇ ଏମିତି ଠକେଇ କରିଥିବାରୁ ଉକ୍ତ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେବା ଆଶଙ୍କା କରାଯାଉଛି ବୋଲି  ଜନସାଧାରଣରେ ଚର୍ଚ୍ଚା ହେଉଛି। ଏହିପରି କାର୍ଯ୍ୟକାରୀ ସରପଞ୍ଚଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ  ସାଧାରଣରେ ଦାବି ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri